ରାମ ଚରଣ ମାନ୍ୟବରର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୨।୧୧: ଭାରତର ଅଗ୍ରଣୀ ପୁରୁଷ ଫ୍ୟାଶନ ତଥା ସେଲିବ୍ରେଶନ ଡ୍ରେସ୍‌ ବ୍ରାଣ୍ଡ ୍‌ ମାନ୍ୟବର ଗ୍ଲୋବାଲ ଷ୍ଟାର ରାମ ଚରଣଙ୍କୁ ବ୍ରାଣ୍ଡ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଥିବା ଘୋଷଣା କରିଛି। ବିଶେଷକରି ଚଳିତ ବିବାହ ଋତୁ ପାଇଁ ବ୍ରାଣ୍ଡ୍‌ର ନୂତନ ଅଭିଯାନ ‘ତୟାର ହୋ କର ଆୟେ’ ସହିତ ମାନ୍ୟବର ଉତ୍ସବ ପାଳନ କରୁଛି। ଏପରିକି ରାମ ଚରଣ ସର୍ବଭାରତୀୟସ୍ତରରେ ଆଧୁନିକ ମଣିଷର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରତୀକ ଭାବେ ସମସାମୟିକ ଭାରତର ଆଭିମୁଖ୍ୟକୁ ପ୍ରତିପାଦନ କରୁଛନ୍ତି।

ଅପରପକ୍ଷରେ ରାମ ଚରଣଙ୍କର ମୂଲ୍ୟବୋଧ ମାନ୍ୟବରର ଦର୍ଶନ ସହିତ ନିରବଚ୍ଛିନ୍ନ ଭାବେ ପୁନଃ ପ୍ରତିଫଳିତ ହେଉଛି ବୋଲି ବ୍ରାଣ୍ଡ୍‌ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ବେଦାନ୍ତ ଫ୍ୟାଶନ ଲିମିଟେଡ୍‌ର ମୁଖ୍ୟ ରାଜସ୍ବ ଅଧିକାରୀ ବେଦାନ୍ତ ମୋଦି କହିଛନ୍ତି, ରାମ ଚରଣଙ୍କୁ ମାନ୍ୟବର ପରିବାର ସ୍ବାଗତ କରୁଛି ଓ ଆମ ପାଇଁ ଏହା ଏକ ଗୌରବର ବିଷୟ ହୋଇଥିବାବେଳେ ତାଙ୍କ ସହ ଦର୍ଶକଙ୍କର ଏକ ଅବସ୍ମରଣୀୟ ସମ୍ପର୍କ ରହିବ। ସେହିଭଳି ରାମ ଚରଣ କହିଛନ୍ତି, ମୁଁ ମାନ୍ୟବର ସହ ଜଡ଼ିତ ହୋଇ ବହୁ ଆନନ୍ଦିତ। ଏହି ବ୍ରାଣ୍ଡ୍‌ ଆଜି ଭାରତର ପୁରୁଷଙ୍କ ପାଇଁ ଉତ୍ସବର ଫ୍ୟାଶନକୁ ଅଧିକ ଜୀବନ୍ତ କରିଛି। ଅଭିନବତା, ପରମ୍ପରା ଓ ପାରିବାରିକ ମୂଲ୍ୟବୋଧ ପ୍ରତି ମାନ୍ୟବର ସର୍ବଦା ଯତ୍ନବାନ ରହିଆସିଛି। ଏହା ସହ ସହଭାଗିତା ମୋ ପାଇଁ ସ୍ବତନ୍ତ୍ର। ବିଶେଷକରି ବିବାହ ଓ ଉତ୍ସବ ପାଳନ ଲାଗି ମାନ୍ୟବର ଷ୍ଟାଇଲ ସମସ୍ତଙ୍କ ପାଇଁ ଗୌରବର ବିଷୟ ହେବ ବୋଲି ମୁଁ ଆଶା କରୁଛି। ଏହି ଅଭିଯାନକୁ ଶ୍ରେୟାଂଶ ଇନୋଭେସନ ଦ୍ୱାରା ପରିକଳ୍ପିତ ଓ କାର୍ଯ୍ୟକାରୀ କରାଯାଉଛି। ପ୍ରତିଷ୍ଠାତା ଶ୍ରେୟାଂଶ ବୈଦ ପିତା ପୁତ୍ରଙ୍କ ସମ୍ପର୍କକୁ ଆଲୋକିତ କରି ତୟାର ହୋକର ଆୟେ ବାର୍ତ୍ତାକୁ ଅଧିକ ଜୀବନ୍ତ କରିଛନ୍ତି। ଦର୍ଶକଙ୍କ ପାଇଁ ଏହାକୁ ପହଞ୍ଚାଇ ଆମେ ବହୁତ ଖୁସି ଅନୁଭବ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟବେଳେ ଏକ୍ସଟ୍ରା ଚାର୍ଜ ଲାଗିଲେ କେତେ ଲୋକ ଛାଡିଦେବେ UPI? ସର୍ଭେରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୮: ଭାରତରେ ୟୁପିଆଇ (UPI) ଏବେ ଏକ ନୂଆ ପ୍ରସ୍ତାବକୁ ନେଇ ବେଶ ଚର୍ଚ୍ଚାରେ ଅଛି। ପ୍ରକୃତରେ ସରକାର ଡିଜିଟାଲ୍ ପେମେଣ୍ଟ ସହିତ ଜଡ଼ିତ ଆଇନରେ ପରିବର୍ତ୍ତନ…

RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ଅଟୋ ସେକ୍ଟର ହେବ ମାଲାମାଲ! ସରକାର ୪,୦୦୦ କୋଟି ଯୋଜନା…

ନୂଆଦିଲ୍ଲୀ,୪।୮: ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଏବଂ ସାଂରଚନିକ ପରିବର୍ତ୍ତନ ଦେଇ ଗତି କରୁଛି। ବୈଦ୍ୟୁତିକ ଯାନ (EVs) ପାଇଁ ବର୍ଦ୍ଧିତ ଚାହିଦା…

୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri