Posted inଖେଳ

ଚେତାବନୀ ଦେଲା ପାକିସ୍ତାନ: ଭାରତ ଏସିଆ କପ୍‌ ଖେଳିବାକୁ ନ ଆସିଲେ ପାକିସ୍ତାନ ଦିନିକିଆ ବିଶ୍ୱକପ୍‌ ଖେଳିବାକୁ ଯିବନି ଭାରତ

ଇସଲାମାବାଦ,୨୭।୧୧: ଭାରତ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆସନ୍ତା ବର୍ଷ ହେବାକୁ ଥିବା ଏସିଆ କପ ଏବଂ ଦିନିକିଆ ବିଶ୍ୱକପକୁ ନେଇ ପୁଣି ଥରେ ସାମ୍ନାସାମ୍ନି ହୋଇଛି। ବିସିସିଆଇ ସଚିବ ଜୟ ଶାହା ନିକଟରେ କହିଥିଲେ, ଟିମ ଇଣ୍ଡିଆ ଆସନ୍ତା ବର୍ଷ ଏସିଆ କପ ପାଇଁ ପାକିସ୍ତାନ ଯିବ ନାହିଁ। ଏକ ନିରପେକ୍ଷ ସ୍ଥାନରେ ଏସିଆ କପ ଅନୁଷ୍ଠିତ ହେବ। ଏହା ଉପରେ ପିସିବି ମୁଖ୍ୟ ରମିଜ ରାଜାଙ୍କ ପ୍ରତିକ୍ରିୟା ଏବେ ଆସିଛି। ସେ କହିଛନ୍ତି, ଯଦି ଟିମ ଇଣ୍ଡିଆ ଏସିଆ କପ ଖେଳିବାକୁ ପାକିସ୍ତାନ ଆସିବ ନାହିଁ, ତା’ହେଲେ ଆମେ ମଧ୍ୟ ଆସନ୍ତା ବର୍ଷ ଦିନିକିଆ ବିଶ୍ୱକପ ଖେଳିବାକୁ ଭାରତ ଯିବୁ ନାହିଁ।
ଏସିଆ କପ ୨୦୨୩ ପାକିସ୍ତାନରେ ଅନୁଷ୍ଠିତ ହେବ। ତେବେ ଏସୀୟ କ୍ରିକେଟ ପରିଷଦର ଚେୟାରମ୍ୟାନ ଜୟ ଶାହା ଏହା ଏକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ ବୋଲି କହିଥିଲେ। ଏନେଇ ରମିଜ ରାଜା କହିଛନ୍ତି, ଯଦି ଆସନ୍ତା ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପରେ ପାକିସ୍ତାନ ଅଂଶଗ୍ରହଣ କରେ କରିବ ନାହିଁ, ତେବେ କିଏ ଏହାକୁ ଦେଖିବ? ଆମର ମତ ସ୍ପଷ୍ଟ। ଯଦି ଭାରତୀୟ ଦଳ ଏଠାକୁ ନ ଆସିବ ତେବେ ଆମେ ବିଶ୍ୱକପ ପାଇଁ ଯିବୁ ନାହିଁ। ଯଦି ସେମାନେ ଆମ ବିନା ବିଶ୍ୱକପ ଖେଳିପାରିବେ। ଆମେ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବୁ।
୨୦୨୩ରେ ହେବାକୁ ଥିବା ପରବର୍ତ୍ତୀ ଏସିଆ କପ ଦିନିକିଆ ଫର୍ମାଟରେ ଖେଳାଯିବ। ଆଗାମୀ ବଡ ଆଇସିସି ଟୁର୍ନାମେଣ୍ଟକୁ ଦୃଷ୍ଟିରେ ରଖି ଏସିଆ କପ ସମାନ ଫର୍ମାଟରେ ଖେଳାଯାଏ। ଅର୍ଥାତ୍‌ ୨୦୨୨ରେ ଟି-୨୦ ବିଶ୍ୱକପ ଖେଳାଯିବାକୁ ଥିଲା।ଏଭଳି ପରିସ୍ଥିତିରେ ଏସିଆ କପ ଟି-୨୦ ଫର୍ମାଟରେ ମଧ୍ୟ ଖେଳାଯାଇଥିଲା। ଏଥି ସହିତ ୨୦୨୩ରେ ଦିନିକିଆ ବିଶ୍ୱକପ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଏସିଆ କପ ମଧ୍ୟ ଦିନିକିଆ ଫର୍ମାଟରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri