ବିବାହ ପ୍ରତିଶ୍ରୁତି ଦେଇ ୫ ବର୍ଷ ଧରି ଯୁବତୀଙ୍କୁ ବଳାତ୍କାର

ବାରିପଦା ଅଫିସ,୨୧।୪: ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳର ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ବଳାତ୍କାର କରିଥିବା ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ.୪୦୧/୨୧) ରୁଜୁ କରି ତଦନ୍ତ ଜାରି ରଖିଛି।
ଅଭିଯୋଗ ଅନୁଯାୟୀ, ୨୦୧୪ରେ ଯୁବତୀ ଜଣକ ଉଦଳାରେ ପଢୁଥିବା ବେଳେ ଜଣେ ଯୁବକଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା। ୨୦୧୬ରେ ବାରିପଦାସ୍ଥିତ ତକତପୁର କଲେଜରେ ପଢୁଥିବା ବେଳେ ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ବିଭିନ୍ନ ସମୟରେ ଯୁବତୀଙ୍କ ସହ ସେ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ବର୍ତ୍ତମାନ ଯୁବକ ଜଣକ ବିବାହ କରିବାକୁ ମନାକରି ଦେବାରୁ ଯୁବତୀ ଜଣକ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।