Posted inଜାତୀୟ

ଆଜି ରାଜ୍ୟ ସଭା ନିର୍ବାଚନ: ଭୋଟିଂର ହେବ ଭିଡିଓଗ୍ରାଫ

ନୂଆଦିଲ୍ଲୀ,୧୦।୬: ଚାରି ରାଜ୍ୟର ୧୬ ରାଜ୍ୟ ସଭା ଆସନ ଲାଗି ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ଘୋଡ଼ାବେପାର ଉଦ୍ୟମ ଚାଲିଥିବା ଅଭିଯୋଗ ହେଉଛି। ନିର୍ବାଚନ ତଦାରଖ ପାଇଁ ୪ ଜଣ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର କହିଛନ୍ତି। ଏଥିସହିତ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫ୍‌ ହେବ ବୋଲି ସେ ସୂଚନା ଦେଇଛନ୍ତି।
ରାଜ୍ୟ ସଭାରେ ଖାଲି ହେବାକୁ ଥିବା ୫୭ ଆସନ ଲାଗି ନିର୍ବାଚନ ଘୋଷଣା କରାଯାଇଥିଲା। ଓଡ଼ିଶା ସମେତ ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ପଞ୍ଜାବ, ତେଲଙ୍ଗାନା, ଝାଡ଼ଖଣ୍ଡ ଏବଂ ଉତ୍ତରାଖଣ୍ଡରେ ସମସ୍ତ ୪୧ ପ୍ରାର୍ଥୀ ଗତ ଶୁକ୍ରବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର ଏବଂ କର୍ନାଟକର ୧୬ ଆସନ ଲାଗି ଶୁକ୍ରବାର ଭୋଟ ହେବାକୁ ଯାଉଛି। ଉକ୍ତ ରାଜ୍ୟରେ ଆସନ ସଂଖ୍ୟାଠାରୁ ଅଧିକ ପ୍ରାର୍ଥୀ ରହିଥିବାରୁ ନିର୍ବାଚନ ଆବଶ୍ୟକ ପଡ଼ିଛି।
ସେପଟେ ଘୋଡ଼ାବେପାର ଆଶଙ୍କାରେ ବିଭିନ୍ନ ଦଳ ସେମାନଙ୍କ ବିଧାୟକମାନଙ୍କୁ ବିଭିନ୍ନ ହୋଟେଲ ଓ ରିସର୍ଟରେ ଏକାଠି ରଖିଛନ୍ତି। ରାଜସ୍ଥାନର କଂଗ୍ରେସ ବିଧାୟକମାନଙ୍କୁ ଉଦୟପୁରର ଏକ ହୋଟେଲରେ ରଖାଯାଇଥିବାବେଳେ ମହାରାଷ୍ଟ୍ରରେ ଶିବସେନା ଓ ଏହାର ସହଯୋଗୀ ଦଳ ସେମାନଙ୍କ ବିଧାୟକମାନଙ୍କୁ ମୁମ୍ବାଇ ଉପକଣ୍ଠର କୌଣସି ହୋଟେଲକୁ ନେଇଛନ୍ତି। ସେହିପରି ହରିୟାଣାର କଂଗ୍ରେସ ବିଧାୟକଙ୍କୁ ରିସର୍ଟରେ ରଖାଯାଇଥିବା ଜଣାପଡ଼ିଛି। କର୍ନାଟକରେ ଦୁଇ ବିରୋଧୀ ଦଳ କଂଗ୍ରେସ ଏବଂ ଜେଡିଏସ୍‌ ମଧ୍ୟରେ ବୁଝାମଣା ହୋଇ ନ ପାରିବାରୁ ଜେଡିଏସ୍‌ ଏହାର ବିଧାୟକଙ୍କୁ ରିସର୍ଟକୁ ନେଇଛି। କଂଗ୍ରେସର କଳୁଷିତ ରାଜନୀତି ପାଇଁ ଆମ ବିଧାୟକଙ୍କୁ ରିସର୍ଟ ନେବାକୁ ପଡ଼ୁଛି ବୋଲି ଜେଡିଏସ୍‌ ଅଧ୍ୟକ୍ଷ ଏଚ୍‌.ଡି. କୁମାରସ୍ବାମୀ କହିଛନ୍ତି। କର୍ନାଟକରୁ ରାଜ୍ୟ ସଭା ପାଇଁ ୪ ଆସନ ଖାଲି ହୋଇଥିବାବେଳେ ପ୍ରତିଦ୍ୱନ୍ଦ୍ୱିତାରେ ୬ ପ୍ରାର୍ଥୀ ରହିଛନ୍ତି। ସେହିପରି ମହାରାଷ୍ଟ୍ରରେ ୬ ଆସନ ପାଇଁ ୭ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ରାଜସ୍ଥାନରେ ୪ ଆସନ ପାଇଁ ୫ ପ୍ରାର୍ଥୀ ରହିଥିବାବେଳେ ଘୋଡ଼ାବେପାର ଉଦ୍ୟମ ହେଉଥିବା ଅଭିଯୋଗରେ ଶାସକ କଂଗ୍ରେସ ଏବଂ ବିରୋଧୀ ଦଳ ଭାଜପା ବୁଧବାର ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିସହିତ ଶାସକ ଦଳ ସରକାରୀ କଳର ଅପବ୍ୟବହାର କରିବା ସହ ବିରୋଧୀ ବିଧାୟକମାନଙ୍କ ଫୋନ୍‌ ଟ୍ୟାପିଂ ହେଉଥିବା ଭାଜପା ଅଭିଯୋଗ କରିଛି। ସେହିପରି କଂଗ୍ରେସ ବିଧାୟକ ତଥା ମୁଖ୍ୟ ହୁଇପ୍‌ ମହେଶ ଜୋଷୀ ଭାଜପା ସମର୍ଥତ୍ତ ସ୍ବାଧୀନ ପ୍ରାର୍ତୀ ସୁଭାଷ ଚନ୍ଦ୍ରାଙ୍କ ବିରୋଧରେ ଏତଲା ଦାଏର ଲାଗି ସିଇସିଙ୍କୁ ପତ୍ର ଲେଖିଛନ୍ତି। ଏଥିସହିତ ଭାଜପା ରାଜ୍ୟ ସଭାପତି ସତୀଶ ପୂନିଆ, ଭାଜପା ବିଧାୟକ ଦଳ ନେତା ଗୁଲାବ ଚାନ୍ଦ୍‌ କଟାରିଆ ଏବଂ ଅନ୍ୟ ନେତାଙ୍କ ବିରୋଧରେ ଏତଲା ଦାଏର ଲାଗି ସେ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଚନ୍ଦ୍ରା ଜିତିବା ପାଇଁ ଆବଶ୍ୟକତାଠାରୁ ୮ ଭୋଟ କମ୍‌ ଥିବାବେଳେ ସେ ଅନ୍ୟ ଦଳ ବିଧାୟକଙ୍କ ଭୋଟ ପାଇ ବିଜୟୀ ହେବେ ବୋଲି କହିଥିଲେ।
ରାଜ୍ୟ ସଭା ନିର୍ବାଚନରେ ଭୋଟ ଦେବା ପାଇଁ ଜେଲ୍‌ରେ ଥିବା ମହାରାଷ୍ଟ୍ର ବିଧାୟକ ତଥା ଏନ୍‌ସିପି ନେତା ନଓ୍ବାବ ମଲିକ ଏବଂ ଅନୀଲ ଦେଶମୁଖଙ୍କ ଜାମିନ ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି। ଫଳରେ ଦଳକୁ ଶକ୍ତ ଧକ୍କା ଲାଗିଛି। ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବଙ୍କୁ ମନି ଲଣ୍ଡରିଂ ମାମଲାରେ ଗତ ଫେବୃୟାରୀରେ ଗିରଫ ହୋଇ ଜେଲରେ ରହିଛନ୍ତି। ସେହିପରି ପୂର୍ବତନ ଗୃହମନ୍ତ୍ରୀ ଦେଶମୁଖ ଅନୁରୂପ ମାମଲାରେ ଜେଲରେ ଅଛନ୍ତି। ଜାମିନ ଆବେଦନ ଖାରଜ ହୋଇଯିବା ପରେ ଉଭୟ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri