ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର

ରାଇରଙ୍ଗପୁର,୨୮ା୪: ମୟୂରଭଞ୍ଜ ଜିଲା ଗୋରୁମହିଷାଣି ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବହଳଦା ଥାନା ଅନ୍ତର୍ଗତ ଟାଙ୍ଗରଯୋଡ଼ା ଗ୍ରାମର ବୋଲି ଜଣାପଡ଼ିଛି। ପୋଲିସ ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଇଛି।
ପୋଲିସ ସୂଚନା ଅନୁଯାୟୀ, ଯୁବକ ଜଣକ ପୀଡ଼ିତାଙ୍କୁ ଭଲ ପାଉଥିଲେ। ଗତ ରବିବାର ସେ ପୀଡ଼ିତାଙ୍କୁ ଘର ପାଖ ଜଙ୍ଗଲକୁ ଡକାଇ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିଲେ। ପରେ ସେ ପୀଡ଼ିତାଙ୍କୁ ଜଙ୍ଗଲରେ ଏକା ଛାଡ଼ି ପଳାଇଥିଲେ। ଏନେଇ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୭୮/୨୧) ରୁଜୁ କରି ଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି।