ରାମଚଣ୍ଡୀ ବିଦ୍ୟାନିକେତନ: ଶ୍ରାଦ୍ଧବାର୍ଷିକ ଉତ୍ସବକୁ ନେଇ ବିବାଦ

ଡେରାବିଶ,୧୫ା୩ (ସ୍ବ.ପ୍ର.): ଡେରାବିଶ ବ୍ଲ୍ଳକ ଅଧୀନ ଛୋଟି ଗଁାସ୍ଥିତ ରାମଚଣ୍ଡୀ ବିଦ୍ୟାନିକେତନରେ ବୁଧବାର ପବିତ୍ର କୁମାର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଓ ଛାତ୍ରୀଛାତ୍ରଙ୍କୁ ମେଧାବୃତି କାର୍ଯ୍ୟକ୍ରମ ପାଇଁ ତାଙ୍କ ପରିବାର ପକ୍ଷରୁ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବିରୋଧ କରି ଡେରାବିଶ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରଭାତି ମଲିକ ବିଦ୍ୟାନିକେତନର ପ୍ରଧାନ ଶିକ୍ଷକଙ୍କୁ ଏକ ପତ୍ର ମଙ୍ଗଳବାର ପ୍ରଦାନ କରିଛନ୍ତି। ସେ ତାଙ୍କ ପତ୍ରରେ ସ୍ବର୍ଗତ ପ୍ରଧାନଙ୍କର ମୃତ୍ୟୁକୁ ନେଇ ନ୍ୟାୟାଳୟରେ ମାମଲା ବିଚାରାଧୀନ ରହିଛି। ଏଭଳି ଜଣେ ବିବାଦୀୟ ବ୍ୟକ୍ତିଙ୍କ ବାର୍ଷିକ ଉତ୍ସବ ଏକ ସରକାରୀ ଶିକ୍ଷାନୁଷ୍ଠାନରେ ପାଳନ ପାଇଁ କିପରି ଅନୁମତି ପ୍ରଦାନ କରାଗଲା। ଏଭଳି ଜଣେ ବ୍ୟକ୍ତିଙ୍କ ଶ୍ରାଦ୍ଧବାର୍ଷିକ ସ୍ମାରକୀ ବିଦ୍ୟାଳୟ ପରିସର ଭିତରେ ପାଳନ କରାଗଲେ କୋମଳମତି ଛାତ୍ରୀଛାତ୍ରଙ୍କ ଉପରେ ଏହାର କୁପ୍ରଭାବ ପଡ଼ିବା ସହ ଅଧ୍ୟୟନରେ ବ୍ୟାଘାତ ସୃଷ୍ଟି କରିବ ବୋଲି ମଲିକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। କେବଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ନୁହନ୍ତି ରାମଚଣ୍ଡୀ ବିଦ୍ୟାନିକେତନର ଜଣେ ପୁରାତନ ଛାତ୍ରୀ ଓ ଛୋଟି ପଞ୍ଚାୟତର ସମିତିସଭ୍ୟା ଭାବେ ଏହି କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ କରିବାକୁ ପ୍ରଧାନ ଶିକ୍ଷକଙ୍କୁ ପତ୍ର ଦେବା ସହ ଜିଲା ଶିକ୍ଷାଧିକାରୀ ଏବଂ ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କୁ ମଧ୍ୟ ଏହାର ଏକ ନକଲ ପ୍ରଦାନ କରିଛନ୍ତି। ଏ ବିଷୟରେ ବିଦ୍ୟାନିକେତନର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାୟକଙ୍କୁ ପଚାରିବାରୁ ପବିତ୍ରଙ୍କ ସମ୍ପର୍କରେ ସେ ଅବଗତ ନୁହନ୍ତି। ମାତ୍ର ପବିତ୍ର ଶିକ୍ଷାନୁଷ୍ଠାନର ଜଣେ ପୁରାତନ ଛାତ୍ର ହୋଇଥିବାରୁ ତାଙ୍କ ପରିବାର ପକ୍ଷରୁ ଏହି ଉତ୍ସବ ପାଳନ ପାଇଁ ଆଲୋଚନା କରିଥିଲେ ବୋଲି ପ୍ରଧାନ ଶିକ୍ଷକ ନାୟକ କହିଛନ୍ତି। ତେବେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଲିଖିତ ପ୍ରତିବାଦ ପତ୍ର ପାଇବା ପରେ ଜିଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏହି ବିଦ୍ୟାନିକେତନରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଥିବା ପ୍ରଧାନ ଶିକ୍ଷକ ନାୟକ ସୂଚନା ଦେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସାଧାରଣରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପବିତ୍ରଙ୍କ ବଡ଼ଭାଇ ବସନ୍ତଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ପର ହୋଇ ପାରି ନ ଥିଲା।
ସୂଚନାଯୋଗ୍ୟ, ୨୦୨୨ ମାର୍ଚ୍ଚ ୨୫ରେ କେନ୍ଦ୍ରାପଡ଼ା ବ୍ଲକ ଗୁଲନଗରସ୍ଥିତ ଦଣ୍ଡାମୁଣ୍ଡ ଛକରେ ରହୁଥିବା ବାସଭବନରେ ସନ୍ଦେହଜନକ ଭାବେ ପବିତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପବିତ୍ରଙ୍କ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ କରାଯାଇଥିଲା। ଏହି ଘଟଣାର ତଦନ୍ତ ଚାଲୁଥିବା ବେଳେ ଉଚ୍ଚ ନ୍ୟାୟାଳୟରେ ପବିତ୍ରଙ୍କ ପରିବାର ପକ୍ଷରୁ କରାଯାଇଥିବା ଆବେଦନକୁ ବିଚାର କରି ପବିତ୍ରଙ୍କ ମୃତ୍ୟୁର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବାକୁ ନ୍ୟାୟାଳୟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?