ନାବାଳିକାଙ୍କୁ ବଳାତ୍କାର

ବାରିପଦା,୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଶାମାଖୁଣ୍ଟା ବ୍ଲକ୍‌ ଗୋବିନ୍ଦପୁର ଅଞ୍ଚଳର ବୁଧିରାମ ସିଂ(୨୭)। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା (ନଂ .୧୭୩/୨୩) ରୁଜୁ କରି ଉଭୟଙ୍କ ଡାକ୍ତରୀମାଇନା କରି ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ଅଗଷ୍ଟ ୩୧ତାରିଖରେ ନାବାଳିକାଙ୍କ ପରିବାର ଲୋକେ ଘରେ ନ ଥିବା ସମୟରେ ବୁଧିରାମ ଘରେ ପଶି ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପୀଡ଼ିତାଙ୍କ ପରିବାରଲୋକେ ଥାନାରେ ଅଭିଯୋଗ କରିଥିଲେ।