ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର: ପରିବାରଲୋକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୮: କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଲଗାତର ଭାବେ ଖବର ସାମ୍ନାକୁ ଆସୁଛି। ବର୍ତ୍ତମାନ ତାଙ୍କ ପ୍ରଶଂସକ ପାଇଁ ଏକ ଖୁସି ଖବର ରହିଛି। ଚିକିତ୍ସା ପରେ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାରେ ଏବେ ସାମାନ୍ୟ ସୁଧାର ଆସିଛି। ବର୍ତ୍ତମାନ ରାଜୁଙ୍କ ଶରୀର ଚିକିତ୍ସାକୁ ଗ୍ରହଣ କରୁଥିବା ଜଣାପଡ଼ିଛି। ତାଙ୍କୁ ଏକ ଟ୍ୟୁବ ମାଧ୍ୟମରେ ତରଳ ପଦାର୍ଥ ବା କ୍ଷୀର ଦେବା ଆରମ୍ଭ କରାଯାଇଛି। ଗୁରୁବାରରୁ ଆଜି ପର୍ଯ୍ୟନ୍ତ ହାତ, ପାଦ ଏବଂ ଗଳାରେ କିଛି ଗତିବିଧି ଦେଖାଯାଇଛି। କିନ୍ତୁ ଡାକ୍ତରମାନେ କହିଛନ୍ତି ଯେ, ଆଖିର ଗତିବିଧିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯିବ। ତେବେ ଡାକ୍ତରଙ୍କ ଅନୁଯାୟୀ, କମେଡିଆନ ରାଜୁଙ୍କ ଚେତା ଫେରିବାକୁ ଆଉ କିଛି ଦିନ ଲାଗିପାରେ। ସୂଚନା ମୁତାବକ, ଅଗଷ୍ଟ ୧୦ରେ ହୃଦ୍‌ଘାତ ହେବା ପରଠାରୁ ରାଜୁଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜୁଙ୍କ ପତ୍ନୀ ଶିଖା ଶ୍ରୀବାସ୍ତବଙ୍କୁ ଫୋନ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏଥିସହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶିଖାଙ୍କୁ ଫୋନ୍‌ କରି ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହ ତାଙ୍କ ଚିକିତ୍ସାର ସମସ୍ତ ବ୍ୟବସ୍ଥା କରିବା ପାଇଁ ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକ-କିୟାରାଙ୍କ ‘ଭୁଲ ଭୁଲୈୟା-୨’ରେ ତବ୍‌ବୁ

ଫିଲ୍ମ ‘ଭୁଲ ଭୁଲେୟା-୨’ ମାଧ୍ୟମରେ କାର୍ତ୍ତିକ ଆର୍ୟନ ଏବଂ କିୟାରା ଆଡଓ୍ବାଣୀଙ୍କ ଯୋଡି ପ୍ରଥମ ଥର ପାଇଁ ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ପ୍ରଥମରୁ ହିଁ...

ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୨ ଲକ୍ଷର ସ୍ବାସ୍ଥ୍ୟ ବୀମା: ବିଶେଷଜ୍ଞ କମିଟି ପକ୍ଷରୁ ପ୍ରସ୍ତାବ…

ବେଙ୍ଗାଲୁରୁ,୨୧।୬: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ଘନେଇ ଆସୁଛି। ଏପରିସ୍ଥଳେ ସ୍କୁଲ ଖୋଲାଯିବା ନେଇ ମଧ୍ୟ ଯୋଜନା କରାଯାଉଛି। ତେବେ ସ୍କୁଲ ଛାତ୍ରୀଛାତ୍ରଙ୍କ...

ଦିଲ୍ଲୀ ରାସ୍ତାରେ ୧୫ ଫୁଟର ଖାତ

ନୂଆଦିଲ୍ଲୀ, ୧ା୮: ଦକ୍ଷିଣ ଦିଲ୍ଲୀରେ ଆଇଆଇଟି ଫ୍ଲାଏଓଭର ତଳେ ଶନିବାର ସକାଳେ ୧୦ରୁ ୧୫ ଫୁଟ ଲମ୍ବର ଗଭୀର ଖାତ ସୃଷ୍ଟି ହୋଇଛି। ଏଥିଯୋଗୁ ସେଠାରେ...

ଲୋକ ସଭା, ୫ ବିଧାନସଭାରେ କଣ୍ଟ୍ରୋଲ ରୁମ୍‌

ନୂଆଦିଲ୍ଲୀ,୨୬।୪(ପି.ଟି.): କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ଏମ୍‌ପି, ବିଧାୟକ ଓ ଜନସାଧାରଣଙ୍କ ସହ ସମନ୍ବୟ ରକ୍ଷା ଲାଗି ଲୋକ ସଭା ଏବଂ ୫ ରାଜ୍ୟ ବିଧାନସଭାରେ କଣ୍ଟ୍ରୋଲ...

ଜୁଲାଇ ୧ରୁ ମାଗଣା ବିଦ୍ୟୁତ୍‌ ଯୋଗାଣ…

ଚଣ୍ଡିଗଡ଼, ୨୭।୬ : ପଞ୍ଜାବ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବଜେଟ ଅଧିବେଶନରେ ବଜେଟ ଉପସ୍ଥାପନା ସମୟରେ ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା...

ଚେନ୍ନାଇ ଜଳ ସଙ୍କଟ: ଭେଲୋରରୁ ଆସିଲା ପ୍ରଥମ ପାଣି ବୋଝେଇ ଟ୍ରେନ୍‌

ଭେଲୋର,୧୨।୭: ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଚେନ୍ନାଇରେ ଦେଖା ଦେଇଥିଲା ଉତ୍କଟ ଜଳ ସଙ୍କଟ। ଏହାକୁ ଦୂର କରିବା ପାଇଁ ତାମିଲନାଡୁରୁ ଟ୍ରେନ୍‌ ଯୋଗେ ପାଣି...

ଓଓ୍ବାଇସିଙ୍କୁ ନିମନ୍ତ୍ରଣ, ଆଡଭାନୀଙ୍କୁ ଉପେକ୍ଷା

ଅଯୋଧ୍ୟା/ନୂଆଦିଲ୍ଲୀ,୩ା୮: ଯଦି ଅଯୋଧ୍ୟାର ଆରାଧ୍ୟ ଦେବତା ରାମ ତେବେ ଏହାର ରାଜନୈତିକ ଭଗବାନ ଲାଲ କୃଷ୍ଣ ଆଡଭାନୀ ବୋଲି କୁହାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ...

କ୍ଷମା ମାଗିଲେ ତେଜସ୍ବୀ ଯାଦବ

ପାଟନା,୩।୭: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୂଆ କାର୍ଡ ଖେଳିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ।...

Advertisement
Archives

Model This Week