ଷ୍ଟିଲ୍‌ସିଟିରେ ପୁଣି ଗଣବଳାତ୍କାର: ୧୭ବର୍ଷୀୟା ଯୁବତୀଙ୍କୁ ୫ ଯୁବକ କଲେ ଗଣବଳାତ୍କାର

ରାଉରକେଲା,୨୬।୯(ସଙ୍ଗୀତା ଜେନା):ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରେ ରହୁଥିବା ୧୭ ବର୍ଷୀୟା ପୀଡ଼ିତା ଜଣକ ଏକ ପ୍ରତିଷ୍ଠିତ କଲେଜର ଛାତ୍ରୀ। ଗତ ରବିବାର ରାତିରେ ପୀଡ଼ିତା ନିଜର ୨ ଜଣ ସାଙ୍ଗଙ୍କ ସହ ସିଭିଲଟାଉନଶିପ୍‌ ଅଞ୍ଚଳର ଏକ ହୋଟେଲ ଆଣ୍ଡ ବାର୍‌କୁ ଯାଇଥିଲେ। ସେଠାରୁ ୩ ଜଣ ଯୁବକ ତାଙ୍କୁ ଡାକିଆଣି ଟ୍ରାଫିକ୍‌ ଛକରେ ଥିବା ଏକ ପାର୍କରେ ଗଣବଳାତ୍କାର କରିଥିଲେ। ଏହି ଘଟଣାରେ କୁଆଡ଼େ ଆଉ ୨ଜଣ ଅର୍ଥାତ୍‌ ମୋଟ ୫ ଜଣ ସମ୍ପୃକ୍ତ ଥିବା ଏତଲାରେ ଉଲ୍ଲେଖ ରହିଛି। ଘଟଣାର ୨ ଦିନ ପରେ ମଙ୍ଗଳବାର ସନ୍ଧ୍ୟାରେ କେତେଜଣ ସମାଜସେବୀଙ୍କ ସହାୟତାରେ ପୀଡ଼ିତାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ସନ୍ଦେହରେ କିଛି ଯୁବକଙ୍କୁ ପଚରାଉଚୁରା କରୁଛି ବୋଲି ଏସ୍‌ଡିପିଓ ଉପାସନା ପାଢ଼ୀ କହିଛନ୍ତି। ଏ ସଂକ୍ରାନ୍ତରେ ରାଉରକେଲା ଡିଆଇଜି ବ୍ରିଜେଶ ରାୟ କହିଛନ୍ତି, ଏହି ଘଟଣା ୨୨ ତାରିଖର। ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତୁରନ୍ତ ଅତିରିକ୍ତ ଏସ୍‌ପି ପି. ଏସ୍‌. ନାୟକଙ୍କ ନେତୃତ୍ୱରେ ୪ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ ବୟାନ ରେକର୍ଡ କରାଯାଇଛି। ଘଟଣାସ୍ଥଳରେ ପୋଲିସ ଟିମ୍‌, ଡଗ୍‌ ସ୍କ୍ବାଡ୍‌, ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ କରିଛନ୍ତି। କ୍ରମାଗତ ଏପରି ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରସ୍ତୁତ ରହିଛି। ପୀଡ଼ିତାଙ୍କୁ ନ୍ୟାୟଦେବା ସୁନିଶ୍ଚିତ କରାଯାଉଛି। ଅନେକ ତଥ୍ୟ ତଦନ୍ତ ପ୍ରକ୍ରିୟା ଯୋଗୁ ପ୍ରକାଶ କରିବା ସମ୍ଭବ ହେଉନାହିଁ। ତେବେ ତଦନ୍ତ ପରେ ସାର୍ବଜନୀନ କରାଯିବ ବୋଲି ଡିଆଇଜି ରାୟ କହିଛନ୍ତି। ଅପରପକ୍ଷେ ଏସ୍‌ଡିପିଓ ପାଢ଼ୀଙ୍କ ନେତୃତ୍ୱରେ ଉକ୍ତ ହୋଟେଲର ସିସିଟିଭି ଯାଞ୍ଚ କରାଯାଇଛି। ପୀଡ଼ିତା, ତାଙ୍କ ସାଙ୍ଗ ଓ ଅନ୍ୟମାନଙ୍କ କାର୍ଯ୍ୟକଳାପ ଆଦିର ସିସିଟିଭି ଫୁଟେଜ୍‌ ସଂଗ୍ରହ କରାଯାଇଛି।
ଉଲ୍ଲେଖଯୋଗ୍ୟ, ନାବାଳିକା ପୀଡ଼ିତା ଜଣକ ରବିବାର ଦକ୍ଷିଣ ରାଉରକେଲା ଏବଂ ପ୍ଲାଣ୍ଟସାଇଟ୍‌ ଅଞ୍ଚଳର ୨ଜଣ ସାଙ୍ଗଙ୍କ ସହ ହୋଟେଲକୁ ଯାଇଥିଲେ। ସେଠାରେ ସାଙ୍ଗମାନଙ୍କ ପୁରୁଷବନ୍ଧୁମାନେ ଉପସ୍ଥିତ ଥିଲେ। କିଛି ସମୟପରେ ଉକ୍ତ ନାବାଳିକାଙ୍କ ୨ଜଣ ସାଙ୍ଗ ହୋଟେଲରୁ ପଳାଇ ଯାଇଥିବାବେଳେ ପୀଡ଼ିତା ଏକୁଟିଆ ହୋଇଯାଇଥିଲେ। ବିଳମ୍ବିତ ରାତିରେ ପୀଡ଼ିତା ଘରକୁ ନ ଫେରିବାରୁ ତାଙ୍କ ବାପା ଖୋଜାଖୋଜି କରିଥିଲେ ଏବଂ ଉକ୍ତ ହୋଟେଲ ପରିସରରେ ତାଙ୍କୁ ଦେଖିଥିଲେ। ଥାନାରେ ଅଭିଯୋଗ ହେବା ପରେ ପୋଲିସ କେତେଜଣ ଯୁବକ ଏବଂ ତାଙ୍କ ପରିବାର ଲୋକଙ୍କୁ ଥାନାରେ ଅଟକ ରଖିଥିବା ଚର୍ଚ୍ଚା ହେଉଛି।

ଥାନାକୁ ନେଇ ଦ୍ୱନ୍ଦ୍ୱ, ପୀଡ଼ିତାଙ୍କ ପରିବାର ହଟହଟା ନାବାଳିକା ଗଣବଳାତ୍କାର ମାମଲାରେ ମଙ୍ଗଳବାର ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଘଟଣାଟି କେଉଁ ଥାନା ଅଧୀନରେ ଯାଉଛି ବୋଲି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଫଳରେ ପୀଡ଼ିତାଙ୍କ ପରିବାର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଶେଷରେ ପୀଡ଼ିତା ଯାଇଥିବା ହୋଟେଲ ରଘୁନାଥପାଲୀ ଥାନା ଅଞ୍ଚଳରେ ଆସୁଥିବାରୁ ସେଠାରେ ଏତଲା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri