ଜେଲକୁ ଫେରିଲେ ରାକେଶ

ଯାଜପୁର ଅଫିସ/ରସୁଲପୁର/ଯାଜପୁର ଟାଉନ(ଡି.ଏନ.ଏ.),୬।୨: ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ (୨୧)ଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନମୋଡ ନେଉଛି। ଘଟଣାର ୧୦ ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ପୋଲିସ ମୃତ୍ୟୁର କାରଣ ଖୋଜିବାରେ ବିଫଳ ହୋଇଛି। ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଶୁକ୍ରବାର କୁଆଖିଆ ଥାନା ପୋଲିସ ଗିରଫ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ହାଜର କରାଇଥିଲା। କୋର୍ଟ ରାକେଶଙ୍କୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଯାଜପୁର ଟାଉନ ଉପ କାରାଗାରକୁ ପଠାଇ ଦେଇଛନ୍ତି। ତେବେ ରାକେଶଙ୍କୁ ନେଇ ଭୁବନେଶ୍ୱର ସୁନ୍ଦରପଦାସ୍ଥିତ ତାଙ୍କ ଘରକୁ ଖାନତଲାସି କରିବା ସମୟରେ ତାଙ୍କ ମୋବାଇଲ ଫୋନ ପୋଲିସ ହାତରେ ଲାଗିଛି। ତାହାକୁ ଟ୍ରାକ୍‌ କରି ଘଟଣାର ରହସ୍ୟ ଖୋଲିବ ବୋଲି ପୋଲିସ ଆଶା ରଖିଛି। ଅନ୍ୟପକ୍ଷରେ ପ୍ରମାଣ ନଷ୍ଟ କରିବାକୁ ଯାଇ ରାକେଶ ମୋବାଇଲରୁ ବହୁ ତଥ୍ୟ ନଷ୍ଟ କରି ଦେଇଥିବା ପୋଲିସ ଆଶଙ୍କା କରୁଛି। ତେଣୁ ମୋବାଇଲର ଡାଟାଗୁଡ଼ିକୁ ରିକୋଭରି ପାଇଁ ଲ୍ୟାବ୍‌କୁ ପଠାଯାଇଛି ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ଅନ୍ୟପକ୍ଷରେ ଝରାଫୁଲଙ୍କ ମୋବାଇଲ ଫୋନ ମିଳୁ ନ ଥିବାରୁ ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ, ଚାର୍ଟିଂ, ଭିଡିଓ କଲିଂ, ଫଟୋ ଆଦି ସମ୍ପର୍କରେ ଅବଗତ ହେବା ପାଇଁ ପୋଲିସକୁ ରାକେଶଙ୍କ ମୋବାଇଲ ସହାୟକ ହେବ ବୋଲି କୁହାଯାଉଛି। ଅପରପକ୍ଷରେ ଗ୍ରାଉଣ୍ଡ ତଦନ୍ତ ଶେଷ ହେବା ପରେ ଭିସେରା ରିପୋର୍ଟକୁ ପୋଲିସ ଅପେକ୍ଷା ରହିଛି। ରାକେଶଙ୍କ ସହଯୋଗୀ ଶକ୍ତି ପ୍ରସାଦ ସ୍ବାଇଁକୁ ପୋଲିସ ଧରିବାକୁ ତନାଘନା ଚଳାଇଥିଲେ ହେଁ ତାହା ସଫଳ ହୋଇ ପାରିନାହିଁ। ଏହାଛଡ଼ା ପୋଲିସ ଜେରା ସମୟରେ ରାକେଶ ମିଥ୍ୟା ତଥ୍ୟ ଦେଇଥିବାରୁ ତଦନ୍ତ ବାଟବଣା ହୋଇଥିବା କୁହାଯାଉଛି। ଏପରି କି ଝରାଫୁଲଙ୍କ ଶରୀର ଗୁରୁତର ଆଘାତପ୍ରାପ୍ତ ହୋଇଥିବା ଶବବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଥିବା ଶୁଣିବାକୁ ମିଳିଛି। ଏ ସଂକ୍ରାନ୍ତରେ ଯାଜପୁରରୋଡ୍‌ ଏସ୍‌ଡିପିଓ ତଥା ତଦନ୍ତ ଅଧିକାରୀ ଚିନ୍ମୟ କୁମାର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଦିନେ ଦୁଇଦିନ ଅପେକ୍ଷା କରନ୍ତୁ, ସମସ୍ତ ରହସ୍ୟ ଖୋଲାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri