କେନ୍ଦୁଝର ଦେଇ ଚଳାଚଳ କଲା ରାଞ୍ଚି-ଭେଲୁପୁରମ ଏକ୍ସପ୍ରେସ୍‌

କେନ୍ଦୁଝର,୧୧ା୨(ସ୍ବ.ପ୍ର.): ଭାରତୀୟ ରେଳବାଇ ପକ୍ଷରୁ ରାଞ୍ଚିଠାରୁ ଭେଲୁପୁରମ ଭାୟା କେନ୍ଦୁଝର ଦେଇ ଏକ ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ୍‌ ଟ୍ରେନ୍‌ ସାମୟିକ ଭାବେ ଚଳାଚଳ କରିଛି। ଦକ୍ଷିଣ-ପୂର୍ବ ରେଳବାଇର ସହକାରୀ ଟ୍ରାନ୍ସପୋର୍ଟ ମ୍ୟାନେଜର କୌଶିକ ମୁଖାର୍ଜୀଙ୍କ ଦସ୍ତଖତରେ ପ୍ରକାଶିତ ବିଜ୍ଞପ୍ତିରେ, ଏହି ସ୍ବତନ୍ତ୍ର ଟ୍ରେନ୍‌ ସର୍ବମୋଟ୍‌ ୪ଥର ଯାତାୟାତ କରିବା ସହ ଏହା ଫେବୃୟାରୀ ୩ରୁ ୨୪ ଯାଏ ଚାଲିବ ବୋଲି ଚିଠି କରିଥିଲେ। ତେବେ ଏହା ନିୟମିତ କରିବାକୁ ସାଧାରଣରେ ଦାବି ହୋଇଛି। ଏହି ଟ୍ରେନ ଶନିବାର ସକାଳ ୮.୪୫ରେ କେନ୍ଦୁଝରଗଡ଼ ରେଳଷ୍ଟେଶନରୁ ବାହାରି ମଧ୍ୟାହ୍ନ ୧୨.୩୫ରେ ଭୁବନେଶ୍ୱରରେ ପହଞ୍ଚିଛି। ତେବେ ଏହା କେନ୍ଦୁଝର ଜିଲାର କେବଳ ହରିଚନ୍ଦନପୁର ଷ୍ଟେଶନରେ ମାତ୍ର ୨ମିନିଟ୍‌ର ରହଣି ଥିବାବେଳେ ଅନ୍ୟ କୌଣସି ଷ୍ଟେଶନରେ ଏହି ଟ୍ରେନ୍‌ ରହିବ ନାହିଁ ା ଅନ୍ୟପକ୍ଷରେ ଫେରିବା ବେଳେ ଟ୍ରେନଟି ମଙ୍ଗଳବାର ସନ୍ଧ୍ୟା ୫ଟା୧୫ରେ ଭେଲୁପୁରମ ବାହାରି ବୁଧବାର କେନ୍ଦୁଝରଗଡ଼ ଷ୍ଟେଶନରେ ରାତି ୧୦.୫୦ରେ ପହଞ୍ଚିବ। ଅପ୍‌ ଟ୍ରେନ ନମ୍ବର ୦୮୦୬୮ ହୋଇଥିବା ବେଳେ ଡାଉନ ନମ୍ବର ୦୮୦୬୭ ଏକ୍ସପ୍ରେସ ଟ୍ରେନ ଅଟେ।

ସୂଚନା ଅନୁସାରେ, ଏକ୍ସପ୍ରେସ ଟ୍ରେନଟି ପରୀକ୍ଷାମୂଳକ ଭାବେ ଚଳାଚଳ କରାଯାଇଥିବା ଜଣାପଡ଼ିଛି। ଶନିବାର କେନ୍ଦୁଝରଗଡ଼ ପ୍ଲାଟ୍‌ଫର୍ମରେ ବହୁ ଯାତ୍ରୀ ଟ୍ରେନରେ ଯାତ୍ରା କରିଛନ୍ତି। ତେବେ ସାମୟିକ ଭାବେ ଏହା ଚାଲିବା ସହିତ କେନ୍ଦୁଝରରୁ ଭୁବନେଶ୍ୱର ଦୂରତା ମାତ୍ର ୪ ଘଣ୍ଟା ରହିଥିବାରୁ ଏହାକୁ ନିୟମିତ କରିବା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୃଷ୍ଟି ଦେବାକୁ ଦାବିହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri