ରାମଚଣ୍ଡୀ ବିଦ୍ୟାନିକେତନ: ଶ୍ରାଦ୍ଧବାର୍ଷିକ ଉତ୍ସବକୁ ନେଇ ବିବାଦ

ଡେରାବିଶ,୧୫ା୩ (ସ୍ବ.ପ୍ର.): ଡେରାବିଶ ବ୍ଲ୍ଳକ ଅଧୀନ ଛୋଟି ଗଁାସ୍ଥିତ ରାମଚଣ୍ଡୀ ବିଦ୍ୟାନିକେତନରେ ବୁଧବାର ପବିତ୍ର କୁମାର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଓ ଛାତ୍ରୀଛାତ୍ରଙ୍କୁ ମେଧାବୃତି କାର୍ଯ୍ୟକ୍ରମ ପାଇଁ ତାଙ୍କ ପରିବାର ପକ୍ଷରୁ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବିରୋଧ କରି ଡେରାବିଶ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରଭାତି ମଲିକ ବିଦ୍ୟାନିକେତନର ପ୍ରଧାନ ଶିକ୍ଷକଙ୍କୁ ଏକ ପତ୍ର ମଙ୍ଗଳବାର ପ୍ରଦାନ କରିଛନ୍ତି। ସେ ତାଙ୍କ ପତ୍ରରେ ସ୍ବର୍ଗତ ପ୍ରଧାନଙ୍କର ମୃତ୍ୟୁକୁ ନେଇ ନ୍ୟାୟାଳୟରେ ମାମଲା ବିଚାରାଧୀନ ରହିଛି। ଏଭଳି ଜଣେ ବିବାଦୀୟ ବ୍ୟକ୍ତିଙ୍କ ବାର୍ଷିକ ଉତ୍ସବ ଏକ ସରକାରୀ ଶିକ୍ଷାନୁଷ୍ଠାନରେ ପାଳନ ପାଇଁ କିପରି ଅନୁମତି ପ୍ରଦାନ କରାଗଲା। ଏଭଳି ଜଣେ ବ୍ୟକ୍ତିଙ୍କ ଶ୍ରାଦ୍ଧବାର୍ଷିକ ସ୍ମାରକୀ ବିଦ୍ୟାଳୟ ପରିସର ଭିତରେ ପାଳନ କରାଗଲେ କୋମଳମତି ଛାତ୍ରୀଛାତ୍ରଙ୍କ ଉପରେ ଏହାର କୁପ୍ରଭାବ ପଡ଼ିବା ସହ ଅଧ୍ୟୟନରେ ବ୍ୟାଘାତ ସୃଷ୍ଟି କରିବ ବୋଲି ମଲିକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। କେବଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ନୁହନ୍ତି ରାମଚଣ୍ଡୀ ବିଦ୍ୟାନିକେତନର ଜଣେ ପୁରାତନ ଛାତ୍ରୀ ଓ ଛୋଟି ପଞ୍ଚାୟତର ସମିତିସଭ୍ୟା ଭାବେ ଏହି କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ କରିବାକୁ ପ୍ରଧାନ ଶିକ୍ଷକଙ୍କୁ ପତ୍ର ଦେବା ସହ ଜିଲା ଶିକ୍ଷାଧିକାରୀ ଏବଂ ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କୁ ମଧ୍ୟ ଏହାର ଏକ ନକଲ ପ୍ରଦାନ କରିଛନ୍ତି। ଏ ବିଷୟରେ ବିଦ୍ୟାନିକେତନର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାୟକଙ୍କୁ ପଚାରିବାରୁ ପବିତ୍ରଙ୍କ ସମ୍ପର୍କରେ ସେ ଅବଗତ ନୁହନ୍ତି। ମାତ୍ର ପବିତ୍ର ଶିକ୍ଷାନୁଷ୍ଠାନର ଜଣେ ପୁରାତନ ଛାତ୍ର ହୋଇଥିବାରୁ ତାଙ୍କ ପରିବାର ପକ୍ଷରୁ ଏହି ଉତ୍ସବ ପାଳନ ପାଇଁ ଆଲୋଚନା କରିଥିଲେ ବୋଲି ପ୍ରଧାନ ଶିକ୍ଷକ ନାୟକ କହିଛନ୍ତି। ତେବେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଲିଖିତ ପ୍ରତିବାଦ ପତ୍ର ପାଇବା ପରେ ଜିଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏହି ବିଦ୍ୟାନିକେତନରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଥିବା ପ୍ରଧାନ ଶିକ୍ଷକ ନାୟକ ସୂଚନା ଦେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସାଧାରଣରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପବିତ୍ରଙ୍କ ବଡ଼ଭାଇ ବସନ୍ତଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ପର ହୋଇ ପାରି ନ ଥିଲା।
ସୂଚନାଯୋଗ୍ୟ, ୨୦୨୨ ମାର୍ଚ୍ଚ ୨୫ରେ କେନ୍ଦ୍ରାପଡ଼ା ବ୍ଲକ ଗୁଲନଗରସ୍ଥିତ ଦଣ୍ଡାମୁଣ୍ଡ ଛକରେ ରହୁଥିବା ବାସଭବନରେ ସନ୍ଦେହଜନକ ଭାବେ ପବିତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପବିତ୍ରଙ୍କ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ କରାଯାଇଥିଲା। ଏହି ଘଟଣାର ତଦନ୍ତ ଚାଲୁଥିବା ବେଳେ ଉଚ୍ଚ ନ୍ୟାୟାଳୟରେ ପବିତ୍ରଙ୍କ ପରିବାର ପକ୍ଷରୁ କରାଯାଇଥିବା ଆବେଦନକୁ ବିଚାର କରି ପବିତ୍ରଙ୍କ ମୃତ୍ୟୁର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବାକୁ ନ୍ୟାୟାଳୟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୋରଣରେ ବ୍ରହ୍ମୋସ କ୍ଷେପଣାସ୍ତ୍ର

ବଅଁରପାଳ,୧୪।୯(ଡି.ଏନ.ଏ.): ମାତ୍ର ୩ ଦିନ ପରେ ବିଶ୍ୱକର୍ମା ପୂଜା। ଦେବଶିଳ୍ପୀଙ୍କୁ ଆରାଧନା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ନାଲ୍‌କୋନଗରରେ ଚାଲିଛି ଜୋର୍‌ଦାର ସାଜସଜ୍ଜା। ହାତରେ ଆଉ...

ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ

ଭଦ୍ରକ ଅଫିସ, ୧୫।୮: ଭଦ୍ରକ କଲେଜ ପଡିଆରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବରେ ଭଦ୍ରକ ଜିଲାପାଳ ଜ୍ଞାନ ରଞ୍ଜନ ଦାସ...

ଦୁର୍ଘଟଣାରେ ଗଲା ୩ ଜୀବନ

ଡାବୁଗାଁ/ପାପଡାହାଣ୍ଡି,୧୧।୧୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲାରେ ଶୁକ୍ରବାର ପୃଥକ୍‌ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନବରଙ୍ଗପୁର...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଗଲା

ପାଟଣା,୨୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେତାଙ୍ଗ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ରବିବାର ଘରର ଲୁହା କବାଟ ବନ୍ଦ କରୁଥିବା ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ...

ଜଙ୍ଗଲକୁ ମହୁ ସଂଗ୍ରହ ପାଇଁ ଯିବା କାଳହେଲା: ଭାଲୁ ଆକ୍ରମଣରେ ୨ ମୃତ, ଜଣେ ଆହତ

ସମ୍ବଲପୁର,୧୪।୬(ବ୍ୟୁରୋ)-ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ଅଧୀନ ବଣିଆବନ୍ଧ ଗାଁ ଜଙ୍ଗଲରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ରଜ ସଂକ୍ରାନ୍ତି ଅବସରରେ ଜଙ୍ଗଲକୁ ମହୁ ସଂଗ୍ରହ...

ଟୋଲ ଆଦାୟ ନେଇ କୁହୁଳୁଛି ଅସନ୍ତୋଷ

କେନ୍ଦୁଝର, ୨୬ା୮(ଡି.ଏନ.ଏ.)-ଜାତୀୟ ରାଜପଥ ୨୦ ସମ୍ପ୍ରସାରଣ କାର୍ଯ୍ୟ ଏକ ଠିକା କମ୍ପାନୀକୁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଚୁକ୍ତିନାମା କରାଯାଇ ନୂତନ ଭାବେ ନିର୍ମାଣ ପାଇଁ...

୧୩ ବଛର୍‌ରେ ୧୦ ଥର ଆବେଦନ: ପ୍ରଧାନମନ୍ତ୍ରୀ ଆବାସ ଆଶ୍‌ରେ ଜୟରାମ

ଲାଠୋର, ୨୨ା୮ (ଡି.ଏନ୍‌.ଏ.):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ଭିନେ ଭିନେ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ଅନେକ୍‌...

କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର : ୪ ସହପାଠୀ ଛାତ୍ର ଅଟକ, ପୋଲିସ ତନାଘନା

ସୁନ୍ଦରଗଡ଼, ୧୬।୭ (ଡି.ଏନ୍‌.ଏ.) -ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅଞ୍ଚଳରେ ଥିବା ଏକ କଲେଜର ଜଣେ ଯୁକ୍ତ ୩ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ...

Advertisement
Archives

Model This Week