୯ମାସ ଶିଶୁର ବିରଳ ଚକ୍ଷୁ ଅସ୍ତ୍ରୋପଚାର

ଭୁବନେଶ୍ୱର, ୨।୧୧(ଅସମାପିକା ସାହୁ): କନ୍‌ଜେନିଟାଲ୍‌ ଗ୍ଲୁକୋମା ଆକ୍ରାନ୍ତ ଜଣେ ୯ମାସ ଶିଶୁର ଚକ୍ଷୁ ଅସ୍ତ୍ରୋପଚାର କରିବାରେ କିମ୍ସ ଡାକ୍ତରମାନେ ସଫଳ ହୋଇଛନ୍ତି। ଏଭଳି ବିରଳ ଅସ୍ତ୍ରୋପଚାର ପରେ ଶିଶୁଟି ଏବେ ସମ୍ପୂର୍ଣ୍ଣ ଦେଖିପାରୁଛି। କିମ୍ସ ଚକ୍ଷୁରୋଗ ବିଭାଗ ମୁଖ୍ୟ ଡା. ମାତୁଳି ଦାସଙ୍କ ତତ୍ତ୍ୱାବଧାନରେ ସହକାରୀ ପ୍ରଫେସର ଡା. ଶାଶ୍ୱତୀ ସେନ୍‌ ଓ ତାଙ୍କ ଡାକ୍ତରୀ ଦଳ ଟ୍ରାବେକ୍ୟୁଲୋଟୋମି ଓ ଟ୍ରାବେକ୍ୟୁଲେକ୍ଟୋମି ଭଳି ଅତ୍ୟାଧୁନିକ ପଦ୍ଧତିରେ ଏହି ଅସ୍ତ୍ରୋପଚାର କରି ସଫଳତା ପାଇଛନ୍ତି। ସ୍ବଳ୍ପ ବ୍ୟୟରେ କିମ୍ସରେ ଏଭଳି ଅସ୍ତ୍ରୋପଚାର ହୋଇପାରୁଥିବା ଡା. ସେନ୍‌ ପ୍ରକାଶ କରିଛନ୍ତି। କନ୍‌ଜେନିଟାଲ୍‌ ଗ୍ଲୁକୋମା ଏଭଳି ଏକ ଅବସ୍ଥା, ଯେଉଁଥିରେ ରୋଗୀର ଆଖି ୧୦ ଭାଗରୁ ମାତ୍ର ୧ଭାଗ ଦେଖି ପାରିଥାଏ। ତେବେ ଏହି ଶିଶୁ କ୍ଷେତ୍ରରେ ମାତ୍ର ୪ ମାସରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିଲା। ତେବେ ୧୦ହଜାର ରୋଗୀଙ୍କ ମଧ୍ୟରୁ ଜଣକୁ ଏଭଳି ରୋଗ ହୋଇଥାଏ। ଏଭଳି ବିଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରୀ ପରାମର୍ଶ ଓ ଚିକିତ୍ସା ଆରମ୍ଭ ହେଲେ ଏହା ମାରାତ୍ମକ ହୋଇ ନ ଥାଏ ବୋଲି ଡା. ସେନ୍‌ କହିଛନ୍ତି। ଏଭଳି ସଫଳ ଅସ୍ତ୍ରୋପଚାର ପାଇଁ କିଟ୍‌, କିସ୍‌ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇବା ସହ ଶିଶୁର ଆଶୁ ଆରୋଗ୍ୟ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ମୃତ୍ୟୁ ନେଲା ନୂଆ ମୋଡ଼: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭବାନୀପାଟଣା,୫ା୩ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ବୁଧବାର ହୋଲି ଖେଳ ପାଇଁ ଚାରିଆଡ଼େ ଉତ୍ସବର ମାହୋଲ ଥିବାବେଳେ ଭବାନୀପାଟଣା ସହରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ…

ବିରିପୁରରେ ମାଙ୍କଡ଼ ଆତଙ୍କ: ୮ ଆହତ, ଭୟଭୀତ ଗ୍ରାମବାସୀ

ଗଞ୍ଜାମ,୫।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ବିରିପୁର ଗ୍ରାମରେ ମାଙ୍କଡ଼ ଆତଙ୍କ ଯୋଗୁଁ ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ଗୋଟିଏ ମାଙ୍କଡ଼ ଆତଙ୍କ…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟାର କାରଣ ଜାଣିଲେ….

କୋରାପୁଟ,୫।୩(ଅମିତାଭ ବେହେରା ): କୋରାପୁଟ ସର୍କିଟ ହାଉସ ନିକଟରେ ଥିବା ରିଜର୍ଭ ଫରେଷ୍ଟ ପାହାଡ଼ରେ ମହିଳାଙ୍କ ଆତ୍ମହତ୍ୟା । ଗୁରୁବାର ଅପରାହ୍ନରେ ମହିଳା ବେକରେ ଦଉଡି ଦେଇ…

ବଗିଚାକୁ ଯାଇଥିବା ବେଳେ ଯୁବକଙ୍କୁ ଗୋଡାଇ ଗୋଡାଇ କାମୁଡିଲା ବାର୍‌ହା, ତାପରେ…

ତୁମୁଡିବନ୍ଧ,୫।୩(ଦୀପକ କୁମାର ପରାସେଠ): ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ଲଂକାଗଡ଼ ପଞ୍ଚାୟତର ହାତିମୁଣ୍ଡା ଗ୍ରାମରେ…

ମଦ ପିଇ ହୋଲି ଖେଳୁଥିଲେ ଦୁଇ ସାଙ୍ଗ, ନିଶାରେ ଚୂର୍‌ ଥାଇ ଭୁଲିଗଲେ ସବୁକିଛି, ପରେ ଘଟିଲା ଏମିତି…

ଯାଜପୁରରୋଡ୍‌,୫ା୩(ପବିତ୍ର ରଞ୍ଜନ ମହାନ୍ତି): ହୋଲି ହେଲା କାଳ, ରଙ୍ଗ ବୋଳାବୋଳି ସହ ଖୁସିର ପର୍ବ ପରେ ଘରେ ପଡ଼ିଛି କାନ୍ଦବୋବାଳି। ପୋଖରୀରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି…

ଛେଣ୍ଡିପଦା ବିଧାୟକଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ, ବାମ ଗୋଡରେ ଲାଗିଛି…..

ଢେଙ୍କାନାଳ,୫।୩(ରତନ ନାୟର): ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ଫରଚ୍ୟୁନର ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଗୁରୁବାର ଛେଣ୍ଡିପଦା ବିଧାୟକ ନିଜ ଗାଡ଼ିରେ ଛେଣ୍ଡିପଦାରୁ…

ଦିଗପହଣ୍ଡିରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ପାଳିତ

ଦିଗପହଣ୍ଡି,୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ କବିସୂର୍ଯ୍ୟ କଲ୍ୟାଣ ମଣ୍ଡପ ପରିସରରେ ଗୁରୁବାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ…

୭ରୁ ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ, ଏଥର ମହିଳା ଆଇନଜୀବୀଙ୍କ ପାଇଁ ରହିଛି…

ଭଞ୍ଜନଗର,୫ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ ମାର୍ଚ୍ଚ ୨୮ରେ ହେବ। ଏଥିପାଇଁ ଆସନ୍ତା ୭ରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri