ବିବାହ ଫସର ଫାଟିଲା: ବରବେଶରେ ଗିରଫ ହେଲେ ବଳାତ୍କାର ଅଭିଯୁକ୍ତ

ବରଗଡ଼ ଅଫିସ୍‌,୯।୫: ବରଗଡ଼ ଜିଲା ଭଟଲି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ଗଭର୍ବତୀ କରିବା ଅଭିଯୋଗରେ ଗତ ୨୦୧୭ ମସିହାରୁ ଫେରାର ଥିବା ଅଭିଯୁକ୍ତଙ୍କୁ ସୋମବାର ବରବେଶରେ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଭଟଲି ଥାନା କେଲେଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ଜଗତିପାଲି ଗ୍ରାମର କାଳିଆ ଓରଫ ଭାସ୍କର ବରିହା(୨୮)। ତାଙ୍କୁ ବରଗଡ଼ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବରଗଡ଼ ସବଜେଲ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ପୂର୍ବରୁ ଭଟଲି ଥାନା ପୋଲିସ ତାଙ୍କ ବିରୋଧରେ ଦଫା ୩୭୬ (୨) (ଏନ), ୩୧୩, ୫୧୧, ୨୯୪, ୫୦୬ ଆଇପିସି ଏବଂ ୪, ୬ ପକ୍ସୋ ଆକ୍ଟରେ ମାମଲା ରୁଜୁ କରିଥିଲା।
ପ୍ରକାଶ ଯେ, ଗିରଫ ଅଭିଯୁକ୍ତ କାଳିଆ ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ୨୦୧୭ ମସିହାରେ ନାବାଳିକା ଜଣକ ଗର୍ଭବତୀ ହେବା ଜାଣିବା ପରେ ସେ ଆଉ ଧରାଛୁଆଁ ଦେଇ ନ ଥିଲେ ଏବଂ ଫେରାର୍‌ ହୋଇ ଯାଇଥିଲେ। ନାବାଳିକାଙ୍କ ପରିବାର ଲୋକେ ଏହା ଜାଣି ସେ ସମ୍ପର୍କରେ ଥାନାରେ ଏତଲା ଦେବା ପରେ ଭଟଲି ପୋଲିସ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ଜଣକ ତାମିଲନାଡୁକୁ ଫେରାର୍‌ ହୋଇଯାଇଥିବା ସୂଚନା ପାଇ ପୋଲିସ ସେଠାକୁ ୨ଥର ଯାଇ ଖାଲି ହାତରେ ଫେରିଥିଲା। ଇତିମଧ୍ୟରେ ଅଭିଯୁକ୍ତ ଜଣକ ଭଟଲି ଥାନା ନାରଙ୍ଗପୁର ପଞ୍ଚାୟତ ଖରମୁଣ୍ଡା ଗ୍ରାମର ନିଜ ମାମୁଁ ଘରେ ଆତ୍ମଗୋପନ କରିଥିଲେ ଏବଂ ଛତିଶଗଡ଼ ରାଜ୍ୟ ଲେନ୍ଧ୍ରା ଗ୍ରାମର ଜଣେ ଯୁବତୀଙ୍କ ସହିତ ତାଙ୍କର ବିବାହ ସ୍ଥିର ହୋଇଥିଲା। ସୋମବାର ବିବାହୋତ୍ସବ ଥିଲା। କାଳିଆ ଯିବା ପାଇଁ ବରବେଶରେ ବାହାରିଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ପୋଲିସ ତାଙ୍କୁ ଥାନାକୁ ଉଠାଇ ଆଣିଥିଲା। ଘଟଣାଟି ଭଟଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri