Posted inଜାତୀୟ

୨୪ ଦିନରେ ବଳାତ୍କାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଜୟପୁର, ୨୩।୧୦: ରାଜସ୍ଥାନରେ ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ବିଚାର ୨୪ ଦିନ ମଧ୍ୟରେ ଶେଷ ହୋଇଛି। ସ୍ବତନ୍ତ୍ର କୋର୍ଟ ମାମଲାର ବିଚାର କରି ଅଭିଯୁକ୍ତ ତଥା ପୀଡିତାଙ୍କ ମାମୁ ଦୀନେଶ ଜାଟ୍‌ଙ୍କୁ ଶୁକ୍ରବାର ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟଙ୍କ ଏଭଳି ଦଣ୍ଡାଦେଶକୁ ସ୍ବାଗତ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ।

ଗତ ସେପ୍ଟେମ୍ବର ୨୦ରେ ଦୀନେଶ ନାବାଳିକା ଭାଣଜୀଙ୍କୁ ଉପହାର ପ୍ରଲୋଭନ ଦେଖାଇ ତାଙ୍କ ଘରୁ ନେଇଯାଇଥିଲେ। ସେଠାରେ ସେ ତାଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ। ପରବର୍ତ୍ତୀ ସମୟରେ ଏକ ବିଲରୁ ପୀଡିତାଙ୍କ ମୃତଦେହ ମିଳିଥିଲା। ଏନେଇ ନାବାଳିକାଙ୍କ ବାପା ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିବା ସହ ଆଜମେର ରେଞ୍ଜ ଆଇଜିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ନାଗୋରେରେ ପହଞ୍ଚତ୍ ତଥ୍ୟ ପ୍ରମାଣ ସଂଗ୍ରହ କରିଥିଲା। ୬ ଦିନରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ମେର୍ଟା ସହରର ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା। ସେପ୍ଟେମ୍ବର ୨୮ରୁ ସାକ୍ଷୀଙ୍କୁ ଡକାଯାଇ ବୟାନ ରେକର୍ଡ କରାଯିବା ସହ ଦୀନେଶ ଦୋଷୀ ବୋଲି ପ୍ରମାଣ କରାଯାଇଥିଲା। ଶେଷରେ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିବା ପୋଲିସ ମହାନିର୍ଦ୍ଦେଶକ ଏମ୍‌.ଏଲ୍‌. ଲାଥର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟର ୮ ବିଚାରପତି କରୋନା ପଜିଟିଭ, ସୋମବାରଠାରୁ ଭର୍ଚୁଆଲ ଶୁଣାଣି

ଲକ୍ଷ୍ନୌ,୧୦ ।୧: କରୋନାର ତୃତୀୟ ଲହର ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ ଦୈନିକ ସଂକ୍ରମଣ ହଜାର ହଜାର...

ମହାରାଷ୍ଟ୍ର ରାଜନୀତିରେ ପୁଣି ଅଶାନ୍ତି, ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେ ଇସ୍ତଫା ଦେବା ନେଇ ଚର୍ଚ୍ଚା

ମୁମ୍ବାଇ,୧୦।୬: ମହାରାଷ୍ଟ୍ର ରାଜନୀତିରେ ଗତ କିଛି ଦିନ ହେବ ଉତ୍ତେଜନା ଦେଖାଦେଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ଏବଂ ଭାଜପା ମଧ୍ୟରେ ମତଭେଦ...

୪୮ଘଣ୍ଟା ପ୍ରଚାର କରିପାରିବେନି କପିଲ ମିଶ୍ରା: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ କପିଲ ମିଶ୍ରା ୪୮ ଘଣ୍ଟା ପାଇଁ ପ୍ରଚାର କରିପାରିବେନି। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ...

ଉପହାର ଫେରାଇ ଦେବାରୁ ରାଗିଯାଇ ପ୍ରେମିକ କଲେ ଏମିତି…

ନୂଆଦିଲ୍ଲୀ,୭ା୭: ନୂଆଦିଲ୍ଲୀର ସରାଇ ରୋହିଲ୍ଲା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ୫୫ ବର୍ଷୀୟ ମହିଳାଙ୍କୁ ତାଙ୍କ ଝିଅଙ୍କ ପୂର୍ବତନ ପ୍ରେମିକ ଗୁଳିକରି ହତ୍ୟା କରିଥିବା...

ଶାହରୁଖଙ୍କ ପାଇଁ ଚିଠିରେ ଏଭଳି ଲେଖିଥିଲେ ରାହୁଲ

ନୂଆଦିଲ୍ଲୀ,୩।୧୧: କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ପୁଅ ଆର୍ୟନ ଖାନ୍‌ ଗିରଫ ହୋଇ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରେ ଥିବା ବେଳେ ଅକ୍ଟୋବର ୧୪ରେ ବଲିଉଡ୍‌...

ପ୍ରସାର ଭାରତୀର ପଦକ୍ଷେପ, ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳର ସିଧା ପ୍ରସାରଣ ଉପରେ ରୋକ…

ନୂଆଦିଲ୍ଲୀ,୨୨।୧୦ : କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ସିଧା ପ୍ରସାରଣ କାର୍ଯ୍ୟକଳାପର ପ୍ରସାରଣ ଅବା ବିତରଣକୁ ରେକ ଲଗାଇବାକୁ ଏକ...

‘ସରକାର ଗଠନରେ ସାହାଯ୍ୟ କର, ଆମେ ତୁମର ସବୁ ଦାୟିତ୍ୱ ନେବୁ’

ହରିଦ୍ୱାର, ୨୧।୧୧: ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ରବିବାର ହରିଦ୍ୱାରରେ ପହଞ୍ଚିଛନ୍ତି। ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ହେବାକୁ...

ଜୁନ୍‌ରୁ ‘ଗୋଟିଏ ରାଷ୍ଟ୍ର ଗୋଟିଏ ରାଶନ କାର୍ଡ’

ନୂଆଦିଲ୍ଲୀ,୪ା୧୨(ପି.ଟି.): ଆସନ୍ତା ବର୍ଷ ଜୁନ୍‌ ୧ରୁ ସାରା ଦେଶରେ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’ ନୀତି କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ...

Advertisement
Archives

Model This Week