ରମାଦେବୀ ଛାତ୍ରୀଙ୍କୁ ହତ୍ୟା: ପୋଲିସ ହାତରେ ଧରାପଡ଼ିଲା ପ୍ରେମିକ

ଭୁବନେଶ୍ୱର(ବ୍ୟୁରୋ)/ରସୁଲପୁର,୨୯।୧: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଜବତ ଘଟଣାରେ ଭୁବନେଶ୍ୱର ଏୟାରଫିଲ୍‌ଡ ପୋଲିସ ପ୍ରେମିକ ରାକେଶ ସ୍ବାଇଁଙ୍କୁ ଧରିବା ସହ ତାଙ୍କର ଜଣେ ସହଯୋଗୀଙ୍କୁ ଅଟକ ରଖିଛି। ଝରାଫୁଲଙ୍କୁ ହତ୍ୟା କରିବା ପରେ ୨ଜଣ ଯୁବକ ଯାଜପୁର ଜିଲା କୁଆଖିଆ ଥାନା ମୂଳାପାଳଛକ ନିକଟସ୍ଥ ଦିଆନଚକ ଗ୍ରାମର ପ୍ରଧାନମନ୍ତ୍ରୀ ସଡ଼କ ପାର୍ଶ୍ୱରେ ଫୋପାଡ଼ି ଦେଇ ଚାଲିଯାଇଥିବା ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଥିଲା। ଅପରପକ୍ଷରେ ମୃତା ଛାତ୍ରୀଙ୍କ ବାପା ଓ ଭାଇଙ୍କ ବୟାନ ଆଧାରରେ ପୋଲିସ ପ୍ରେମିକ ରାକେଶ ସ୍ବାଇଁଙ୍କୁ ଟାର୍ଗେଟ କରିଥିଲା। ଗୁରୁବାର ଏୟାରଫିଲ୍ଡ ଥାନା ପୋଲିସ ଓ ଯାଜପୁର ପୋଲିସ ରାକେଶଙ୍କ ସୁନ୍ଦରପଦାସ୍ଥିତ ଘରେ ପହଞ୍ଚତ୍ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ରାକେଶଙ୍କଠାରୁ କୌଣସି ସନ୍ତାଷଜନକ ଉତ୍ତର ନ ପାଇବାପରେ ପୋଲିସ ତାଙ୍କୁ ଥାନାକୁ ଉଠାଇ ନେଇଥିଲା। ତେବେ ରାକେଶଙ୍କୁ ପଚରାଉଚରା ପରେ ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କୁ ଥାନାକୁ ଉଠାଇ ଆଣି ଅଟକ ରଖି ଝରାଫୁଲଙ୍କ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଖୁବ ଶୀଘ୍ର ଘଟଣାର ପର୍ଦ୍ଧାଫାଶ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ତେବେ ଏହି ହତ୍ୟା ଘଟଣାକୁ ନେଇ ସାଧାରଣରେ ଅସମାହିତ ପ୍ରଶ୍ନ ଉଠୁଛି। ଝରାଫୁଲଙ୍କୁ ଭୁବନେଶ୍ୱରରେ ମରାଯାଇଥିବା କଥାକୁ ସହଜରେ ଗ୍ରହଣ କରାଯାଇ ପାରୁନାହିଁ। ଅପରପକ୍ଷରେ ଏହି ଘଟଣା ଯାଜପୁର ଜିଲା ବାହାରେ ଘଟିଛି ବୋଲି କୁଆଖିଆ ଥାନାର ତଦନ୍ତ ଅଧିକାରୀ ମନୋଜ ସ୍ବାଇଁ ସୂଚନା ଦେଇଛନ୍ତି। ଅଭିଯୁକ୍ତଦ୍ୱୟ ଭୁବନେଶ୍ୱର ପାର୍ଶ୍ୱରୁ ମୃତଦେହକୁ ସ୍କୁଟିରେ ଆଣି ରାଜପଥ ମଝି ସ୍ଥାନରେ କୁଆଖିଆ ଥାନା ଲେଖା ହୋଇଥିବା ନାମଫଳକ ନିକଟରେ ଥିବା ଡାଇଭର୍ସନ ପାଖରେ ରାସ୍ତା ବଦଳାଇବା ସମୟରେ ମୃତା ଛାତ୍ରୀଙ୍କ ଏକ ଚପଲ ଖସି ପଡ଼ିଥିବା ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି। ତେବେ ମୃତଦେହ ବୋହିବାରେ କେବଳ ସ୍କୁଟି ବ୍ୟବହାର କରାଯାଇଛି ନାଁ ଚାରି ଚକିଆ ଯାନରେ ଅଣାଯାଇ ବାଟରେ ଏହାକୁ ସ୍କୁଟିରେ ରଖାଯାଇ ନିଆଯାଇଥିଲା ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନ ଥିବା ପୋଲିସ କହୁଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ା ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବା ପରେ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟି ପାରିବ ବୋଲି କୁହାଯାଉଛି। ଇତିମଧ୍ୟରେ ପୋଲିସ ମୃତାଛାତ୍ରୀଙ୍କ ପରିବାର ଲୋକ, ସମ୍ପର୍କୀୟ ଓ ତରଭୂଜ ବ୍ୟବସାୟୀଙ୍କ ସେମତ ୭ଜଣଙ୍କ ବୟାନ ରେକର୍ଡ କରିଛି। ମୃତାଛାତ୍ରୀଙ୍କ ମୋବାଇଲ ଫୋନ, ବୟାନ ରୋକର୍ଡଭକ୍ତ ହୋଇଥିବା ବ୍ୟକ୍ତି, ସିସି ଟିଭି ଫୁଟେଜରୁ ମିଳିଥିବା ସ୍କୁଟିକୁ ଯାଞ୍ଚ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେ ସମ୍ପର୍କରେ ଅଧିକ କିଛି ତଥ୍ୟ ମିଳିପାରିବ ବୋଲି ପୋଲିସ ଆଶା ରଖିଛି। ମୃତଦେହକୁ ଭୁବନେଶ୍ୱରରୁ ସ୍କୁଟିରେ ବୁହାହୋଇ ଆସିବା କଥାକୁ ସହଜରେ ବିଶ୍ୱାସ କରିହେଉ ନାହିଁ। କାରଣ ବାଟରେ ଏକାଧିକ ଟ୍ରାଫିକ୍‌, ଛକ, ବଜାର ରହିଛି। ମଙ୍ଗୁଳି ଟୋଲଗେଟ୍‌ ମଧ୍ୟ ରହିଛି। ବାରବାଟୀ ପରିବା ବଜାର ଭଳି ଜନଗହଳୀ ପୂର୍ଣ୍ଣ ସ୍ଥାନ ରହିଛି। ରାଜପଥ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ରାସ୍ତାର ବିଭିନ୍ନ ସ୍ଥାନରେ ଏକାଧିକ ଡାଇଭର୍ସନ ଓ ସ୍ପିଡ୍‌ ବ୍ରେକର ଲଗାଯାଇଛି। ଏହାସତ୍ତ୍ୱେ ପ୍ରାୟ ୮୦ କି.ମି ଦୂର ରାସ୍ତାକୁ ଏକ ସ୍କୁଟିରେ ମୃତଦେହ ବୁହା ହୋଇ ଅଣାଯିବା କିପରି ସମ୍ଭବ ହେଲା, ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।
ପ୍ରକାଶ ଯେ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ବର୍ଷର ଦ୍ୱିତୀୟ ବର୍ଷର ଛାତ୍ରୀ ଝରାଫୁଲ ତାଙ୍କ ଧରମବାପା ଚକ୍ରଧର ବେହେରାଙ୍କ ଘରେ ରହି ପାଠ ପଢୁଥିଲେ। ମହାମାରୀ କରୋନା ପାଇଁ କଲେଜ ବନ୍ଦ ଥିବାରୁ ଝରାଫୁଲ ଗାଁକୁ ଫେରି ଯାଇଥିଲେ। ଗତ ୨୫ ତାରିଖରେ ଚକ୍ରଧରଙ୍କ ଝିଅର ଜନ୍ମ ଦିନ ଥିବାରୁ ଝରାଫୁଲ ଗାଁରୁ ଭୁବନେଶ୍ୱର ଆସିଥିଲେ। ୨୬ ତାରିଖରେ ପୂର୍ବାହ୍ନରେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍‌ରେ ଚକ୍ରଧର ବସାଇଥିଲେ। କିନ୍ତୁ ଅସୁସ୍ଥ ଦର୍ଶାଇ ଝରାଫୁଲ ବାଣୀବିହାର ଷ୍ଟପେଜରୁ ଓହ୍ଲାଇ ଥିଲେ। ଝରାଫୁଲ ବସ୍‌ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍‌ କରିଥିଲେ। ଝରାଫୁଲ ଫୋନ୍‌ ରିସିଭ୍‌ କରି ଦେହ ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ। ତା’ପରଠାରୁ ତାଙ୍କ ମୋବାଇଲ୍‌ ବନ୍ଦ ରହିଥିଲା। ତେବେ ସେ ସୋନାଲିଙ୍କ ଘରେ ରାତିରେ ରହିଥିଲେ କି ଅନ୍ୟ କୁଆଡ଼େ ଯାଇଥିଲେ, ତାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଉକ୍ତ ରାତିରେ ହିଁ ଅଭିଯୁକ୍ତମାନେ ଚକ୍ରାନ୍ତ କରି ଝରାଫୁଲଙ୍କ ଜୀବନକୁ ସବୁଦିନ ପାଇଁ ଅନ୍ଧାରକୁ ଠେଲି ଦେଇଥିଲେ। ତେଣୁ ଝରାଫୁଲଙ୍କ ହତ୍ୟା ପଛରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଦୃଢ ଶାସ୍ତି ମିଳିବା ଦରକାର ବୋଲି ମା’ବାପା, ଭାଇ ଓ ପରିବାର ଲୋକ ଗଣମାଧ୍ୟମକ ନିକଟରେ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri