ଝଗଡ଼ା ହେବାରୁ ଘର ଛାଡି ଆସିଥିଲେ: ବାରମ୍ବାର ବଳାତ୍କାର କଲେ….

କେନ୍ଦୁଝର,୬।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଜଣେ ଅସହାୟ ୨୫ ବର୍ଷୀୟ ଆଦିବାସୀ ଯୁବତୀଙ୍କୁ ବଳାତ୍କାର କରାଯାଇଛି। ଯୁବତୀଙ୍କ ଅସହାୟତାର ସୁଯୋଗ ନେଇ ବାରମ୍ବାର ବଳାତ୍କାର କରିଥିବା ନେଇ ଶୁକ୍ରବାର ସନ୍ଧ୍ୟାରେ ଥାନାରେ ଅଭିଯୋଗ ପରେ ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଖୁଦପଶି ଗ୍ରାମର ସଞ୍ଜୟ ପରିହାର। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।
ସୂଚନା ମୁତାବକ, ତେଲକୋଇ ଥାନା ଅଞ୍ଚଳର ସମ୍ପୃକ୍ତ ଯୁବତୀ ୧ମାସ ପୂର୍ବେ ଘରେ କଳି ଝଗଡ଼ା ହେବାରୁ ଘର ଛାଡି କେନ୍ଦୁଝର ସହରକୁ ଚାଲିଆସିଥିଲେ। କେନ୍ଦୁଝର ସହରରେ ଏକୁଟିଆ ବୁଲାବୁଲି କରିବା ସହ ରାତିରେ କାଶୀପୁର ସାହିରେ ଏକ ଦୋକାନ ବାରଣ୍ଡାରେ ଶୋଉଥିଲେ। ଏହି ସମୟରେ ସଞ୍ଜୟ ସହ ତାଙ୍କର ଭେଟ ହୋଇଥିଲା। ସଞ୍ଜୟ ତାଙ୍କର ନଁା, ଘର ଠିକଣା ପଚାରିବା ସହ କାମ ବୁଝିଦେବେ ବୋଲି କହିଥିଲେ। ସେହିଦିନଠାରୁ ସେ ଯୁବତୀଙ୍କ ସହିତ କଥାବାର୍ତ୍ତା କରିଆସୁଥିଲେ। ଜୁନ୍‌ ୧୯ରେ ଯୁବତୀଙ୍କ ଇଚ୍ଛା ବିରୋଧରେ ସଞ୍ଜୟ ଜବରଦସ୍ତ ଏକ ପରିତ୍ୟକ୍ତ ଘରକୁ ନେଇ ବଳାତ୍କାର କରିଥିଲେ। ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏଣୁ ଭୟରେ ଏ ବିଷୟରେ ସେ କାହାରିକୁ କିଛି କହି ନ ଥିଲେ। ସରଳତାର ସୁଯୋଗ ନେଇ ଅଭିଯୁକ୍ତ ଗତ ୨ ତାରିଖରେ ପୁଣି ପୀଡ଼ିତାଙ୍କ ମୁହଁକୁ ଚାପିଧରି ଉକ୍ତ ପରିତ୍ୟକ୍ତ ଘରକୁ ନେଇ ବଳାତ୍କାର କରିଥିଲେ। ଯୁବତୀ ମାନସିକ ଚାପଗ୍ରସ୍ତ ହୋଇ କେନ୍ଦୁଝର ବଜାରରେ ବୁଲୁଥିବା ବେଳେ ସଖୀ ଓ୍ବାନ୍‌ ଷ୍ଟେପ୍‌ ସେଣ୍ଟରର କର୍ମକର୍ତ୍ତାଙ୍କ ନଜରରେ ପଡ଼ିଥିଲା। କାଉନ୍‌ସେଲିଂ ବେଳେ ତାଙ୍କ ପ୍ରତି ହୋଇଥିବା ପାଶବିକ ଅତ୍ୟାଚାର ସମ୍ପର୍କରେ କହିଥିଲେ। ପ୍ରକଳ୍ପ ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ସଖୀ ଓ୍ବାନ୍‌ ଷ୍ଟପ୍‌ ସେଣ୍ଟରର କର୍ମକର୍ତ୍ତା ଐଶ୍ୱର୍ଯ୍ୟା, ଉଦ୍‌ବେଗ ପ୍ରିୟଦର୍ଶିନୀ, ମମତା, କ୍ରିଷ୍ଣାରାଣୀ ପ୍ରମୁଖ ସହାୟତା କରିବା ପରେ ପୀଡ଼ିତା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୪୪୫/୨୫)ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି, ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri