ରାଜ୍ୟ ସଭା ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ୪ ପ୍ରାର୍ଥୀ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ଓଡ଼ିଶାର ୪ ରାଜ୍ୟ ସଭା ଆସନ ପାଇଁ ନାମାଙ୍କନ ପତ୍ର ବିଜେଡ଼ିର ୪ ପ୍ରାର୍ଥୀ ଦାଖଲ କରିଛନ୍ତି। ମୁଖପାତ୍ର ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ଆଦିବାସୀ ନେତା ନିରଞ୍ଜନ ବିଶି ଆଜି ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ , ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ବିଜେଡ଼ିର ବିଧାୟକ ଏବଂ ନେତା ମଧ୍ୟ ଉପସ୍ଥିତ ଥିଲେ।