ଭଞ୍ଜନଗର,୨।୮(ବାବୁଲା ପ୍ରଧାନ):ଆସନ୍ତା ୯ ତାରିଖରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହେବ। ଏହା ପୁର୍ବରୁ ଭଞ୍ଜନଗର ପ୍ରଜାପିତା ବ୍ରହ୍ମକୁମାରି ଇଶରୀୟ ବିଶବିଦ୍ୟାଳୟ (ଓମ ଶାନ୍ତି) ଶାଖା କାର୍ଯ୍ୟାଳୟ ପକ୍ଷରୁ ଆଜକୁ ୪ ଦିନ ହେବ ରକ୍ଷା ବନ୍ଧନ ଉତ୍ସବ ପାଳନ ହେଉଛି। ଏହା ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଶାଖା ସଂଯୋଜିକା ବ୍ରହ୍ମକୁମାରୀ ସନ୍ତଶିନି ଭଉଣୀ କାର୍ଯ୍ୟକ୍ରମକୁ ସଂଯୋଜନା କରୁଛନ୍ତି। ଶନିବାର ଭଞ୍ଜନଗର ସହରର ବିଭିନ୍ନ କାର୍ଯ୍ୟାଳୟରେ ଭଉଣୀ ମାନେ ପହଞ୍ଚି ଭାଇ ମାନକୁ ରାକ୍ଷୀ ବାନ୍ଧିଥିଲେ। ଏଥିସହ ରକ୍ଷା ବନ୍ଧନ ସମ୍ପର୍କରେ ବୁଝାଇଥିଲେ।


