Posted inUncategorized

୧୩୦୦ ଖ୍ରୀଷ୍ଟାବ୍ଦରେ ନିର୍ମାଣ ହୋଇଥିଲା ରାଜ୍ୟାଭିଷେକ ଚୌକି

ଲଣ୍ଡନ, ୭।୫: କିଙ୍ଗ୍‌ ଚାଲର୍‌ସ ୩ୟଙ୍କୁ ଯେଉଁ ସ୍ବତନ୍ତ୍ର ଚୌକିରେ ବସାଇ ରାଜ୍ୟାଭିଷେକ କରାଯାଇଛି, ତାହା ୧୩୦୦ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଯାଇଥିଲା। ଏହାକୁ ସେଣ୍ଟ ଏଡ୍‌ଓ୍ବାର୍ଡଙ୍କ ଚେୟାର ବୋଲି କୁହାଯାଏ। ଚୌକିର ଉଚ୍ଚତା ୬ ଫୁଟ୍‌ ୯ ଇଞ୍ଚ। ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଥିବା ଏହି ଚୌକିରେ ଷ୍ଟୋନ୍‌ ଅଫ୍‌ ଡେଷ୍ଟିନି (ଭାଗ୍ୟଶିଳା) ଖଞ୍ଜା ଯାଇଛି। ତେବେ ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୧୭୨୭ରେ ଚୌକିର ଦୁଇ ପାର୍ଶ୍ୱରେ ବିପରୀତ ଦିଗକୁ ମୁଖ କରିଥିବା ଦୁଇଟି ସିଂହ ଲଗାଯାଇଛି। ହଜାରେ ବର୍ଷ ପୁରୁଣା ରୀତିନୀତି ଅନୁସାରେ କିଙ୍ଗ୍‌ ଚାଲର୍‌ସ ୩ୟଙ୍କ ରାଜ୍ୟାଭିଷେକ ହୋଇଥିବାବେଳେ ଏଥିରେ ବହୁ ବର୍ଷ ପୁରୁଣା ଅଳଙ୍କାର ବ୍ୟବହାର କରାଯାଇଛି।

ତୃତୀୟ ଧାଡ଼ିରେ ବସିଲେ ପ୍ରିନ୍ସ ହ୍ୟାରି

କିଙ୍ଗ୍‌ ଚାଲ୍ସ ୩ୟଙ୍କ ରାଜ୍ୟାଭିଷେକ କାର୍ଯ୍ୟକ୍ରମରେ ରାଜପରିବାର ସଦସ୍ୟମାନେ ଆଗ ଧାଡ଼ିରେ ବସିଥିବାବେଳେ ପ୍ରିନ୍ସ ହ୍ୟାରି ଏବଂ ଆଣ୍ଡ୍ରେୟୁ ତୃତୀୟ ଧାଡ଼ିରେ ବସିଥିବା ଦେଖିବାକୁ ମିଳିଥିଲା। ରାଜ୍ୟାଭିଷେକ ପରେ ରାଜା, ରାଣୀ ବକିଂହାମ ପ୍ୟାଲେସକୁ ଫେରି ବାଲ୍‌କୋନିରେ ରାଜପରିବାର ସଦସ୍ୟଙ୍କ ସହ ମିଶି ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇବା ସମୟରେ ହ୍ୟାରି ଓ ଆଣ୍ଡ୍ରେୟୁ ଦେଖାଯାଇ ନ ଥିଲେ। ହ୍ୟାରିଙ୍କ ସ୍ତ୍ରୀ ମେଘାନ ସମାରୋହରେ ସାମିଲ ହୋଇ ନ ନାହାନ୍ତି।

ଡାଇମଣ୍ଡ ଜୁବିଲି ଷ୍ଟେଟ୍‌ ଘୋଡ଼ାଗାଡ଼ି

ମହାରାଣୀ ଏଲିଜାବେଥ୍‌ଙ୍କ ୮୦ତମ ଜନ୍ମବାର୍ଷିକୀ ଅବସରରେ ଏହି ଘୋଡ଼ାଗାଡ଼ି ନିର୍ମାଣ କରାଯାଇଥିଲା। ୨୦୧୪ ଜୁନ୍‌ ୪ରେ ଷ୍ଟେଟ୍‌ ଓପନିଙ୍ଗ୍‌ ଅଫ୍‌ ପାର୍ଲାମେଣ୍ଟ ସମୟରେ ଏହାକୁ ପ୍ରଥମ କରି ବ୍ୟବହାର କରାଯାଇଥିଲା। ବିଶେଷ ଭାବେ ୬ଟି ଘୋଡ଼ା ଏହି ଗାଡ଼ିକୁ ଟାଣିଥାନ୍ତି। ଅଷ୍ଟ୍ରେଲିଆର ଘୋଡ଼ାଗାଡ଼ି ନିର୍ମାତା ଡବ୍ଲ୍ୟୁ. ଜେ. ଫ୍ରେକ୍‌ଲିଙ୍ଗଟନ୍‌ ଏହାକୁ ନିର୍ମାଣ କରିଛନ୍ତି। ଏହାର ଓଜନ ୪ ଟନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ତୁମ ପାଇଁ ଅଛି ମୁଁ

ମୁଁ ତୁମ ପାଇଁ/ତୁମେ ମୋ ପାଇଁ/କୋଳାକୋଳି ହେବା ଆମେ / ଦୁହେଁ ଦୁହିଁଙ୍କ ପାଇଁ/ ସବୁକିଛି ଆମର/ ପର କଥା କି ଦରକାର /ବାକି ଯାହା...

ଓଡ଼ିଶା: ଆଜିର ଫଟୋ (୧ ଡିସେମ୍ବର, ୨୦୨୫ )

BJEM School – ୫୧ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦ୍ଘାଟନ ଉତ୍ସବ

‘ତୁମ ପାଇଁ ସେନାରେ ସ୍ଥାନ ନାହିଁ’ ଇସାଇ ଅଧିକାରୀଙ୍କୁ କାହିଁକି ଏମିତି କହିଲେ କୋର୍ଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୧୧: ମଙ୍ଗଳବାର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଜଣେ ଖ୍ରୀଷ୍ଟିଆନ ସେନା ଅଧିକାରୀଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରିଥିଲେ। ଗୁରୁଦ୍ୱାରରେ ପ୍ରାର୍ଥନାରେ ଯୋଗ ଦେବାକୁ...

ହ୍ୟୁମାନଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର…

ଭୁବନେଶ୍ୱର,୨୪।୧୧: ହ୍ୟୁମାନ ମୃତ୍ୟୁକୁ ନେଇ ତେଜୁଛି ଅସନ୍ତୋଷ। ଗୃହ ବିଭାଗର ଦ୍ୱାରସ୍ଥ ହେଲା ଓଡ଼ିଶା ସିଭିଲ ସୋସାଇଟି। ନିରପେକ୍ଷ ତଦନ୍ତ ସହ ମୃତ୍ୟୁ ରହସ୍ୟ ଉନ୍ମୋଚନ...

ଧର୍ମେନ୍ଦ୍ର ଚାହୁଁ ନ ଥିଲେ ହେମାମାଳିନୀ ରାଜନୀତି କରନ୍ତୁ….

ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ଆଉ କେଇଟା ଦିନ ପରେ ଡିସେମ୍ବର ୮ରେ ସେ ତାଙ୍କର ଜନ୍ମଦିନ ପାଳନ...

ନିର୍ବାଚନ ଫଳାଫଳ ପୂର୍ବରୁ ଲାଗିଲା ନୀତୀଶଙ୍କ ପୋଷ୍ଟର, ସମର୍ଥକ କହିଲେ ଟାଇଗର…

ପାଟନା,୧୩।୧୧: ବିହାରର ୨୪୩ ବିଧାନସଭା ଆସନର ଫଳାଫଳ ଘୋଷଣା ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିବା ବେଳେ, ଅନେକ ଏକଜିଟ ପୋଲ ପ୍ରକାଶିତ...

ଚୋରି କରୁଥିଲେ ବାଇକ୍‌, ଧରିଲେ ଗାଁ ଲୋକେ

ମୋହନା,୫।୧୧(ମନ୍ମଥ ମିଶ୍ର)ଗାଁରେ ପଶି ବାଇକ୍‌ ଚୋରି କରୁଥିଲେ, ଉଠିପଡିଲେ ଧରିଲେ ଗାଁ ଲୋକେ। ତିନି ଜଣ ଚୋରଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ଏଭଳି ଘଟଣା...

ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ କନ୍ଧମାଳ ସୁରକ୍ଷା ଅଭିଯାନ

ଦାରିଙ୍ଗବାଡି, ୩୦।୧୦ (ଅରୁଣ ସାହୁ): କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ୧୨ଦଫା ଦାବି ନେଇ ଶୁକ୍ରବାର କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାପାଇଁ ନିଷ୍ପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri