ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଗଣବଳାତ୍କାର

ଭଞ୍ଜନଗର,୧୩।୨: ଭଞ୍ଜନଗର ସହରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଗଣବଳତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ଶନିବାର ୪ଜଣଙ୍କୁ ଗିରଫ କରିଛି।   ଛାତ୍ରୀ ଜଣଙ୍କ ଏକ କମ୍ପ୍ୟୁଟର ସେଣ୍ଟରକୁ ପଢ଼ିବାକୁ ଯାଇଥିଲେ। ସେ ଘରକୁ ଫେରୁଥିବା ବେଳେ ନିଛାଟିଆ ଦେଖି ଅଭିଯୁକ୍ତମାନେ ଛାତ୍ରୀଙ୍କୁ ଟେକିନେଇ ଏକ ବୁଦାଳିଆ ସ୍ଥାନରେ ଗଣବଳାତ୍କାର କରିଥିଲେ। ଛାତ୍ରୀଜଣଙ୍କ ବହୁ କଷ୍ଟରେ ଘରକୁ ଫେରିଥିଲେ। ଘଟଣାର ୨ଦିନ ପରେ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ପରେ ତାଙ୍କ ମା’ ଏନେଇ ଥାନାରେ ଅଭିଯୋଗ କରିଥିଲେ।