୨୨୧ବର୍ଷରେ କାଷ୍ଠମୁଖାଧାରୀ ରାମଲୀଳା

ନୟାଗଡ଼ ଅଫିସ/ ଦଶପଲ୍ଲା,୩୦।୩(ଡି.ଏନ.ଏ.): ଗୁରୁବାର ରାମନବମୀରୁ ଆରମ୍ଭ ହେଉଛି ଭାରତ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା। ରାମାୟଣର ବିଭିନ୍ନ ପ୍ରସଙ୍ଗକୁ ନେଇ ୧୪ଦିନ ଧରି ଏହା ମଙ୍ଗଳରାତି ବୁଧ ପାହାନ୍ତିରେ ରାବଣ ବଧ ପରେ ଲଙ୍କାପୋଡି ଯାତ୍ରା ଉଦ୍‌ଯାପିତ ହେବ। ୧୮୦୨ରୁ ଏହି ଯାତ୍ରା ଓ କାଷ୍ଠମୁଖାଧାରୀ ରାମଲୀଳା ମହାବୀର କ୍ଷେତ୍ର ଦଶପଲ୍ଲାରେ ହୋଇ ଆସୁଛି। ଦଶହରାରେ ଷୋଳ ପୂଜାରୁ ଆରମ୍ଭ ହୁଏ ଲଙ୍କାପୋଡି ଯାତ୍ରାର ଶୁଭାରମ୍ଭ। ଭଲ ଦିବସ ଅଥବା ଦୋଳପୂର୍ଣ୍ଣିମାରୁ ଆରମ୍ଭ ହୁଏ ରାମ ନାଟକର ଆଖଡା। ଅଶୋକାଷ୍ଟମୀରେ ଆଖଡା ଶେଷ ପରେ ରାମନବମୀରେ ଆରମ୍ଭ ହୁଏ ରାମ ନାଟକ। ଶ୍ରରାମ ଜନ୍ମଠାରୁ ଆରମ୍ଭ କରି ଶ୍ରୀରାମ ଅଭିଷେକ ପର୍ଯ୍ୟନ୍ତ ବିଷୟବସ୍ତୁକୁ ନେଇ ଅଭିନୟ ଓ ନୃତ୍ୟରେ କଳାକାରମାନେ ନାଟକ ମଞ୍ଚସ୍ଥ କରିଥାନ୍ତି। ଆଜିର ବିଜ୍ଞାନ ଯୁଗରେ ବି ଦଶପଲ୍ଲା ରାମ ନାଟକର ଲୋକପ୍ରିୟତା ବଢ଼ି ଚାଲିଛି।
ହନୁମାନ, ବାଳୀ, ସୁଗ୍ରୀବ, ଅଙ୍ଗଦ, ଜାମ୍ବବାନ, ରାବଣ, କୁମ୍ଭକର୍ଣ୍ଣ, ବିଭୀଷଣ, ଇନ୍ଦ୍ରଜିତ, ତାଡକା, ସୁପର୍ଣ୍ଣଖା, ମାୟାମୃଗ ପରି ୨୧ ଚରିତ୍ର କାଷ୍ଠମୁଖା ପରିଧାନ କରି ନିଖିୁଣ ଅଭିନୟ କରିଥାନ୍ତି। ନାଟକର ବିଭିନ୍ନ ଚରିତ୍ର କାଷ୍ଠମୁଖା ପରିଧାନ କରୁଥିବାରୁ ନାଟକକୁ କାଷ୍ଠମୁଖାଧାରୀ ରାମାୟଣ କୁହଯାଉଛି। କେତେଜଣ ପାଳିଆ ଓ କଳାକାର ରାମାୟଣର ପୁରାଣ ପୋଥିକୁ ସଙ୍ଗୀତ ଆକାରରେ ପରିବେଷଣ କରିଥାନ୍ତି। ରାମ ପର୍ଶୁରାମ ଭେଟରେ ନୃତ୍ୟ, ଗୀତ ସହିତ ସଂଳାପ ଦେଖିବାକୁ ମିଳେ। ବାଣଯୁକ୍ତ ଧନୁ ନାଟକରେ ଅଭିନୟ କରୁଥିବା ଚରିତ୍ରମାନେ ବ୍ୟବହାର କରିଥାନ୍ତି। ପରମ୍ପରା ଅନୁସାରେ ସଂକ୍ରାନ୍ତି, ଗୁରୁବାର ରାମ ନାଟକ ବନ୍ଦ ଥିବାରୁ ଯାତ୍ରାର ଦିନ ବଢ଼ି ଯାଇଥାଏ। ସୀତାହରଣ ଠାରୁ ଗହଳି ବଢ଼େ। ସୀତା ହରଣ ଦିବସରେ ପୁଷ୍ପକଯାନ ଓ ୩୫ ଫୁଟର କାଷ୍ଠର ରାବଣ ଦେଖିବାକୁ ମିଳେ।
ଯାତ୍ରାର ଅନ୍ତିମ ରାତ୍ରୀରେ ମହାବୀରଙ୍କ ପୀଠାରୁ ବାସ୍ତବ ଅଭିନୟ କରୁଥବା ରାମ, ଲକ୍ଷ୍ମଣ କାଷ୍ଠ ରାବଣଙ୍କ ସହ ଯୁଦ୍ଧ କରି ୧ କିମି ପର୍ଯ୍ୟନ୍ତ ରାସ୍ତା ଅତିକ୍ରମ କରନ୍ତି। ପୁଷ୍ପକ ବିମାନର ବ୍ୟବହାର ଦେଖିବାକୁ ମିଳେ। ପୁଣି ମାନସିକ ବାଣ ରାତି ତମାମ ଫୁଟିବା କାରଣରୁ ପରିବେଶ ଧୁମାୟିତ ହୋଇ ପଡେ। ରାଜ୍ୟ ବିଭିନ୍ନ ଅଞ୍ଚଳରୁ ଭକ୍ତ ଆସି ଏଠାରେ ମାନସିକ କରି ନିଜର ମନସ୍କାମନା ପୂରଣ କରୁଥିବାର ନଜିର ରହିଛି। ରାମଙ୍କ ଅଭିଷେକ ଦଶପଲ୍ଲାରେ ଅଯୋଧ୍ୟାର ଭ୍ରମ ସୃଷ୍ଟି କରେ।
ରିପୋର୍ଟ: ଲୋକନାଥ ମିଶ୍ର,
ସହଯୋଗୀ- ପ୍ରକାଶ କୁମାର ପାଣି


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri