ଦୁର୍ଘଟଣାରେ ହରାଇଥିଲେ: ଲାଗିଲା କୃତ୍ରିମ ଗୋଡ

ବିନିକା,୧୪ା୨(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ସିନ୍ଦୂରପୁର ଗ୍ରାମର ରମେଶ ନାଏକ ଦେଢ଼ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଚିକିତ୍ସା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଶେଷରେ ସେ ତାଙ୍କର ଡାହଣ ଗୋଡ଼ ହରାଇଥିଲେ। ଏହାପରେ ଚଳପ୍ରଚଳ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ରମେଶ।

ଖବର ପାଇ ସ୍ଥାନୀୟ ସ୍ବେଚ୍ଛାସେବୀ ଅନଷ୍ଠାନ ହେଲ୍ପ ଟୁ ଅଦର୍ସର ସଦସ୍ୟ ଦେବଦତ୍ତ ପଣ୍ଡାଙ୍କ ଉଦ୍ୟମ ଏବଂ କେତେକ ବଦାନ୍ୟ ବ୍ୟକ୍ତି ରମେଶଙ୍କ କୃତ୍ରିମ ଗୋଡ଼ ଲଗାଇବା ନେଇ ଉଦ୍ୟମ ଆରମ୍ଭ କରିଥିଲେ। ଦେବଦତ୍ତ ଭୁବନେଶ୍ୱର ସ୍ଥିତ ବ୍ରଦର୍‌ ହୁଡ ଫାଉଣ୍ଡେଶନ ପ୍ରତିଷ୍ଠାତା ସଭ୍ୟ ସତ୍ୟଜିତ ସେନାପତିଙ୍କୁ ଏକ କୃତ୍ରିମ ଗୋଡ ଯୋଗାଇବା ପାଇଁ ଅନୁରୋଧ କରିଥିଲେ। ଏଥିରେ ସେନାପତି ରାଜି ହୋଇ ରମେଶଙ୍କୁ ରବିବାର ଭୁବନେଶ୍ୱର ଆସିବା ପାଇଁ କହିଥିଲେ। ରମେଶ ଭୁବନେଶ୍ୱର ଯାଇ ସେଠାରେ ଏକ କୃତ୍ରିମ ଗୋଡ ଲଗାଇ ଖୁସିରେ ଘରକୁ ଫେରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦାୟ ନେଲେ ମା’ ଗଜଲକ୍ଷ୍ମୀ

ଗଞ୍ଜାମ,୨୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ବଡ଼ବଜାର ଅସ୍ଥାୟୀ ପୂଜା ମଣ୍ଡପରେ ୮ ଦିନ ଧରି ପୂଜା ପାଉଥିବା ଧନଦାତ୍ରୀ ମା’ ଗଜଲକ୍ଷ୍ମୀ ରବିବାର ସନ୍ଧ୍ୟାରେ ସହରବାସୀଙ୍କଠାରୁ ବିଦାୟ ନେଇଛନ୍ତି।...

ଓଡ଼ିଶା ବନ୍ଦ ଡାକରା: ବାଲେଶ୍ୱର ପ୍ରଭାବିତ

ବାଲେଶ୍ୱର ଅଫିସ, ୧୫।୨- କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ସୋମବାର କଂଗ୍ରସ ପକ୍ଷରୁ ରାଜ୍ୟବ୍ୟାପୀ ‘ଓଡିଶା ବନ୍ଦ’ ଡାକରା ଦିଆଯାଇଛି। କେଦ୍ରସରକାର ପ୍ରେଟ୍ରୋଲ, ଡିଜେଲ...

ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିଦର୍ଶନ କଲେ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ

ସାକ୍ଷୀଗୋପାଳ,୧୩।୧(ଡି.ଏନ୍‌.ଏ.): ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ସୋମବାର ପୁରୀ ଜିଲା ସତ୍ୟବାଦୀ ବ୍ଲକର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି। ସାନକଞ୍ଜିଆ,...

ବିଷାକ୍ତ ସାପ କାମୁଡାରେ ବୃଦ୍ଧ ଗୁରୁତର

ଦିଗପହଣ୍ଡି,୧୭।୧୦(ବ୍ୟୁରୋ): ଗଞ୍ଜାମ ଜିଲା ବିଷାକ୍ତ ସାପ କାମୁଡାରେ ସୋମବାର ଜଣେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡିଛି। ସେ ହେଲେ କଇଠଡା ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମର...

ରାଜ୍ୟ ସରକାରଙ୍କୁ ୧୧୫ କୋଟି ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୧୬ା୯:ଓଟିଏମ୍‌ ପୁନରୁଦ୍ଧାର ସମ୍ପର୍କିତ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଛି। ମୁଖ୍ୟ ବିଚାରପତି ଏସ୍‌ ମୁରଲୀଧରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାଜ୍ୟ...

ତହସିଲଦାରଙ୍କ ଅଚାନକ ଶେରଗଡ଼ ମେଡିକାଲ, ବିଇଓ କାର୍ଯ୍ୟାଳୟ ପରିଦର୍ଶନ: କାର୍ଯ୍ୟାଳୟରେ କର୍ମଚାରୀ ଅନୁପସ୍ଥିତ ନେଇ ଖୁବ୍ଧ

ଶେରଗଡ଼,୫ା୭(ଡି.ଏନ.ଏ.)- ଶେରଗଡ଼ ମେଡିକାଲ ଓ ଶିକ୍ଷା ବିଭାଗରେ ବହୁ ଅବ୍ୟବସ୍ଥା ଲାଗି ରହିଥିବା ଗଞ୍ଜାମ ଜିଲାପାଳଙ୍କ ନିକଟରେ ଖବର ପହଞ୍ଚତ୍ ଥିଲା। ଏନେଇ ତୁରନ୍ତ ତଦନ୍ତ...

ଆଜି ବନକଲାଗି: ୪ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ,୧୩।୧୧:ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ...

ଜିଲାପାଳ, ତହସିଲଦାରଙ୍କୁ ଲୋକାୟୁକ୍ତରେ ହାଜର ନିର୍ଦ୍ଦେଶ

ଧର୍ମଶାଳା,୨୯ା୮(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା କଳାପଥର ଖାଦାନରେ ବେଆଇନ ଭାବେ କଳାପଥର ଉତ୍ତୋଳନ କରିଥିବା ପ୍ରଭାକର ଜେନାଙ୍କଠାରୁ ଜରିମାନା ଆଦାୟ କରିବାରେ...

Advertisement
Archives

Model This Week