Posted inଜାତୀୟ

ସୋନିଆଙ୍କ ପଡୋଶୀ ହେବେ କୋବିନ୍ଦ

ନୂଆଦିଲ୍ଲୀ,୨୧ ।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୫ରେ ଶେଷ ହେବାକୁ ଯାଉଛି । ତାଙ୍କ ସମ୍ମାନରେ ଜୁଲାଇ ୨୩ରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ସଂସଦ ଭବନ ସ୍ଥିତ ସେଣ୍ଟ୍ରାଲ ହଲରେ ବିଦାୟୀ ସମାରୋହର ଆୟୋଜନ କରିଛନ୍ତି । ଏହି ସମାରୋହରେ ରାଷ୍ଟ୍ରପତି କୋବିନ୍ଦଙ୍କୁ ଏକ ‘ସ୍ମୃତି ଚିହ୍ନ’ ତଥା ସଂସଦ ସଦସ୍ୟଙ୍କ ଦ୍ୱାରା ହସ୍ତାକ୍ଷର କରାଯାଇଥିବା ଏକ ହସ୍ତାକ୍ଷର ପୁସ୍ତିକା ଉପହାର ଦିଆଯିବ । ଲୋକ ସଭା ଅଧ୍ୟକ୍ଷ ଓମ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ଏମ୍‌ପି ଏହି କ୍ରାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

କାର୍ଯ୍ୟକାଳ ଶେଷ ହେବାର ୨ ଦିନ ପୂର୍ବରୁ ଅର୍ଥାତ୍ ୨୨ ଜୁଲାଇରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମସ୍ତ ଆସବାବପତ୍ର ନୂଆ ଘରକୁ ସିପ୍ଟ କରାଯିବ । ହେଲେ ରାଷ୍ଟ୍ରପତି ଭବନରୁ କୋବିନ୍ଦ ୨୫ ଜୁଲାଇରେ ବିଦାୟ ନେବେ । ନୂଆ ରାଷ୍ଟ୍ରପତି ଶପଥ ନେବା ପରେ ।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଦିଲ୍ଲୀର ୧୨ ଜନପଥ ସ୍ଥିତ ଘରକୁ ସିପ୍ଟ ହେବେ । ଏଠାରେ ପୂର୍ବରୁ ରାମ ବିଳାସ ପାଶୱାନ କିଛିଦିନ ରହୁଥିଲେ । ତାଙ୍କର ପରଲୋକ ପରେ ଏହି ଘରକୁ ଖାଲି କରି ଦିଆଯାଇଛି । ଏହାର ଠିକ୍ ନିକଟରେ ଅର୍ଥାତ୍ ୧୦ ଜନପଥରେ ସୋନିଆ ଗାନ୍ଧୀ ରହୁଛନ୍ତି ।
ଅବସର ପରେ ରାଷ୍ଟ୍ରପତି କୋବିନ୍ଦକୁ ୧.୫ ଲକ୍ଷ ପ୍ରତିମାସ ପେନସନ ମିଳିବ । ଏହା ବ୍ୟତୀତ ୬୦ ହଜାର ଟଙ୍କା ପ୍ରତିମାସ ସେକ୍ରେଟାରିୟଲ ଷ୍ଟାଫ ଓ ଅଫିସ ଖର୍ଚ୍ଚ ପାଇଁ ମିଳିବ । ଏହାସହ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଘରର ଭଡା ନିଆଯିବ ନାହିଁ ।
ପୂର୍ବତନ ରାଷ୍ଟ୍ରପତି ଭାବେ କୋବିନ୍ଦଙ୍କୁ ଲ୍ୟାଣ୍ଡ ଲାଇନ, ମୋବାଇଲ ଫୋନ, ବ୍ରଡ ବ୍ୟାଣ୍ଡ ଇଣ୍ଟରନେଟ ଯୋଗାଇ ଦିଆଯିବ । ଏହା ବ୍ୟତୀତ ବିଜୁଳୀ, ପାଣି ବିଲ ବି ପଇଠ କରିବେ ନାହିଁ କୋବିନ୍ଦ । ଡ୍ରାଇଭର ଓ କାର୍ ବି ଯୋଗାଇ ଦିଆଯିବ । ଏହାସହ ସ୍ୱାସ୍ଥ୍ୟ ସୁବିଧା ସମ୍ପୂର୍ଣ୍ଣ ମାଗଣା । ଟ୍ରେନ ଓ ବିମାନ ଯାତ୍ରା ମାଗଣା । ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଜଣେ ଅନ୍ୟ ଷ୍ଟାଫଙ୍କୁ ବି ଏହି ସୁବିଧା ମିଳିବ । ୫ ଜଣିଆ ପର୍ସନାଲ ଷ୍ଟାଫ ରହିବେ ଓ ସବୁ ସୁବିଧା ଥିବା ଗାଡି ଯୋଗାଇ ଦିଆଯିବ । ଦିଲ୍ଲୀ ପୋଲିସର ସିକ୍ୟୁରିଟି ଦିଆଯିବ ଓ ୨ ଜଣ ସଚିବ ବି ରହିବେ କୋବନ୍ଦଙ୍କର ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri