ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ, ବିଜେଡି ଛାଡ଼ିଲେ ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର,୨୫।୫: ବିଜେଡିକୁ ପୁଣି ଏକ ଝଟକା ମିଳିଛି । ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଦେବାଶିଷ ।

ଯଦି ଦେଖିବା ବିଜେଡିରେ ଗୋଟିଏ ପରେ ଗୋଟିଏ ଓ୍ବିକେଟ ପଡିବାରେ ଲାଗିଛି । ସୁଜିତ କୁମାର ଏବଂ ମମତା ମହନ୍ତଙ୍କ ପରେ ଏବେ ଦେବାଶିଷ ବିଜେଡି ଛାଡିଛନ୍ତି । ତେବେ ସେ ଶଙ୍ଖ ଛାଡି ପଦ୍ମ ଧରିବା ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ସେ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ଘୋଷଣା କରିନାହାନ୍ତି ।

ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ଦେବାଶିଷ । ସେ ହେଉଛନ୍ତି ବିଜେଡିର ପୁରୁଖା ନେତା । କିନ୍ତୁ ସେ ବିଭିନ୍ନ କାରଣରୁ ଦଳ ଉପରେ ଅସନ୍ତୁଷ୍ଟ ଥିଲେ ।  ଗତ କିଛି ମାସ ହେଲା ସେ ଦଳୀୟ ବ୍ୟାପାରରେ ମଧ୍ୟ ସାମିଲ ହେଉନଥିବା ଚର୍ଚ୍ଚା ହେଉଥିଲା । ଦଳ ନେଇ ସେ କୌଣସି ଟିପ୍ପଣୀ ମଧ୍ୟ ଦେଉନଥିଲେ ।  ଶ୍ରୀମୟୀ ମିଶ୍ର ସୋସିଆଲ ମିଡିଆରେ ଏନେଇ ପୂର୍ବରୁ ଇଙ୍ଗିତ କରିଥିଲେ । ପୁଣି ଗୋଟେ ୱିକେଟ୍ ପଡ଼ିବ ବୋଲି ଲେଖିଥିଲେ । ଏହାରି ଭିତରେ ଦେବାଶିଷ ଆଜି ଦଳ ଛାଡିଛନ୍ତି ।

 

Dharitri – Odisha’s No.1 Odia Daily

 

Share