ପୀୟୁଷଙ୍କୁ ନେଇ ରାଣୀ ପଣ୍ଡାଙ୍କ ବିବାଦୀୟ ବୟାନ, ପାଲଟା ଜବାବ ରଖିଲେ ପୀୟୁଷ

ଭୁବନେଶ୍ବର,୨୨ା୧: ଯାତ୍ରା ଦୁନିଆର ଦୁଇ ଲୋକପ୍ରିୟ କଳାକାର ପୀୟୁଷ ତ୍ରିପାଠୀ ଏବଂ ରାଣୀ ପଣ୍ଡା ମୁହାଁମୁହିଁ। ଯାଜପୁର ଜିଲା ବିଞ୍ଝାରପୁରର ବାରୁଣେଶ୍ୱର ମେଳାରେ ଦୁଇଜଣଙ୍କ ମଧ୍ୟରେ ଦେଖାଦେଇଥିବା ମତପାର୍ଥକ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ବିବାଦ ଓ ଲୋକପ୍ରିୟତାକୁ ନେଇ ଉଭୟ କଳାକାର ନିଜ ନିଜର ଭିନ୍ନ ମତ ରଖିଛନ୍ତି।

ଅଭିନେତ୍ରୀ ରାଣୀ ନିଜର ରୋକଠୋକ ଶୈଳୀରେ କହିଛନ୍ତି ଯେ, ଆଜିକାଲି ଜଣେ ବ୍ୟକ୍ତି ଯେତେ ବିବାଦୀୟ ହେବେ, ତାଙ୍କର ଲୋକପ୍ରିୟତା ସେତିକି ବଢ଼ିବ। ପୀୟୁଷଙ୍କୁ ଜଣେ ‘ସାଇଲେଣ୍ଟ ଆକ୍ଟର’ ଭାବେ ବର୍ଣ୍ଣନା କରି ସେ କହିଛନ୍ତି, ପୀୟୁଷ ଅତି ଚତୁରତାର ସହ ଶାନ୍ତ ରହି ନିଜ କାମ କରନ୍ତି। ବିବାଦ ଯୋଗୁଁ ହିଁ ପୀୟୁଷଙ୍କ ପ୍ରତି ଦର୍ଶକଙ୍କ କ୍ରେଜ୍ ବଢ଼ିଛି। ଆଗାମୀ ଖଣ୍ଡଗିରି ଯାତ୍ରାରେ ଏହି ଲୋକପ୍ରିୟତାର ପ୍ରକୃତ ପ୍ରମାଣ ମିଳିବ।

ଅନ୍ୟପଟେ ରାଣୀଙ୍କ ଏହି ମନ୍ତବ୍ୟ ଉପରେ ପୀୟୁଷ ଅତି ଶାନ୍ତ ଭାବେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କିଏ ତାଙ୍କ ବିଷୟରେ କ’ଣ କହୁଛି ସେଥିରେ ସେ ବିଚଳିତ ନୁହଁନ୍ତି। ତାଙ୍କ ମତରେ, ଯେତେବେଳେ ଭଗବାନଙ୍କ ପ୍ରତି ମଧ୍ୟ ଷଡ଼ଯନ୍ତ୍ର କରାଯାଇଛି, ସେ ତ କେବଳ ଜଣେ ସାଧାରଣ ମଣିଷ। କାହାକୁ ତଳକୁ ଟାଣିବାର ଏହା ସଠିକ୍ ସମୟ ନୁହେଁ। ସେ ଯାତ୍ରା ପରିବେଷଣ ପାଇଁ ଅନୁମତି ପାଇଛନ୍ତି ଏବଂ ଆଇନଗତ ପ୍ରକ୍ରିୟା ତା’ ବାଟରେ ଚାଲିବ।

ବାରୁଣେଶ୍ୱର ମେଳାରେ ଦୁଇ କଳାକାରଙ୍କୁ ଏକାଠି ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଉଭୟଙ୍କ ମଧ୍ୟରେ ଥିବା ଏହି ମତପାର୍ଥକ୍ୟ ଆଗାମୀ ଖଣ୍ଡଗିରି ଯାତ୍ରା ପାଇଁ ମାହୋଲକୁ ଆହୁରି ସରଗରମ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା, ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ

ରାଉରକେଲା,୧୭।୯: ସୁନ୍ଦରଗଡ଼ ଜିଲା ରାଉରକେଲା ସହରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା, ପବନରେ ଏକ ପୂଜା ପେଣ୍ଡାଲ ଭୁଶୁଡ଼ି ପଡିଛି। ସିଭିଲ ଟାଉନ୍‌ସିପ ଅଞ୍ଚଳରେ ଥିବା ଏକ…

୧୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ

ଗୁଡ଼ାରି,୧୭ା୯(ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ୧୪ ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। ସହରର ୧୪…

ହତ୍ୟା କରିବା ପରେ ବାଇକ୍‌ ସହ ମୃତଦେହ ଫିଙ୍ଗି ଦେଇଥିଲେ ୧୨ ଅଭିଯୁକ୍ତ, ଆଜି ପୂରା ଘଟଣାର ପର୍ଦ୍ଦାଫାଶ କରି…

ଗୁଣପୁର,୧୭ା୯(ସୁଜାତା ପାଢ଼ୀ/ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ନୂଆଲବା ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା।…

ଆଉ ୫ ବର୍ଷ ପାଇଁ ଟାଟାର ନେତୃତ୍ୱ ନେବେ ଏନ. ଚନ୍ଦ୍ରଶେଖରନ; ଟାଟା ସନ୍ସ ବୋର୍ଡର ମଞ୍ଜୁରୀ

ନୂଆଦିଲ୍ଲୀ,୧୭।୯: ମୁମ୍ବାଇରେ ଗୁରୁବାର ଟାଟା ଗ୍ରୁପ୍ର ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗ୍ରୁପର ଅଧ୍ୟକ୍ଷ ପଦ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା: ଏନ. ଚନ୍ଦ୍ରଶେଖରନ…

ଛତ୍ରପୁର ସହରରେ କୁକୁର-ମାଙ୍କଡ଼ଙ୍କ ଉପଦ୍ରବ, ନିୟନ୍ତ୍ରଣ ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି…

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଜିଲାର ସଦରମହକୁମା ଛତ୍ରପୁର ସହରରେ ବୁଲା କୁକୁର ଓ ମାଙ୍କଡ଼ଙ୍କ ଉପଦ୍ରବ ଦିନକୁ ଦିନ ବଢ଼ୁଥିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।…

ବ୍ରେକଅପ୍‌ ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ଆକୃତି ଅଗ୍ରୱାଲ, ପୃଥ୍ବୀ ଶ’ଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୧୭।୯: ଟିମ୍‌ ଇଣ୍ଡିଆରୁ ଦୀର୍ଘ ସମୟ ଧରି ଦୂରେ ଥିବା ଭାରତୀୟ ଓପନର ବ୍ୟାଟର ପୃଥ୍ୱୀ ଶ’ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…

ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର, ପୂର୍ବରୁ…

ଭୁବନେଶ୍ୱର,୧୭ା୯: ଡେପୁଟି କମିଶନର ଅଫ ପୋଲିସ(ଡିସିପି) ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। କେନ୍ଦ୍ର ସରକାର ଏହି ଇସ୍ତଫାପତ୍ରକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଚାକିରିରୁ ଅବସର…

ଆର୍ଯ୍ୟପଲ୍ଲୀରେ କୂଳ ଖାଇ ଚାଲିଛି ସମୁଦ୍ର, ପ୍ରତିଶ୍ରୁତି ଦେଇ ରକ୍ଷଣାବେକ୍ଷଣ ଦାୟିତ୍ୱ ଭୁଲିଗଲା କମ୍ପାନୀ

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ସମୁଦ୍ର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ତୀବ୍ର ସମୁଦ୍ର କୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?