Posted inଜାତୀୟ

ଥରୁରଙ୍କୁ ଇଂରାଜୀ ଶିଖାଇଲେ ଅଠାୱଲେ!

ନୂଆଦିଲ୍ଲୀ,୧୧ ।୨: ନିଜର ଇଂରାଜୀ ଜ୍ଞାନ ଓ କଠିନ ଶବ୍ଦର ବ୍ୟବହାରକୁ ନେଇ ଚର୍ଚ୍ଚାରେ ରହୁଥିବା କଂଗ୍ରେସର ବରିଷ୍ଠ ନେତା ଓ ତିରୁଭାନନ୍ତପୁରମର ଲୋକ ସଭା ଏମ୍‌ପି ଶଶି ଥରୁର ଏଥର ପୁଣି ସୋସିଆଲ ମିଡିଆରେ ହାଇଲାଇଟ ହୋଇଯାଇଛନ୍ତି । ହେଲେ ଏଥର କଠିନ ଇଂରାଜୀ ଶବ୍ଦକୁ ନେଇ ସେ ଚର୍ଚ୍ଚାକୁ ଆସିନାହାନ୍ତି ବରଂ ତାଙ୍କର ଇଂରାଜୀ ଶବ୍ଦରେ ସୁଧାର ଅଣାଇଛି । ସୂଚନାଯୋଗ୍ୟ, ଗୁରୁବାର ଶଶି ଥରୁର ବଜେଟକୁ ନେଇ ଦିଆଯାଇଥିବା ଭାଷଣ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କ ଉଦ୍ଦେଶ୍ୟରେ ଏକ ଫଟୋ ଶେୟାର କରିଥିଲେ । ଏହି ଫଟୋରେ ମନ୍ତ୍ରୀ ରାମଦାସ ଅଠାୱଲେ ବି ନଜର ଆସୁଥିଲେ । ହେଲେ ତାଙ୍କ ଚେହେରାରେ ସେ ଖୁବ୍ ବିବ୍ରତ ନଜର ଆସୁଥିଲେ । ଥରୁର ଫଟୋ ଶେୟାର କରି ଲେଖିଥିଲେ, ଦୁଇ ଘଣ୍ଟା ଚାଲିଥିବା ବଜେଟ ଅଧିବେଶନର ଜବାବରେ ଏହି ଫଟୋଟି ସବୁକିଛି କହୁଛି ।
ଥରୁରଙ୍କ ଏହି ଟୁଇଟ୍ ଦେଖିବା ପରେ ରାମଦାସ ଅଠାୱଲେ ଏହାର ପ୍ରତିକ୍ରିୟା ରଖିଛନ୍ତି । ଏହାସହ ଅନେକ ସୋସିଆଲ ମିଡିଆ ୟୁଜର୍ସ ବି ଏହାକୁ ନେଇ ରିଆକ୍ଟ କରିଛନ୍ତି । ଅଠାୱଲେ କହିଛନ୍ତି, ଥରୁରୁ ଜି ଆପଣ ‘Bydget’ ନୁହେଁ ‘Budget’ ଲେଖନ୍ତୁ ।
ସୂଚନାଯୋଗ୍ୟ, କଠିନ ଇଂରାଜୀ ଶବ୍ଦ ବ୍ୟବହାର କରିବାରେ ସିଦ୍ଧହସ୍ତ ଥିବା ଶଶି ଥରୁର ବିପକ୍ଷ ପାଇଁ ବେଳେ ବେଳେ ଏମିତି ଶବ୍ଦ ବ୍ୟବହାର କରନ୍ତି ଯାହା ପାଇଁ କେବଳ ନେତା ନୁହେଁ ସୋସିଆଲ ମିଡିଆ ୟୁଜର୍ସଙ୍କୁ ବି ଡିକ୍ସନରୀ ଦେଖିବାକୁ ପଡେ । ଯେମିତି ଗତ ବର୍ଷ ଭାଜପାକୁ ଟାର୍ଗେଟ କରି ଥରୁର  ‘Allodoxaphobia’ ଶବ୍ଦ ବ୍ୟବହାର କରିଥିଲେ । ହେଲେ ଏବେ ସାଧାରଣ ଶବ୍ଦକୁ ନେଇ ସେ ଅଠାୱଲେଙ୍କ ଶିକାର ହୋଇଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଫନି କମେଣ୍ଟ ବି ଆସୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri