Categories: ଖେଳ

କୋହଲିଙ୍କ ଝିଅକୁ ବଳାତ୍କାର ଧମକ

ମୁମ୍ବାଇ,୧।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଲଗାତାର ଦୁଇ ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ୯ ମାସିଆ ଝିଅ(ଭାମିକା)ଙ୍କୁ ବଳାତ୍କାର ଧମକ ଦିଆଯାଇଛି। ବଳାତ୍କାର ଧମକ ଦିଆଯାଇଥିବା ଟୁଇଟର ଆକାଉଣ୍ଟକୁ ଡିଲିଟ୍‌ କରି ଦିଆଯାଇଥିବା ସୂଚନା ମିଳିଛି। ତେବେ ଧମକ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ଦିଆଯାଇନାହିଁ। କିନ୍ତୁ ବଳାତ୍କାର ଧମକର ସ୍କ୍ରିନ ଶଟ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତେବେ ସୋସିଆଲ ମିଡିଆରେ କ୍ରିକେଟରଙ୍କ ଝିଅଙ୍କୁ ବଳାତ୍କାର ଧମକ ଦିଆଯିବାର ଏହା ପ୍ରଥମ ଘଟଣା ନୁହେଁ। ଏଥିପୂର୍ବରୁ ୨୦୨୦ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲା। ଏଥିଯୋଗୁ ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ୫ ବର୍ଷୀୟା ଝିଅ ଜିଭାଙ୍କୁ ବଳାତ୍କାର ଧମକ ଦିଆଯାଇଥିଲା।

Share