ସାଇକେଲରୁ ପଡ଼ିଯାଇଥିବା ୭ ବର୍ଷର ନାବାଳିକାଙ୍କୁ ମେଡିକାଲ ନେବା ନାଁରେ କଲେ ଗଣବଳାତ୍କାର: ଏନ୍‌ଏଚ୍‌ଆର୍‌ସିରେ ମାମଲା ରୁଜୁ

କଟକ,୧୬ା୨ (କାର୍ତ୍ତିକ ସାହୁ) ମଧୁପାଟଣା ଥାନା ଅଧୀନ ନୂଆପଡ଼ା ବାଲିସାହି ଅଞ୍ଚଳରେ ଜଣେ ୭ ବର୍ଷୀୟ ନାବାଳିକାଙ୍କୁ ଗଣ ବଳାତ୍କାର କରାଯାଇଛି। ସରସ୍ବତୀ ପୂଜାରେ ଏଭଳି ଏକ ସ୍ପର୍ଶକାତର, ଅମାନୁଷିକ କାଣ୍ଡକୁ ନେଇ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ରେ ଶୁକ୍ରବାର ଏକ ମାମଲା ରୁଜୁ ହୋଇଛି। ପୀଡ଼ିତା ନାବାଳିକାଙ୍କ ବୟାନକୁ ଦେଇ ମଧୁପାଟଣା ଥାନାରେ ଏକ ମାମଲା ରୁଜୁ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ଅନୁଷ୍ଠିତ ସରସ୍ବତୀ ପୂଜାରେ ନାବାଳିକା ଜଣକ ଏକ ଦୋକାନକୁ ଯାଉଥିବା ବେଳେ ସାଇକେଲରୁ ତଳେ ପଡ଼ି ଯାଇଥିଲେ। ନାବାଳିକାଙ୍କ ଗୋଡ଼ରେ ଆଘାତ ଲାଗିଥିବାରୁ ୩ ଜଣ ଦୁବୃର୍ତ୍ତ ନାବାଳିକା ଜଣଙ୍କୁ ମେଡିକାଲ ନେଇ ଯିବାକୁ କହି ଏକ ନିଛାଟିଆ ବଣକୁ ନେଇଯାଇଥିଲେ। ସେଠାରେ ସେମାନେ ଅତ୍ୟନ୍ତ ଅମାନୁଷିକ ଭାବେ ନାବାଳିକାଙ୍କୁ ଗଣ ବଳାତ୍କାର କରିଥିଲେ। ନାବାଳିକା ଜଣକ ଘରକୁ ଫେରିବା ପରେ ପ୍ରବଳ ରକ୍ତସ୍ରାବ ହେବାରୁ ପରିବାର ଲୋକେ ନାବାଳିକା ଧରି ମଧୁପାଟଣା ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏହି ସମ୍ବେଦନଶୀଳ ଘଟଣାରେ ମଧୁପାଟଣା ଥାନାରେ ଦଫା ୩୭୬, ୩୪ ଏବଂ ପୋକସୋ ଆକ୍ଟରେ କେସ୍‌ ନଂ ୫୮/୨୦୨୪ ରୁଜୁ ହୋଇଛି। ନାବାଳିକାର ଅବସ୍ଥା ଗୁରୁତର ଥିବାରୁ ପୋଲିସ ତାଙ୍କୁ ଏସ୍‌ସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ମେଡିକାଲ ଯାଞ୍ଚ କରାଯାଇଛି। ଅତିରିକ୍ତ ଡିସିପି ଅନୀଲ କୁମାର ମିଶ୍ର କହିଛନ୍ତି, ମାମଲାରେ ତଦନ୍ତ ଜାରି ରହିଛି। ପିଡ଼ିତା ନାବାଳିକା ଓ ସାକ୍ଷୀମାନଙ୍କୁ ପଚରାଉଚରା କରାଯାଉଛି। ତଦନ୍ତ ପରେ ସତ୍ୟାସତ ସାମ୍ନାକୁ ଆସିବ। ଏତଲାରେ କୌଣସି ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ କରାଯାଇନାହିଁ। ଅଭିଯୁକ୍ତମାନଙ୍କ ବିଷୟରେ କିଛି ଜଣାପଡ଼ିବା ଦରକାର। ଘଟଣାର ପ୍ରମୁଖ ସାକ୍ଷୀମାନଙ୍କର ବୟାନ କୋର୍ଟରେ ରେକର୍ଡ କରାଯିବ। ପିଡ଼ିତାଙ୍କ ମେଡିକାଲ ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ଅପରପକ୍ଷରେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶଙ୍କ ପକ୍ଷରୁ ଏନ୍‌ଏଚ୍‌ଆର୍‌ସିରେ କେସ୍‌ ନଂ ୨୫୮୨/୨୦୨୪ ରୁଜୁ ହୋଇଛି। ଏନ୍‌ଏଚ୍‌ଆର୍‌ସି ଏହି ମାମଲାରେ ହସ୍ତକ୍ଷେପ କରି ଦୋଷୀ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସମ୍ପୃକ୍ତ ନାବାଳିକାଙ୍କୁ ଉଚ୍ଚସ୍ତରୀୟ ଚିକିତ୍ସା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଏଥିସହ ନାବାଳିକାଙ୍କ ପରିବାରକୁ ୫୦,୦୦୦,୦୦ (ପଚାଶ ଲକ୍ଷ ଟଙ୍କା) କ୍ଷତିପୂରଣ ରାଶି ଯୋଗାଇ ଦେବାକୁ ମଧ୍ୟ ନିବେଦନ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ଜାନୁୟାରୀ ୨୯ ତାରିଖରେ କଟକ ସହର ମାଲଗୋଦାମ ଓଭରବ୍ରିଜ ଅଞ୍ଚଳରେ ଜଣେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ୯ ବର୍ଷୀୟ ନାବାଳିକା ଶିଶୁକନ୍ୟାଙ୍କୁ ସ୍କୁଲରୁ ଫେରିବା ବାଟରେ ଅତି ଅମାନୁଷିକ ଭାବରେ ବଳାତ୍କାର କରାଯାଇଥିଲା। ଜନ ଗହଳିପୂର୍ଣ୍ଣ କଟକ ସହରରେ କୋମଳମତି ନାବାଳିକାମାନେ ବଳାତ୍କାରର ଶିକାର ହେବା ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ମର୍ମସ୍ପର୍ଶୀ ଯାହା ସହରରେ ଉଦ୍‌ବେଗର ବିଷୟ ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri