ଭାଜପାରେ ଯୋଗଦେବେ କି କଙ୍ଗନା, ଉତ୍ତରରେ କହିଲେ ଏମିତି

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ସହ ଭୀଷଣ ତିକ୍ତତାର ସମ୍ମୁଖୀନ ହୋଇଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଭାଜପାରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ମୁମ୍ବାଇ ମହାନଗର ନିଗମ ପକ୍ଷରୁ ତାଙ୍କ ଅଫିସ ଭଙ୍ଗାଯିବା ପରେ ମର୍ମାହତ ଅଛନ୍ତି କଙ୍ଗନା। କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱଲେ କଙ୍ଗନାଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ତାଙ୍କୁ ଭାଜପାରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ ହେଁ କଙ୍ଗନା ନମ୍ରତାର ସହ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅନ୍ୟପକ୍ଷରେ କଙ୍ଗନାଙ୍କ ମା’ ଟୁଇଟ୍‌ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଝିଅକୁ ଯଦି ସୁରକ୍ଷା ଯୋଗାଇ ଦିଆଯାଇ ନ ଥାନ୍ତା, ତେବେ ତାଙ୍କ ସହ କିଛି ବି ଘଟିଥାଆନ୍ତା ବୋଲି କଙ୍ଗନାଙ୍କ ମା ଟୁଇଟରରେ ଲେଖିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ରାମଦାସ ମଧ୍ୟ ଟୁଇଟ୍‌ ଯୋଗେ କଙ୍ଗନାଙ୍କୁ ଭେଟିଥିବା ଓ ସେ ରାଜନୀତି ନିମନ୍ତେ ଅନାଗ୍ରହ ପ୍ରକାଶ କରିଥିବା ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ମୁମ୍ବାଇରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଗୃହ ମନ୍ତ୍ରୀଙ୍କ ଚିଠି ଲେଖିଥିଲେ। ପରେ ତାଙ୍କୁ ଓ୍ବାଇ ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଏଥିପାଇଁ ସେ ଶାହା ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ଏହାପରେ ସେ ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା ଉଠିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଶୋରୀ ମେଳାରେ ପୋଷଣ ଅଭିବୃଦ୍ଧିକୁ ଗୁରୁତ୍ୱ

ଦାରିଙ୍ଗବାଡ଼ି,୨୮ା୨(ଅରୁଣ ସାହୁ): ଦିନକୁ ଦିନ ଖାଦ୍ୟ ଗ୍ରହଣରେ ପରିବର୍ତ୍ତନ ଯୋଗୁ ଶିଶୁଙ୍କ ସମେତ କିଶୋରୀମାନେ ଅନେକ ସମୟରେ ଅପପୁଷ୍ଟିର ଶିକାର ହୋଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି।…

ଏହି ଅଭିନେତ୍ରୀଙ୍କ ଯୋଗୁ ଭାଙ୍ଗିଗଲା ଥଲାପତି ବିଜୟଙ୍କ ଘର: ବଢୁଛି ଚର୍ଚ୍ଚା

ତାମିଲ ସୁପରଷ୍ଟାର ଥଲାପତି ବିଜୟଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାର ପରିସରକୁ ଆସିଛି। ତାଙ୍କ ସ୍ତ୍ରୀ ସଙ୍ଗୀତା ସୋର୍ନାଲିଙ୍ଗମ ଅଭିନେତାଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଚେଙ୍ଗାଲପଟୁ…

ଗର୍ଭବତୀଙ୍କୁ ମିଳିବ ୫୦୦୦ ଟଙ୍କା: ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୮।୨: ପ୍ରତ୍ୟେକ ମାତାପିତା ନିଜ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଚିନ୍ତିତ। ମାତାପିତାମାନେ ସେମାନଙ୍କ ପିଲାମାନଙ୍କ ଶିକ୍ଷାଠାରୁ ଆରମ୍ଭ କରି ସେମାନଙ୍କ ସ୍ବାସ୍ଥ୍ୟ ପର୍ଯ୍ୟନ୍ତ ସବୁକିଛି ବିଷୟରେ…

ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା: ନବୀନଙ୍କୁ କୃତଜ୍ଞତା ଜଣାଇ ସବୁ ଦଳ ଠାରୁ ସମର୍ଥନ ଆଶା…

ଭୁବନେଶ୍ୱର, ୨୮।୨: ରାଜ୍ୟ ସଭା ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟପାୟକ ଡା. ଦତ୍ତେଶ୍ବର ହୋତାଙ୍କ ନାମ ଘୋଷଣା କରିଛନ୍ତି। ଏ ନେଇ ନବୀନଙ୍କୁ କୃତଜ୍ଞତା…

ଆମେରିକା କଲା ଏମିତି କାମ, ଆହୁରି ଭୟାବହ ହେବ ଇସ୍ରାଏଲ-ଆମେରିକା ଯୁଦ୍ଧ!

ଓ୍ବାଶିଂଟନ,୨୮।୨: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ଇରାନରେ ଏକକାଳୀନ ୩୦ଟି ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରାଯାଇଛି।…

Iran Israel War: ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତୀୟଙ୍କୁ ଆଲର୍ଟ, ଦୂତାବାସ ଜାରି କଲା ଆଡଭାଇଜରୀ

ନୂଆଦିଲ୍ଲୀ,୨୮।୨: ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ ବିରୁଦ୍ଧରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛନ୍ତି। ଇରାନର ରାଜଧାନୀ ତେହେରାନ ସମେତ ଅନେକ ସ୍ଥାନକୁ…

ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ ଏମିତି କହିଲେ ସଂତୃପ୍ତ

ଭୁବନେଶ୍ୱର,୨୮।୨: ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ କୃତଜ୍ଞତା ଜଣାଇଲେ ସଂତୃପ୍ତ ମିଶ୍ର। ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଖଙ୍କୁ କୃତଜ୍ଞତା ଜଣାଇବା ସହ ମୋତେ ମିଳିଥିବା…

ଇସ୍ରାଏଲ ପ୍ରତିବର୍ଷ ୧୦ ହଜାର ଭାରତୀୟଙ୍କୁ ଦେବ ଚାକିରି? ମୋଦି-ନେତାନ୍ୟାହୁଙ୍କ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ/ଜେରୁଜେଲମ,୨୮।୨: ଭାରତ ଏବଂ ଇସ୍ରାଏଲ ଗୁରୁବାର (୨୬ ଫେବୃଆରୀ) ରାଜି ହୋଇଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୫୦,୦୦୦ ପର୍ଯ୍ୟନ୍ତ ଅଧିକ ଭାରତୀୟ ଶ୍ରମିକ ଇସ୍ରାଏଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri