ସାଇକେଲରୁ ପଡ଼ିଯାଇଥିବା ୭ ବର୍ଷର ନାବାଳିକାଙ୍କୁ ମେଡିକାଲ ନେବା ନାଁରେ କଲେ ଗଣବଳାତ୍କାର: ଏନ୍‌ଏଚ୍‌ଆର୍‌ସିରେ ମାମଲା ରୁଜୁ

କଟକ,୧୬ା୨ (କାର୍ତ୍ତିକ ସାହୁ) ମଧୁପାଟଣା ଥାନା ଅଧୀନ ନୂଆପଡ଼ା ବାଲିସାହି ଅଞ୍ଚଳରେ ଜଣେ ୭ ବର୍ଷୀୟ ନାବାଳିକାଙ୍କୁ ଗଣ ବଳାତ୍କାର କରାଯାଇଛି। ସରସ୍ବତୀ ପୂଜାରେ ଏଭଳି ଏକ ସ୍ପର୍ଶକାତର, ଅମାନୁଷିକ କାଣ୍ଡକୁ ନେଇ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ରେ ଶୁକ୍ରବାର ଏକ ମାମଲା ରୁଜୁ ହୋଇଛି। ପୀଡ଼ିତା ନାବାଳିକାଙ୍କ ବୟାନକୁ ଦେଇ ମଧୁପାଟଣା ଥାନାରେ ଏକ ମାମଲା ରୁଜୁ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ଅନୁଷ୍ଠିତ ସରସ୍ବତୀ ପୂଜାରେ ନାବାଳିକା ଜଣକ ଏକ ଦୋକାନକୁ ଯାଉଥିବା ବେଳେ ସାଇକେଲରୁ ତଳେ ପଡ଼ି ଯାଇଥିଲେ। ନାବାଳିକାଙ୍କ ଗୋଡ଼ରେ ଆଘାତ ଲାଗିଥିବାରୁ ୩ ଜଣ ଦୁବୃର୍ତ୍ତ ନାବାଳିକା ଜଣଙ୍କୁ ମେଡିକାଲ ନେଇ ଯିବାକୁ କହି ଏକ ନିଛାଟିଆ ବଣକୁ ନେଇଯାଇଥିଲେ। ସେଠାରେ ସେମାନେ ଅତ୍ୟନ୍ତ ଅମାନୁଷିକ ଭାବେ ନାବାଳିକାଙ୍କୁ ଗଣ ବଳାତ୍କାର କରିଥିଲେ। ନାବାଳିକା ଜଣକ ଘରକୁ ଫେରିବା ପରେ ପ୍ରବଳ ରକ୍ତସ୍ରାବ ହେବାରୁ ପରିବାର ଲୋକେ ନାବାଳିକା ଧରି ମଧୁପାଟଣା ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏହି ସମ୍ବେଦନଶୀଳ ଘଟଣାରେ ମଧୁପାଟଣା ଥାନାରେ ଦଫା ୩୭୬, ୩୪ ଏବଂ ପୋକସୋ ଆକ୍ଟରେ କେସ୍‌ ନଂ ୫୮/୨୦୨୪ ରୁଜୁ ହୋଇଛି। ନାବାଳିକାର ଅବସ୍ଥା ଗୁରୁତର ଥିବାରୁ ପୋଲିସ ତାଙ୍କୁ ଏସ୍‌ସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ମେଡିକାଲ ଯାଞ୍ଚ କରାଯାଇଛି। ଅତିରିକ୍ତ ଡିସିପି ଅନୀଲ କୁମାର ମିଶ୍ର କହିଛନ୍ତି, ମାମଲାରେ ତଦନ୍ତ ଜାରି ରହିଛି। ପିଡ଼ିତା ନାବାଳିକା ଓ ସାକ୍ଷୀମାନଙ୍କୁ ପଚରାଉଚରା କରାଯାଉଛି। ତଦନ୍ତ ପରେ ସତ୍ୟାସତ ସାମ୍ନାକୁ ଆସିବ। ଏତଲାରେ କୌଣସି ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ କରାଯାଇନାହିଁ। ଅଭିଯୁକ୍ତମାନଙ୍କ ବିଷୟରେ କିଛି ଜଣାପଡ଼ିବା ଦରକାର। ଘଟଣାର ପ୍ରମୁଖ ସାକ୍ଷୀମାନଙ୍କର ବୟାନ କୋର୍ଟରେ ରେକର୍ଡ କରାଯିବ। ପିଡ଼ିତାଙ୍କ ମେଡିକାଲ ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ଅପରପକ୍ଷରେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶଙ୍କ ପକ୍ଷରୁ ଏନ୍‌ଏଚ୍‌ଆର୍‌ସିରେ କେସ୍‌ ନଂ ୨୫୮୨/୨୦୨୪ ରୁଜୁ ହୋଇଛି। ଏନ୍‌ଏଚ୍‌ଆର୍‌ସି ଏହି ମାମଲାରେ ହସ୍ତକ୍ଷେପ କରି ଦୋଷୀ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସମ୍ପୃକ୍ତ ନାବାଳିକାଙ୍କୁ ଉଚ୍ଚସ୍ତରୀୟ ଚିକିତ୍ସା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଏଥିସହ ନାବାଳିକାଙ୍କ ପରିବାରକୁ ୫୦,୦୦୦,୦୦ (ପଚାଶ ଲକ୍ଷ ଟଙ୍କା) କ୍ଷତିପୂରଣ ରାଶି ଯୋଗାଇ ଦେବାକୁ ମଧ୍ୟ ନିବେଦନ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ଜାନୁୟାରୀ ୨୯ ତାରିଖରେ କଟକ ସହର ମାଲଗୋଦାମ ଓଭରବ୍ରିଜ ଅଞ୍ଚଳରେ ଜଣେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ୯ ବର୍ଷୀୟ ନାବାଳିକା ଶିଶୁକନ୍ୟାଙ୍କୁ ସ୍କୁଲରୁ ଫେରିବା ବାଟରେ ଅତି ଅମାନୁଷିକ ଭାବରେ ବଳାତ୍କାର କରାଯାଇଥିଲା। ଜନ ଗହଳିପୂର୍ଣ୍ଣ କଟକ ସହରରେ କୋମଳମତି ନାବାଳିକାମାନେ ବଳାତ୍କାରର ଶିକାର ହେବା ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ମର୍ମସ୍ପର୍ଶୀ ଯାହା ସହରରେ ଉଦ୍‌ବେଗର ବିଷୟ ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri