ରାମ ମନ୍ଦିରକୁ ଦାନ କଲେ ଟ୍ୟାକ୍ସ ହେଉଛି ଫ୍ରି!

ନୂଆଦିଲ୍ଲୀ,୨୦।୧: ଭାରତ ସରକାରଙ୍କ ଦ୍ୱାରା ଗଠିତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ, ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବା ଏକ ଅଥୋରାଇଜଡ ସଂସ୍ଥା ଅଟେ। ରାମ ମନ୍ଦିର ପାଇଁ ଟଙ୍କା ଦାନ କରିବାକୁ ଚାହୁଁଥିଲେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ୱେବସାଇଟ ଭିଜିଟ କରିପାରିବେ। ଟ୍ରଷ୍ଟର ୱେବସାଇଟ ଅନୁଯାୟୀ, ଯେକୌଣସି ବ୍ୟକ୍ତି ଅଯୋଧ୍ୟା ରାମ ମନ୍ଦିରର ପୁନଃ ନିର୍ମାଣ/ମରାମତି ପାଇଁ ଟଙ୍କା ଦାନ କରିବାକୁ ଚାହୁଁଥିଲେ ପେମେଣ୍ଟ ଗେଟୱେ, UPI , QR କୋଡ ଇତ୍ୟାଦି ମାଧ୍ୟମରେ ଏହା କରିପାରିବେ। NEFT, IMPS, ଡିମାଣ୍ଡ ଡ୍ରାଫ୍ଟ କିମ୍ବା ଚେକ ମାଧ୍ୟମରେ ମଧ୍ୟ ଟଙ୍କା ପଠାଇପାରିବେ। ତେବେ ଟ୍ରଷ୍ଟକୁ ଟଙ୍କା ଦାନ କରିବା ପାଇଁ କୌଣସି ପ୍ରକାରର ଦେୟ କିମ୍ବା ଶୁଳ୍କ ସଂଗ୍ରହ କରାଯିବ ନାହିଁ।

ଟ୍ରଷ୍ଟର ୱେବସାଇଟ ଅନୁଯାୟୀ, ୨୦୨୦/୨୧ ବର୍ଷର ଆର୍ଥିକ ବର୍ଷ ଠାରୁ କେନ୍ଦ୍ର ସରକାର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର (ପାନ: AAZTS6197B)କୁ ଐତିହାସିକ ସ୍ଥଳୀ ରୂପେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। । ଧାରା ୮୦ଜି (୨) (ବି) ଅନୁଯାୟୀ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ମନ୍ଦିରର ନିର୍ମାଣ / ମରାମତି ପାଇଁ ଦାନ କରୁଥିଲେ ୫୦ଶତକଡା ଟ୍ୟାକ୍ସ ଦେବାରୁ ରିହାତି ପାଇବେ। ୨ହଜାରରୁ ଅଧିକ ନଗଦ ଦାନ ଉପରେ ଟିକସରେ ରିହାତି ଦିଆଯିବ ନାହିଁ। ଅଧିକ ବିବରଣୀ ପାଇଁ https://online.srjbtkshetra.org ଓ୍ବେବସାଇଟ ଭିଜିଟ କରନ୍ତୁ।

Share