Posted inଜାତୀୟ

ସୋନିଆଙ୍କ ପଡୋଶୀ ହେବେ କୋବିନ୍ଦ

ନୂଆଦିଲ୍ଲୀ,୨୧ ।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୫ରେ ଶେଷ ହେବାକୁ ଯାଉଛି । ତାଙ୍କ ସମ୍ମାନରେ ଜୁଲାଇ ୨୩ରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ସଂସଦ ଭବନ ସ୍ଥିତ ସେଣ୍ଟ୍ରାଲ ହଲରେ ବିଦାୟୀ ସମାରୋହର ଆୟୋଜନ କରିଛନ୍ତି । ଏହି ସମାରୋହରେ ରାଷ୍ଟ୍ରପତି କୋବିନ୍ଦଙ୍କୁ ଏକ ‘ସ୍ମୃତି ଚିହ୍ନ’ ତଥା ସଂସଦ ସଦସ୍ୟଙ୍କ ଦ୍ୱାରା ହସ୍ତାକ୍ଷର କରାଯାଇଥିବା ଏକ ହସ୍ତାକ୍ଷର ପୁସ୍ତିକା ଉପହାର ଦିଆଯିବ । ଲୋକ ସଭା ଅଧ୍ୟକ୍ଷ ଓମ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ଏମ୍‌ପି ଏହି କ୍ରାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

କାର୍ଯ୍ୟକାଳ ଶେଷ ହେବାର ୨ ଦିନ ପୂର୍ବରୁ ଅର୍ଥାତ୍ ୨୨ ଜୁଲାଇରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମସ୍ତ ଆସବାବପତ୍ର ନୂଆ ଘରକୁ ସିପ୍ଟ କରାଯିବ । ହେଲେ ରାଷ୍ଟ୍ରପତି ଭବନରୁ କୋବିନ୍ଦ ୨୫ ଜୁଲାଇରେ ବିଦାୟ ନେବେ । ନୂଆ ରାଷ୍ଟ୍ରପତି ଶପଥ ନେବା ପରେ ।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଦିଲ୍ଲୀର ୧୨ ଜନପଥ ସ୍ଥିତ ଘରକୁ ସିପ୍ଟ ହେବେ । ଏଠାରେ ପୂର୍ବରୁ ରାମ ବିଳାସ ପାଶୱାନ କିଛିଦିନ ରହୁଥିଲେ । ତାଙ୍କର ପରଲୋକ ପରେ ଏହି ଘରକୁ ଖାଲି କରି ଦିଆଯାଇଛି । ଏହାର ଠିକ୍ ନିକଟରେ ଅର୍ଥାତ୍ ୧୦ ଜନପଥରେ ସୋନିଆ ଗାନ୍ଧୀ ରହୁଛନ୍ତି ।
ଅବସର ପରେ ରାଷ୍ଟ୍ରପତି କୋବିନ୍ଦକୁ ୧.୫ ଲକ୍ଷ ପ୍ରତିମାସ ପେନସନ ମିଳିବ । ଏହା ବ୍ୟତୀତ ୬୦ ହଜାର ଟଙ୍କା ପ୍ରତିମାସ ସେକ୍ରେଟାରିୟଲ ଷ୍ଟାଫ ଓ ଅଫିସ ଖର୍ଚ୍ଚ ପାଇଁ ମିଳିବ । ଏହାସହ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଘରର ଭଡା ନିଆଯିବ ନାହିଁ ।
ପୂର୍ବତନ ରାଷ୍ଟ୍ରପତି ଭାବେ କୋବିନ୍ଦଙ୍କୁ ଲ୍ୟାଣ୍ଡ ଲାଇନ, ମୋବାଇଲ ଫୋନ, ବ୍ରଡ ବ୍ୟାଣ୍ଡ ଇଣ୍ଟରନେଟ ଯୋଗାଇ ଦିଆଯିବ । ଏହା ବ୍ୟତୀତ ବିଜୁଳୀ, ପାଣି ବିଲ ବି ପଇଠ କରିବେ ନାହିଁ କୋବିନ୍ଦ । ଡ୍ରାଇଭର ଓ କାର୍ ବି ଯୋଗାଇ ଦିଆଯିବ । ଏହାସହ ସ୍ୱାସ୍ଥ୍ୟ ସୁବିଧା ସମ୍ପୂର୍ଣ୍ଣ ମାଗଣା । ଟ୍ରେନ ଓ ବିମାନ ଯାତ୍ରା ମାଗଣା । ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଜଣେ ଅନ୍ୟ ଷ୍ଟାଫଙ୍କୁ ବି ଏହି ସୁବିଧା ମିଳିବ । ୫ ଜଣିଆ ପର୍ସନାଲ ଷ୍ଟାଫ ରହିବେ ଓ ସବୁ ସୁବିଧା ଥିବା ଗାଡି ଯୋଗାଇ ଦିଆଯିବ । ଦିଲ୍ଲୀ ପୋଲିସର ସିକ୍ୟୁରିଟି ଦିଆଯିବ ଓ ୨ ଜଣ ସଚିବ ବି ରହିବେ କୋବନ୍ଦଙ୍କର ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri