ନଦୀ କୂଳରେ ନାବାଳିକାଙ୍କୁ ବଳାତ୍କାର

ଫୁଲବାଣୀ ଅଫିସ, ୧୨ା୯: କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରିଛି । ନାବାଳିକାଙ୍କୁ ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି)ରେ ହାଜର କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଗିରଫ ଯୁବକ ହେଲେ ପୁଷ୍ପଧ୍ୱଜ କହଁର ।

ମିଳିଥିବା ସୂଚନା ମୁତାବକ, ଗତ ୫ ତାରିଖରେ ନାବାଳିକା ଜଣକ ଗାଁ ପାଖ ନଦୀକୁ ଶୌଚ ହେବାକୁ ଯାଇଥିଲେ। ପୁଷ୍ପଧ୍ୱଜ ସେଠାରେ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ନାବଳିକା ଜଣକ ଘରକୁ ଆସି ଘଟଣା ସମ୍ପର୍କରେ ଜଣାଇଥିଲେ। ଏ ନେଇ ନାବାଳିକାଙ୍କ ବାପା ୬ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୬୩/୨୧) ରୁଜୁ କରି ତଦନ୍ତ ପରେ ପୁଷ୍ପଧ୍ୱଜଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି  ।