ବାପା  ଟଙ୍କା ପଠାଇଛନ୍ତି ଚପଲ କିଣିବା  କହି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ଫୋନ୍‌ ଟ୍ରାକ୍‌ କରି…

ଦାରିଙ୍ଗବାଡି,୨୧।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି  ଫୁଲବାଣୀ ପକ୍ସୋ କୋର୍ଟରେ ହାଜର କରାଇଛି । ସେଠାରେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗ ହାଜତକୁ ପଠାଇଦିଆଯାଇଥିବା ତଦନ୍ତକାରୀ ଅଧିକାରୀ ଜୟନ୍ତ କୁମାର ସେଠି କହିଛନ୍ତି । ତାଙ୍କ ନାମରେ ଦାରିଙ୍ଗବାଡି ଥାନାରେ ପକ୍ସୋ ମାମଲା (୨୧୫ /୨୫ )ରୁଜୁ ହୋଇଛି । ଅଭିଯୁକ୍ତ ଜଣକ ଉକ୍ତ ଥାନା ଡମକ୍ଲି୍ୟୁ ଅଞ୍ଚଳର ବାପି ପ୍ରଧାନ ବୋଲି ପୋଲିସ କହିଛି।  ଅଭିଯୁକ୍ତଙ୍କ ଠାରୁ ନାବାଳିକାଙ୍କୁ ଅପହରଣରେ ବ୍ୟବହୃତ ବାଇକକୁ ପୋଲିସ ଜବତ କରିଛ। ଘଟଣା ପରେ ଅଭିଯୁକ୍ତ ବାହାର ରାଜ୍ୟକୁ ଫେରାର ପାଇଁ ଖସି ପଳାଉଥିବା ବେଳେ ପୋଲିସ ଅଭିଯୁକ୍ତ ବାପିର ଫୋନକୁ ଟ୍ରାକ କରି କନ୍ଧମାଳ-ଗଞ୍ଜାମ ସିମାରେ ତାକୁ କାବୁ କରିବାରେ ସଫଳ ହୋଇଥିଲା ।
ସୂଚନା ଯୋଗ୍ୟଯେ  ଶୁକ୍ରବାର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ (୧୨ )ଙ୍କୁ ବାପି ପ୍ରଧାନ (୩୭) କହିଥିଲେ ଯେ, ତୁମବାପା ମୋ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି। ତୁମ ପାଇଁ ଚପଲ କିଣିଦେବାକୁ ଏହା ଶୁଣି ଛାତ୍ରୀ ଜଣକ ବିଶ୍ୱାସ କରି ତାଙ୍କ ସହ ବାଇକ୍‌ରେ ଯାଇଥିଲେ । ବାଟରେ ଯୁବକ ଜଣଙ୍କ ତାଙ୍କୁ ଅପହରଣ କରି ଏକ ଜଙ୍ଗଲ ଭିତରକୁ ନେଇ ମାରଣାସ୍ତ୍ର ଦେଖାଇ ବଳାତ୍କାର କରିଥିଲେ। କାହାକୁ ଏହି ବିଷୟରେ କହିଲେ ତାଙ୍କୁ ଜୀବନରେ ମାରିଦେବାକୁ ଚେତାବନୀ ଦେଇଥିଲେ। ପରେ ଛାତ୍ରୀ ଜଣଙ୍କ ଗାଁକୁ ଫେରି ତାଙ୍କ ସମ୍ପର୍କୀୟ ମହିଳାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ମହିଳାମାନେ ଓ ତାଙ୍କ ସମ୍ପର୍କିୟ ମାନେ ଶନିବାର ଅପରାହ୍ନରେ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ପୋଲିସ ମଧ୍ୟ ଘଟଣାକୁ ଅତି ସମ୍ବେଦନଶୀଳ ଓ ଗୁରୁତ୍ୱ ଦେଇ  ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ସୋମବାର ସାରେ ତାଙ୍କୁୁ ଗିରଫ କରିବାରେ ସଫଳ ହୋଇଥିଲ। ନାବାଳିକା ଅଷ୍ଟମ ଶ୍ରେଣୀଛାତ୍ରୀଙ୍କ ବାପା ଓ ମା’ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ବେକେ ପୀଡିତା ନାବାଳିକାଙ୍କ ଉପରେ ତାଙ୍କର ଆହୁରି ଛୋଟ ଭାଇ ଭଉଣୀ ରହିଛନ୍ତି। ସେମାନଙ୍କ ଦାୟିତ୍ୱ ପୀଡିତା ନାବାଳିକାଙ୍କ ଉପରେ ରହିଥିବା ଓ ସେ ଏହି ପରିସ୍ଥିତିରେ ମଧ୍ୟ ତାଙ୍କ ସାନ ଭାଇ ଭଉଣୀଙ୍କ ଦାୟିତ୍ୱ ତୁଲାଉଥିବା ଜଣାପଡିଛି।

Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?