୪୨ବର୍ଷ ପରେ ମନ୍ଦିରକୁ ଫେରିବ ବିରଳ ପ୍ରାଚୀନ ମୂର୍ତ୍ତି: ଉଦ୍ଧାର ପରେ ସିବିଆଇ ମାଲଖାନାରେ…

ସୋନପୁର,୯ା୧୨(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ସହର ଗୋପାଳଜୀ ମନ୍ଦିରରୁ ଚୋରି ହୋଇ ଦୀର୍ଘ ୪୨ବର୍ଷ ସିବିଆଇ ମାଲଖାନାରେ ଥିବା ୧୨ ବିରଳ ପ୍ରାଚୀନ ମୂର୍ତ୍ତି ପୁଣି ମନ୍ଦିରକୁ ଫେରିବ। ସୋମବାର ଭୁବନେଶ୍ୱରସ୍ଥିତ ଖୋର୍ଦ୍ଧା ଏଡିଜେ-୩ କୋର୍ଟଙ୍କ ରାୟ ପରେ ମୂର୍ତ୍ତି ଫେରିବା ଆଶା ଉଜ୍ଜୀବିତ ହୋଇଛି। ବିଚାରପତି ହିମାଂଶୁ ମଲ୍ଳିକ ଏ ସମ୍ପର୍କରେ ରାୟ ପ୍ରଦାନ କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସୁବର୍ଣ୍ଣପୁର ଜିଲାରେ ଖୁସିର ମାହୋଲ ସୃଷ୍ଟି ହୋଇଛି।
ସୋନପୁର ରାଜଉଆସର ଠିକ୍‌ ସମ୍ମୁଖରେ ଗୋପାଳଜୀ ମନ୍ଦିର ଅବସ୍ଥିତ। ରାଜ ପରିବାରର ଇଷ୍ଟଦେବତା ହେଉଛନ୍ତି ଶ୍ରୀଗୋପାଳଜୀ ଠାକୁର। ଦେଶ ସ୍ବାଧୀନ ହେଲା ପରେ ରାଜ ଶାସନ ଅବସାନ ପରେ ମନ୍ଦିରଗୁଡିକର ଦାୟିତ୍ୱ ସରକାର ନେଇଥିଲେ। ତେବେ ୧୯୮୨ ମସିହାରେ ମନ୍ଦିରରୁ ବହୁମୂଲ୍ୟ ପ୍ରାଚୀନ ରାଧା, ଗୋପାଳଜୀ, ଗରୁଡଙ୍କ ସମେତ ୯ଗାଟି ପାର୍ଶ୍ୱ ଦେବତା ଏପରି ମୋଟ ୧୨ମୂର୍ତ୍ତି ଚୋରି ହୋଇଥିଲା। ସେହିବର୍ଷ ଦିଲ୍ଲୀ ବିମାନ ବନ୍ଦରଠାରେ ସିବିଆଇ ଦ୍ୱାରା ଚୋର ଧରାପଡିଥିଲେ। ଚାନ୍ଦିନିଚୌକର ଫତେପୁରୀ ନିକଟରୁ ସିବିଆଇ ମୂର୍ତ୍ତିଗୁଡିକ ଜବତ କରିଥିଲା। ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ନେଇ ମାମଲା ରୁଜୁ ହୋଇଥିଲା। ସୁବର୍ଣ୍ଣପୁର ଗୋପାଳଜୀ ମନ୍ଦିରରୁ ଚୋରି ମୂର୍ତ୍ତିଗୁଡିକ ଚିହ୍ନଟ ହୋଇଥିଲା। ମୂର୍ତ୍ତିଗୁଡିକ ସେବେଠାରୁ ଭୁବନେଶ୍ୱରସ୍ଥିତ ସିବିଆଇ ମାଲଖାନାରେ ଆସି ରହିଥିଲା। ବିଭିନ୍ନ ସମୟରେ ଏମ୍ପର୍କିତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଉଦ୍ୟମ ହେଉ ନ ଥିଲା। ମନ୍ଦିର କମିଟି ପକ୍ଷରୁ ମୂର୍ତ୍ତିଗୁଡିକୁ ସ୍ବମନ୍ଦିରକୁ ଫେରାଇ ଆଣିବା ପାଇଁ ଉଦ୍ୟମ ହୋଇଥିଲା।
ଏହି ମାମଲାର ଶୁଣାଣି ହୋଇଥିଲା। ମୂର୍ତ୍ତିଗୁଡିକ ଗୋପାଳଜୀ ମନ୍ଦିରରେ ପୁନଃ ସ୍ଥାପନ ପାଇଁ କୋର୍ଟ ପରାମର୍ଶ ଦେଇଥିଲେ। ମାତ୍ର କୌଣସି କାରଣରୁ ମୂର୍ତ୍ତିଗୁଡିକ ସୁବର୍ଣ୍ଣପୁର ଫେରାଇ ଅଣାଯାଇ ପାରି ନ ଥିଲା। ତେବେ ବର୍ତ୍ତମାନର ଜିଲାପାଳ ଡ. ନୃପରାଜ ସାହୁ ଏହା ଜାଣିବା ପରେ ମୂର୍ତ୍ତିଗୁଡିକୁ ଫେରସ୍ତ ଆଣିବାକୁ ଉଦ୍ୟମ କରିଥିଲେ। ସୋନପୁର ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଡ. ସୌମ୍ୟରୂପା ରଥ ଏନେଇ ଉଦ୍ୟମ ଜାରି ରଖିଥିଲେ। ମହନ୍ତ ବଂଶୀଧର ଦାସ, ଆଇନଜୀବୀ ଏବଂ ଅନ୍ୟ ଭକ୍ତଙ୍କ ସହଯୋଗରୁ ମୂର୍ତ୍ତିଗୁଡିକ ଦିନେ କିମ୍ବା ଦୁଇଦିନ ଭିତରେ ଗୋପାଳଜୀ ମନ୍ଦିରକୁ ଫେରିବା ସମ୍ଭାବନା ସୃଷ୍ଟି ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଚାଷୀଙ୍କ ଦୁଃଖ: ଅମଳ ବେଳେ କଲରା କିଆରୀ ଉଜାଡ଼ିଲେ ଦୁର୍ବୃତ୍ତ, ଜମୁର୍ଡା ଗ୍ରାମରେ ଉତ୍ତେଜନା!

ବରଗଡ଼, ୧୪/୦୩ (ପ୍ରେମାନନ୍ଦ ଖମାରୀ): ଜଣେ ଚାଷୀ ରକ୍ତକୁ ପାଣି କରି ଫସଲ ଉଜେଇଥିବା ବେଳେ, ଅମଳ ସମୟରେ ଦୁର୍ବୃତ୍ତଙ୍କ କଳା ପାହାର ଚାଷୀର ମେରୁଦଣ୍ଡ ଭାଙ୍ଗି…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri