ଛାତ୍ର ଆନ୍ଦୋଳନ ୨ ମାସ ପାଇଁ ସ୍ଥଗିତ, ସରକାରଙ୍କୁ ଦେଲେ ଅଲ୍ଟିମେଟମ୍‌

ନୂଆଦିଲ୍ଲୀ, ୧୯।୮: ରାଞ୍ଚିର ଜେପିଏସ୍‌ସି ଷ୍ଟାଡିୟମରେ ଜୁଲାଇ ୨୫ରୁ ଚାଲିଥିବା ଛାତ୍ର ଆନ୍ଦୋଳନକୁ ବର୍ତ୍ତମାନ ପାଇଁ ଦୁଇ ମାସ ସ୍ଥଗିତ ରଖାଯାଇଛି। ଆନ୍ଦୋଳନକାରୀ ଛାତ୍ରମାନେ ଝାଡ଼ଖଣ୍ଡ ସରକାରଙ୍କୁ ୬୦ ଦିନର ଅଲ୍ଟିମେଟମ୍‌ ଦେଇଛନ୍ତି। ଏହି ସମୟ ମଧ୍ୟରେ ପରୀକ୍ଷାରେ ହୋଇଥିବା କଥିତ ଅନିୟମିତତାର CBI ତଦନ୍ତ ଆରମ୍ଭ ନହେଲେ ପୁଣିଥରେ ଆନ୍ଦୋଳନ କରାଯିବ ବୋଲି ଛାତ୍ରମାନେ ଚେତାବନୀ ଦେଇଛନ୍ତି।

ବାସ୍ତବରେ, ଝାଡ଼ଖଣ୍ଡ ସରକାର CID ତଦନ୍ତରେ ସାମ୍ନାକୁ ଆସିଥିବା ତଥ୍ୟ ଆଧାରରେ ୨୨ଟି ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ସରକାରଙ୍କ ଆଦେଶ ଅନୁସାରେ ୬ଟି ପରୀକ୍ଷାର ପ୍ରକ୍ରିୟା ସ୍ଥଗିତ ରଖାଯାଇଛି। ଏହାଛଡ଼ା ୧୭ଟି ପରୀକ୍ଷାରେ ସମ୍ଭାବ୍ୟ ଅନିୟମିତତା ନେଇ ତଦନ୍ତ କରାଯିବ।

ସରକାରଙ୍କ ଏହି ପଦକ୍ଷେପ ପରେ ଛାତ୍ରମାନେ ଏବେ ପାଇଁ ନିଜ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଛାତ୍ରମାନଙ୍କ କହିବା ଅନୁସାରେ, ପରୀକ୍ଷାରେ ହୋଇଥିବା କଥିତ ଅନିୟମିତତାର CBI ତଦନ୍ତ ହିଁ ସେମାନଙ୍କର ମୁଖ୍ୟ ଦାବି। ଏହି ଦାବି ପୂରଣ ପାଇଁ ସରକାରଙ୍କୁ ୬୦ ଦିନ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ଦାବି ପୂରଣ ନ ହେଲେ ଛାତ୍ରମାନେ ପୁଣିଥରେ ଆନ୍ଦୋଳନ ଆରମ୍ଭ କରିବେ ବୋଲି କହିଛନ୍ତି।

 

Odisha’s No.1 Odia Daily

Share