ଫୁଲବାଣୀ,୧୭ା୪ (ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ୍ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଜଣେ ୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଅନନ୍ତ କୁଦେଇ।
ଗତ ବୁଧବାର ଅପରାହ୍ନରେ ଶିଶୁକନ୍ୟା ଘରେ ଥିଲେ। ଅନନ୍ତ ସେଠାରେ ପହଞ୍ଚି ତାଙ୍କୁ ବିସ୍କୁଟ ଖାଇବାକୁ ଦେବାକୁ କହି ନେଇ ଯାଇଥିଲେ। ହେଲେ ଝିଅ ଆସିବା ବିଳମ୍ବ ହେବାରୁ ତାଙ୍କ ମା’ ଖୋଜାଖୋଜି କରିଥିଲେ। ଗ୍ରାମର ଜଣେ ଯୁବକ ଝିଅକୁ ଅନନ୍ତ ଗାଡ଼ିରେ ନିକଟସ୍ଥ ଜଙ୍ଗଲକୁ ନେଇ ଯାଇଥିବା ମା’ଙ୍କୁ କହିଥିଲେ। ଅନନ୍ତ ଝିଅକୁ ଏକ ନାଳ ପାଖରେ ବଳାତ୍କାର କରୁଥିବା ଦେଖି ମା’ ପାଟି କରିବାରୁ ସେ ଫେରାର ହୋଇଯାଇଥିଲେ। ଏନେଇ ଥାନାରେ ଶିଶୁକନ୍ୟାଙ୍କ ମା’ଙ୍କ ଅଭିଯୋଗ କ୍ରମେ ପୋଲିସ ନଂ. ୮୮/୨୫ରେ ମାମଲା ରୁଜୁ କରିଛି। ଅନନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଚିରଞ୍ଜୀବୀ ବେହେରା ପ୍ରକାଶ କରିଛନ୍ତି।


