୧୪ବର୍ଷରୁ ବଳାତ୍କାର, ଏବେ ୩ କନ୍ୟା ସନ୍ତାନର ମା’

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ବୟସ ଯେତେବେଳେ ୧୪ ହୋଇଥିଲା ସେବେଠାରୁ ବଳାତ୍କାରର ଶିକାର ହୋଇ ଆସୁଛନ୍ତି ଜଣେ ଯୁବତୀ। ୧୫ବର୍ଷ ଧରି ସମ୍ପର୍କୀୟ ମାମୁଙ୍କ ବଳତ୍କାର ଯୋଗୁ ଏବେ ସେ ୩ କନ୍ୟା ସନ୍ତାନର ମା’। ଏହା କୌଣସି ଆଦିବାସୀ ଇଲାକାର ଘଟଣା ନୁହେଁ, ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ସ୍ପର୍ଶକାତର ଚିତ୍ର। ସୋମବାର ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୀଡିତା ଜଣକ ତାଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ପୂରା କାହାଣୀ ବଖାଣିବା ପରେ ଘଟଣା ପଦାକୁ ଆସିଛି।
ପୀଡିତାଙ୍କ ଅଭିଯୋଗ ଅନୁସାରେ, ସମ୍ପର୍କୀୟ ମାମୁ ବଳାତ୍କାର କରିବାରୁ ସେ ୧୪ବର୍ଷ ବୟସରେ ଗର୍ଭବତୀ ହୋଇଥିଲେ। ଘର ଲୋକେ ସାଥ୍‌ ଦେବା ବଦଳରେ ଲୋକନିନ୍ଦା ଭୟରେ ମାମୁଙ୍କ ସହ ବିନା ବିବାହରେ ସ୍ତ୍ରୀ ଭାବେ ରହିବାକୁ ଛାଡିଦେଇଥିଲେ। ହେଲେ ସମ୍ପର୍କୀୟ ମାମୁ ସ୍ତ୍ରୀ ଭାବେ ରଖିବା ବଦଳରେ ବାରମ୍ବାର ବଳାତ୍କାର ଓ ନିର୍ଯାତନା ଦେଉଥିଲେ। ଏବେ ୩୦ବର୍ଷ ବୟସ ହୋଇଥିବାବେଳେ ୩ ସନ୍ତାନର ମା’ ହୋଇଛନ୍ତି। ଶାରୀରିକ ଓ ମାନସିକ ଉତ୍ପୀଡନ ଅସହ୍ୟ ହେବାରୁ ଶେଷରେ ପୀଡିତା ଜଣକ ଗତ ନଭେମ୍ବର ୧ରେ ମାନବାଧିକାର କର୍ମୀ ଡ. ଇପ୍‌ସିତା ଦାଶ ଓ ଶ୍ୱାତିସ୍ମିତା ମହାପାତ୍ରଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ପରେ ମହିଳା ଥାନା ସହଯୋଗରେ ତାଙ୍କୁ ସ୍ବଧାର ଗୃହକୁ ପଠାଯାଇଥିଲା। ସେପଟେ ଅଭିଯୁକ୍ତ ମାମୁ ପୀଡିତାଙ୍କୁ ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ପୋଷ୍ଟକରି ବଦନାମ କରିବାକୁ ଚେଷ୍ଟା କରିଥିଲେ। ସେହିପରି ମହିଳା କମିଶନ କାର୍ଯ୍ୟାଳୟରେ ତାଙ୍କୁ ଉଠାଇନେବାକୁ ଉଦ୍ୟମ କରିବା ସହ ମାନବାଧିକାର କର୍ମୀ ଦେବାଶିଷ ମିଶ୍ରଙ୍କୁ ଆକ୍ରମଣ କରିଥିବା ପୀଡିତାଜଣକ ଗଣମାଧ୍ୟମକୁ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ବିଶ୍ୱ ମାନବାଧିକାର ସୁରକ୍ଷା ସଙ୍ଗଠନର ଡ. ଅଭିନ୍ନ ହୋତା, ଡ. ଇପ୍‌ସିତା ଲବନ୍ତିକା, ଡ. ଲୋକନାଥ ନାୟକ, ପି. ତାରିଣୀ ପାତ୍ର , ଲିନୁ ମିଶ୍ର, ସଞ୍ଜୀବ ମିଶ୍ର, ସମୀର ତ୍ରିପାଠୀ, ଶିଦ୍ଧ ମହାନ୍ତି, ରଶ୍ମିରଞ୍ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…

ଓ୍ବାଶିଂଟନ୍‌,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri