ଗୁପ୍ତା ଭ୍ରାତାଙ୍କ ଗୁମର ଖୋଲିଲେ ରାମାଫୋସା

ଜୋହାନ୍ସବର୍ଗ,୧୪ା୮: ଦକ୍ଷିଣ ଆଫ୍ରିକାର ଶାସକ ଆଫ୍ରିକାନ୍‌ ନ୍ୟାଶନାଲ କଂଗ୍ରେସ ଭିତରେ ମତଭେଦ କାରଣରୁ ଦୁର୍ନୀତିରେ ଲିପ୍ତ ପ୍ରଭାବଶାଳୀ ଗୁପ୍ତା ପରିବାର ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରି ନ ଥିବା ରାଷ୍ଟ୍ରପତି ସିରିଲ ରାମାଫୋସା ପ୍ରଥମ ଥର ପାଇଁ ସ୍ବୀକାର କରିଛନ୍ତି।
ଆଫ୍ରିକା ରାଷ୍ଟ୍ରପତି ରାମାଫୋସା ଗୁରୁବାର ଷ୍ଟେଟ୍‌ କ୍ୟାପ୍ଚର କମିଶନ ନିକଟରେ ହାଜର ହୋଇ ସାକ୍ଷ୍ୟ ଦେଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ଜାକବ ଜୁମାଙ୍କ ସହ ଗୁପ୍ତା ବ୍ରଦର୍ସଙ୍କ ସମ୍ପର୍କକୁ ନେଇ ସେ କହିଛନ୍ତି, ୩ ଭାଇ ଅଜୟ ଗୁପ୍ତା, ଅତୁଲ ଗୁପ୍ତା ଏବଂ ରାଜେଶ ଗୁପ୍ତା ଭାରତରୁ ଆସି ଆମ ସରକାରୀ ବ୍ୟବସ୍ଥାରେ ଚତୁରତା ସହ ଅନୁପ୍ରବେଶ କରିଥିଲେ। ଗୁପ୍ତା ଭ୍ରାତା ନିଜକୁ ବିଭିନ୍ନ ଢାଞ୍ଚାରେ ଏପରି ଭାବେ ସ୍ଥାନିତ କରିଥିଲେ ଯେ, ସେମାନଙ୍କ ଗ୍ରହଣୀୟତା ଓ ପହଞ୍ଚ ବଢ଼ିଯାଇଥିଲା। ଏନେଇ ସତର୍କ କରାଯିବା ସତ୍ତ୍ୱେ ଧ୍ୟାନ ଦିଆଯାଇ ନ ଥିଲା। ଫଳରେ କୋଟି କୋଟି ର଼୍ୟାଣ୍ଡର ସରକାରୀ ସମ୍ପତ୍ତି ହାତେଇବାରେ ସେମାନେ ସଫଳ ହୋଇଥିଲେ। ଦେଶର ସର୍ବୋଚ୍ଚ ନେତାଙ୍କ ସହ ଏହି ପରିବାରର ସମ୍ପର୍କ ଥିବାରୁ ସେମାନଙ୍କ କାରନାମା ଉପରେ ନଜର ରଖାଯାଇ ନ ଥିଲା। ରାଷ୍ଟ୍ରପତିଙ୍କ ବନ୍ଧୁ ବୋଲି ଦୁର୍ନୀତିକୁ ନ ଦେଖିବା ପାଇଁ ଆମ ଆଖିରେ ସତେ ଯେମିତି ଅନ୍ଧପୁଟୁଳି ବନ୍ଧା ହୋଇଥିଲା ବୋଲି ରାମାଫୋସା କହିଛନ୍ତି।
ଯେ, ୧୯୯୪ରେ ନେଲସନ ମଣ୍ଡେଲା ଦକ୍ଷିଣ ଆଫ୍ରିକାରେ ଗଣତନ୍ତ୍ର ପ୍ରତିଷ୍ଠା କରି ରାଷ୍ଟ୍ରପତି ହୋଇଥିଲେ। ସେତେବେଳେ ଉତ୍ତର ପ୍ରଦେଶର ଶାହରନପୁରରୁ ଅଜୟ, ଅତୁଲ ଏବଂ ରାଜେଶ ଗୁପ୍ତାଙ୍କ ସହ ସେମାନଙ୍କ ସ୍ତ୍ରୀ ଓ ପିଲାମାନେ ସେଠାକୁ ଯାଇ ପ୍ରଥମେ ଏକ ଜୋତା ଦୋକାନ କରିଥିଲେ। ପରେ ସେମାନେ ସାହାରା କମ୍ପ୍ୟୁଟର୍ସ ନାମରେ ବ୍ୟବସାୟ କରି ଆଇଟି, ଖଣି, ମିଡିଆ ଭଳି କ୍ଷେତ୍ରରେ ବହୁ କୋଟି ର଼୍ୟାଣ୍ଡର ବିଶାଳ ସାମ୍ରାଜ୍ୟର ଅଧିକାରୀ ହୋଇଥିଲେ। ଜାକବ ଜୁମା ରାଷ୍ଟ୍ରପତି ହେବା ପରେ କ୍ରମଶଃ ସେମାନେ ସରକାରଙ୍କ ସହ ଘନିଷ୍ଠତା ବଢ଼ାଇ ପ୍ରଭାବଶାଳୀ ହେବାରେ ଲାଗିଲେ। ଇତିମଧ୍ୟରେ ଜୁମା ଜେଲ୍‌ ଯାଇଥିବାବେଳେ ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ପାଇଁ ଏହି ୩ ଭାଇଙ୍କୁ ଦାୟୀ କରାଯାଉଛି। ଏବେ ଦୁବାଇରେ ଆମତ୍ନିର୍ବାସନ ଜୀବନ ବିତାଉଥିବା ଗୁପ୍ତା ବ୍ରଦର୍ସଙ୍କୁ ଦକ୍ଷିଣ ଆଫ୍ରିକାକୁ ଫେରାଇଆଣି ଆପରାଧିକ ମାମଲା ଚଳାଇବା ପାଇଁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri