ନାବାଳିକାଙ୍କୁ ଗଣବଳାତ୍କାର: ୨ କୋର୍ଟ ଚାଲାଣ

ସାକ୍ଷୀଗୋପାଳ,୩ା୮(ଡି.ଏନ୍‌.ଏ.): ଜନୈକା ୧୪ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗରେ ପୁରୀ ଜିଲା ସତ୍ୟବାଦୀ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛନ୍ତି। ଅନ୍ୟ ଅଭିଯୁକ୍ତ ଫେରାର ରହିଛନ୍ତି। ଏହି ଅଭିଯୁକ୍ତମାନେ ଦୀର୍ଘ ୮ ଦିନ ଧରି କ୍ରମାଗତ ଭାବରେ ପୀଡ଼ିତାଙ୍କୁ ଜଣେ ପରେ ଜଣେ ବଳାତ୍କାର କରୁଥିଲେ। ପରିବାର ଲୋକ ଘଟଣା ସମ୍ପର୍କରେ ଜାଣିବା ପରେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ସତ୍ୟବାଦୀ ଥାନା କେସ୍‌ ନମ୍ବର ୨୨୫/୨୨ରେ ପୋକ୍ସୋ ଆଇନ ୨୦୧୨ ଅନୁଯାୟୀ ଦଫା ୩୭୬(ଡି)(ଏ), ଭାରତୀୟ ପିଙ୍ଗଳ କୋଡ -୬ ମୁତାବକ ଏକ ମାମଲା ରୁଜୁ କରି ଏହି ଥାନା ଅନ୍ତର୍ଗତ ଡାହାଣ କୁମ୍ଭାରପଡ଼ାର ୧ମ ଅଭିଯୁକ୍ତ ଦିପ୍ତୀରଞ୍ଜନ ସ୍ବାଇଁ (୨୫)ଓରଫ ଗୁନା ଏବଂ ବୁନା ପିତା ଗଦାଧର ସ୍ବାଇଁ ଓ ୨ୟ ଅଭିଯୁକ୍ତ ଅଳଗୁମ ମାଳିସାହିର ସୁଶାନ୍ତ କୁମାର ନାୟକ ଓରଫ ମୁନା (୨୪) ପିତା ଅଶୋକ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହି ଗଣବଳାତ୍କାର ମାମଲାରେ ସାମିଲ ରହଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସତ୍ୟବାଦୀ ଥାନା ଭାରପ୍ରାପ୍ତ ନିରୀକ୍ଷକ ବିଜୟକେତନ ବେହେରା କହିଛନ୍ତି।