ବ୍ରହ୍ମାସ୍ତ୍ର ପାଇଁ ଫିଜ ନେଇ ନାହାନ୍ତି ରଣବୀର-ଆଲିଆ!

ମୁମ୍ବାଇ: ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ସବୁଆଡେ ଚର୍ଚ୍ଚା । ଏହା ବକ୍ସ ଅଫିସରେ ଭଲ ବିଜନେସ କରିଛି । ହେଲେ ଏହି ଫିଲ୍ମ ତା’ର ବଜେଟ ଅନୁଯାୟୀ ବିଜନେସ କରିପାରି ନାହିଁ । କେହି କେହି ଏହାର ବିଜନେସକୁ ଦେଖି ଫିଲ୍ମ ହିଟ ବୋଲି କହୁଥିବା ବେଳେ ଏହାର ବଜେଟକୁ ଦେଖିଲେ କିନ୍ତୁ ଏହା ହିଟ ନୁହେଁ ବୋଲି ବି କୁହାଯାଉଛି । ପ୍ରଥମେ କୁହାଯାଉଥିଲା ବ୍ରହ୍ମାସ୍ତ୍ରର ବଜେଟ ୪୧୦ କୋଟି । ଏବେ କିନ୍ତୁ ସୋସିଆଲ ମିଡିଆରେ ସୂଚନା ଆସିଛି କି ଏହି ଫିଲ୍ମ ନିର୍ମାଣରେ ୬୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ବ୍ୟତୀତ ଚର୍ଚ୍ଚା ହେଉଛି କି ବିଏଫଏକ୍ସର ମୋଟା ବିଲ ଯୋଗୁ ଆଲିଆ ଭଟ୍ଟ ଓ ରଣବୀର କପୁର ତାଙ୍କ ପାରିଶ୍ରମିକ ନେଇ ନାହାନ୍ତି ।
ବ୍ରହ୍ମାସ୍ତ୍ରକୁ ଦର୍ଶକଙ୍କର ଯେତିକି ଭଲପାଇବା ମିଳିଛି ସେଥିରେ ଆୟନ ମୁକାର୍ଜୀ ଖୁସି ଥିବା କହିଛନ୍ତି । ଟ୍ରେଡ ଆନାଲିଷ୍ଟ କୋମଲ ନାହଟାଙ୍କ ସହ କଥା ହୋଇ ଆୟନ କିଛି କଥା ସାମ୍ନାକୁ ଆଣିଛନ୍ତି । ସେ କହିଛନ୍ତି କିଛି ବ୍ୟକ୍ତିଗତ ବଳିଦାନ ଯୋଗୁ ଫିଲ୍ମଟି ନିର୍ମାଣ ହୋଇ ପାରିଛି । ନଚେତ୍ ଫିଲ୍ମ ନିର୍ମାଣ କରିବା କଷ୍ଟକର ହୋଇଥାଆନ୍ତା । ତେବେ ରଣବୀର ଏହି ଫିଲ୍ମ ପାଇଁ ଫିଜ ନ ନେବା କଥା ଯାହା ଶୁଣାଯାଇଛି ତାକୁ ନେଇ ଆୟନ କହିଛନ୍ତି । ବର୍ତ୍ତମାନ ରଣବୀର ଯେତିକି ନେବା କଥା ସେତିକି ଫିଜ ନେଇ ନାହାନ୍ତି । ଆଉ ଯାହା ବି ନେଇଛନ୍ତି ତାକୁ ଫିଲ୍ମ ମେକିଂରେ ଖର୍ଚ୍ଚ କରି ଦେଇଛନ୍ତି । ଏହାକୁ ନେଇ ରଣବୀର କହିଛନ୍ତି ମୁଁ ଯେହେତୁ ଫିଲ୍ମର ଗୋଟିଏପାର୍ଟ ସେଥିପାଇଁ ମୋର ଫିଜକୁ ନେଇ ସେମିତି କିଛି ଡିିମାଣ୍ଡ ନ ଥିଲା । ଅନ୍ୟପଟେ ଏହି ଫିଲ୍ମ ପାଇଁ ୨୦୧୪ରେ ଆଲିଆଙ୍କୁ ସାଇନ୍ କରାଯାଇଥିଲା । ସେତେବେଳେ ସେ ଜଣେ ସାଧାରଣ ନାୟିକା ଥିଲେ । ହେଲେ ଏବେ ସେ ଯେଉଁଠି ଅଛନ୍ତି ବା ଯେଉଁଠି ପହଞ୍ଚିଛନ୍ତି ସେହି ତୁଳନାରେ ତାଙ୍କୁ କିଛି ଫିଜ ଦିଆଯାଇ ନାହିଁ ବୋଲି ଆୟନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri