Posted inଜାତୀୟ

ରାଜୌରିରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ: ଜୁନିୟର କମିଶନଡ ଅଫିସର ଶହୀଦ

ଜମ୍ମୁ,୧୯ ।୮: ଜମ୍ମୁର ରାଜୌରୀରେ ସୁରଡକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଏଥିରେ ଜଣେ ଜୁନିୟର କମିଶନଡ ଅଫିସର ଶହୀଦ ହୋଇ ଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଥାନାମଣ୍ଡି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାର୍କମୀ ସେମାନଙ୍କ ଟିମ୍ ସହ ଉକ୍ତ ଅଞ୍ଚଳରେ ଖୋଜିବା ଆରମ୍ଭ କରି ଦେଇଥିଲେ । ଏହାର ଜବାବରେ ଉଭୟ ମୁହାଁମୁହିଁ ହୋଇଥିଲେ । କୁହାଯାଉଛି ଯେ ସୁରକ୍ଷାକର୍ମୀ ଯେଉଁ ଅଞ୍ଚଳକୁ ଘେରି ରହିଛନ୍ତି ସେଠାରେ ୨ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି । ସେନା ପ୍ରବକ୍ତା ଲେପ୍ଟନାଣ୍ଟ କର୍ନଲ ଦେବେନ୍ଦ୍ର ଆନନ୍ଦ ସୂଚନା ଦେଇ କହିଛନ୍ତି ଥାନାମଣ୍ଡିରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ସମୟରେ ରାଷ୍ଟ୍ରୀୟ ରାଇଫଲର ଜଣେ ଜେସିଓ(ଜୁନିୟର କମିଶନଡ ଅଫିସର)ଙ୍କ ଦେହରେ ଗୁଳି ବାଜିଥିଲା । ଏହାପରେ ଉକ୍ତ ଅଞ୍ଚଳରେ ସ୍ଥିିତି ଖରାପ ହୋଇପଡିଥିଲା । ତେବେ ଜେସିଓଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣିଥରେ କ୍ଷମା ମାଗିଲେ ବାବା ରାମଦେବ, କହିଲେ ଆଉଥରେ ହେବନି ଭୁଲ

ନୂଆଦିଲ୍ଲୀ,୨୪।୪: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ (MD) ବାଲକୃଷ୍ଣ ପୁନର୍ବାର ବିଭ୍ରାନ୍ତିକର ବିଜ୍ଞାପନ...

ମୋଦିଙ୍କୁ ଗାଳିଦେଲେ ଘରକୁ ଫେରିବନି: ବିରୋଧୀ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ

ମୁମ୍ବାଇ,୨୪/୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କେହି ଅପଶବ୍ଦ ବ୍ୟବହାର କଲେ, ତାଙ୍କୁ ଘରକୁ ଫେରିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଧମକ ଦେଇଛନ୍ତି।...

ମୁଁ ମୋଦିଙ୍କ ଭେଟିବାକୁ ଚାହେଁ, ମୋତେ ସମୟ ଦିଅନ୍ତୁ: ଖାର୍ଗେ

ନୂଆଦିଲ୍ଲୀ,୨୪।୪: ୨୦୨୪ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ମାନିଫେଷ୍ଟୋରେ ମୁସଲିମ ଲିଗର ଛାପ ଏବଂ...

ବିମାନରେ ଛୋଟ ପିଲାଙ୍କୁ ଅଭିଭାବକଙ୍କ ପାଖରେ ବସାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୪ା୪:ବିମାନରେ ୧୩ ବର୍ଷରୁ କମ୍‌ ବୟସର ପିଲାମାନେ ଯେପରି ସେମାନଙ୍କ ମାଆବାପା କିମ୍ବା ଅଭିଭାବକଙ୍କ ପାଖ ସିଟ୍‌ରେ ବସନ୍ତି, ତାହା ସୁନିଶ୍ଚିତ କରିବାକୁ ବେସାମରିକ ବିମାନ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ସରିବ ପ୍ରଚାର, ୮୮ ଆସନରେ ହେବ ମତଦାନ

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଗଣନା ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଆଜି...

ନୁଡୁଲ୍ସ ପ୍ୟାକେଟ୍‌ରୁ ୨ କୋଟିର ହୀରା ଜବତ

ମୁମ୍ବାଇ,୨୪ା୪:ସୀମାଶୁଳ୍କ ବିଭାଗ ଅଧିକାରୀମାନେ ମୁମ୍ବାଇ ବିମାନବନ୍ଦରରୁ ୬.୪୬ କୋଟି ଟଙ୍କାର ସୁନା ଓ ହୀରା ଜବତ କରିଛନ୍ତି। ଜଣେ ଯାତ୍ରୀ ନୁଡୁଲ୍ସ ପ୍ୟାକେଟରେ ହୀରାକୁ ଲୁଚାଇଥିବାବେଳେ...

ପବନକୁ ସମ୍ଭାଳି ପାରିଲାନି ବ୍ରିଜ୍‌

ହାଇଦ୍ରାବାଦ୍‌,୨୪ା୪:ତେଲଙ୍ଗାନାର ପେଦ୍ଦାପଲ୍ଲୀରେ ସୋମବାର ରାତି ୯ଟା ୪୫ରେ ଏକ ନିର୍ମାଣାଧୀନ ବ୍ରିଜ୍‌ ପବନକୁ ସମ୍ଭାଳି ନ ପାରି ଭୁଶୁଡ଼ିପଡ଼ିଛି। ଉକ୍ତ ବ୍ରିଜ୍‌ର ଏକ ଅଂଶ ଭାଙ୍ଗିଯାଇଛି।...

ମତଦାନ କମିବା ଆଶଙ୍କା

ନୂଆଦିଲ୍ଲୀ,୨୪ା୪: ଲୋକ ସଭା ନିର୍ବାଚନରେ ବିଜୟୀ ହୋଇ ଭାଜପା ତୃତୀୟ ଥର ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଥିବାବେଳେ ଏହାକୁ ଅଟକାଇବା ପାଇଁ ଇଣ୍ଡିଆ ମେଣ୍ଟ ଜୋର୍‌ଦାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri