Posted inଜାତୀୟ

ରାଜ୍ୟ ସଭା ନିର୍ବାଚନ,ସିବଲ-ଚିଦାମ୍ବରମ୍‌ଙ୍କ ସମେତ ୪୧ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ…

ନୂଆଦିଲ୍ଲୀ, ୪।୬ : ରାଜ୍ୟସଭା ନିର୍ବାଚନ ୨୦୨୨ ପୂର୍ବରୁ, ୧୧ ଟି ରାଜ୍ୟରୁ ୪୧ ଟି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି। ୧୫ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଜୁନ ୧୦ ରେ ଅନୁଷ୍ଠିତ ହେବ। କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନଥିବାରୁ ହରିୟାଣା, ରାଜସ୍ଥାନ, କର୍ନାଟକ ଏବଂ ମହାରାଷ୍ଟ୍ର ତୀବ୍ର ପ୍ରତିଯୋଗିତା ହେବାକୁ ଯାଉଛି।

ଉତ୍ତରପ୍ରଦେଶରେ ସମସ୍ତ ୧୧ ପ୍ରାର୍ଥୀ , ତାମିଲନାଡୁରେ ୬ ଜଣ, ବିହାରରେ ପାଞ୍ଚ ଜଣ, ଆନ୍ଧ୍ରପ୍ରଦେଶରେ ଚାରିଜଣ, ମଧ୍ୟପ୍ରଦେଶ ଏବଂ ଓଡିଶାରେ ତିନିଜଣ, ଛତିଶଗଡ, ପଞ୍ଜାବ, ତେଲେଙ୍ଗାନା ଏବଂ ଝାଡଖଣ୍ଡରେ ଦୁଇଜଣ ଏବଂ ଉତ୍ତରାଖଣ୍ଡରର ଜଣେ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ଉତ୍ତରପ୍ରଦେଶରୁ ଏସପିର ଜାଭେଦ ଅଲୀ, ଆରଏଲଡିର ଜୟନ୍ତ ଚୌଧୁରୀ ଏବଂ ଏସପି ସମର୍ଥିତ କପିଲ ସିବଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଭାଜପାର ପୂର୍ବତନ ବିଧାୟକ ଡକ୍ଟର ରାଧା ମୋହନ ଦାସ ଅଗ୍ରୱାଲ, ପୂର୍ବତନ ବିଧାୟକ ସଂଗୀତା ଯାଦବ,ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ଡ . କେ ଲକ୍ଷ୍ମଣ, ପୂର୍ବତନ ଏମ୍‌ପି ମିଥିଲେଶ କୁମାର, ଭାଜପାର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀକାନ୍ତ ବାଜପେୟୀ, ମହିଲା ମୋର୍ଚ୍ଚାର ପୂର୍ବ ପ୍ରଦେଶ ଅଧ୍ୟକ୍ଷା ଦର୍ଶନା ସିଂ, ବିକାଶ କର୍ପୋରେଶନ ଅଧ୍ୟକ୍ଷ ବାବୁରାମ ନିଶାଦ, ରାଜ୍ୟ ସଭା ସଦସ୍ୟ ସୁରେନ୍ଦ୍ର କୁମାର ନାଗର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ରାଜ୍ୟସଭାରେ ପହଞ୍ଚିଛନ୍ତି।

ବିହାରରୁ ଆରଜେଡ଼ିର ମିସା ଭାରତୀ, ଫାୟାଜ ଅହମ୍ମଦ, ଭାଜପାର ସତୀଶ ଚନ୍ଦ୍ର ଦୁବେ ଶମ୍ଭୁ ଶରଣ ପଟେଲ ଏବଂ ଜେଡିୟୁରୁ ଖିରୁ ମହାତୋ ଜିତିଛନ୍ତି। ଓ୍ବାଏସଆର କଂଗ୍ରେସର ଭି ବିଡା ମସ୍ତାନ ରାଓ, ଆର କୃଷ୍ଣେୟା ଏବଂ ଏସ ନିରଂଜନ ରେଡ୍ଡୀ, ବିଜୟ ସାଇ ରେଡ୍ଡୀ ଆନ୍ଧ୍ରପ୍ରଦେଶରୁ ରାଜ୍ୟସଭାରେ ପହଞ୍ଚିଛନ୍ତି। ପଞ୍ଜାବରୁ ଆମ ଆଦମୀ ପାର୍ଟିର ବଲବୀର ସିଂ ସେଚୱାଲ ଏବଂ ବ୍ୟବସାୟୀ ବିକ୍ରମଜିତ ସିଂ ସାହନି ଜିତିଛନ୍ତି।

ତାମିଲନାଡୁରୁ ଏଆଇଏଡିଏମ୍‌କେର ସିଭି ଶାନମୁଗମ ଏବଂ ଆର ଧରମାର, କଂଗ୍ରେସର ପି ଚିଦାମ୍ବରମ ଏବଂ ଡିଏମକେର ଆର ଗିରିରାଜନ, କେ.ଆର.ଏନ ରାଜେଶ କୁମାର ତଥା ଏସ୍‌ କଲ୍ୟାଣସୁନ୍ଦରମ୍‌ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଝାଡ଼ଖଣ୍ଡରୁ କେବଳ ଜେଏମଏମରୁ ମାହୁଆ ମାଜି ଏବଂ ଭାଜପାର ଆଦିତ୍ୟ ସାହୁ ଜିତିଛନ୍ତି।

ମଧ୍ୟପ୍ରଦେଶରୁ ଭାଜପାର ସୁମିତ୍ରା ବାଲ୍ମକି , କବିତା ପାଟିଡା ଏବଂ କଂଗ୍ରେସରୁ ବିଜୟ ଟାଙ୍କା ରାଜ୍ୟସଭାରେ ପହଞ୍ଚିଛନ୍ତି। ଛତିଶଗଡରୁ କଂଗ୍ରେସର ରାଜୀବ ଶୁକ୍ଲା ଏବଂ ରଣଜିତ୍‌ ରଞ୍ଜନ ବିଜୟୀ ହୋଇଛନ୍ତି। ସେହିପରି ଭାଜପାର କଳ୍ପନା ସୋନୀ ଉତ୍ତରାଖଣ୍ଡରୁ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri