ଦିବ୍ୟାଙ୍ଗ ଝିଅ ସହ ରାହା ଖୋଜୁଛନ୍ତି ରଜନୀ

ସିମୁଳିଆ, ୨୦।୬ (ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମୁରୁଣା ପଞ୍ଚାୟତ ୩ନଂ. ୱାର୍ଡ ରାଉତପଡା ଅଞ୍ଚଳର ୫୫ ବର୍ଷୀୟା ରଜନୀ ଦାସଙ୍କ ନିକଟରେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ। ୨୦ବର୍ଷୀୟା ଦିବ୍ୟାଙ୍ଗ ଝିଅଙ୍କୁ ସାଙ୍ଗରେ ଧରି ସେ ଏବେ ବାଲିକଣା ଅଞ୍ଚଳରେ ୫ଶହ ଟଙ୍କା ଭଡା ଦେଇ ରହୁଛନ୍ତି। ମାସିକ ୫ଶହ ଟଙ୍କା ସରକାରୀ ଭତ୍ତା ସହିତ ୫କି.ଗ୍ରା. ଚାଉଳ ତାଙ୍କୁ ମିଳୁଛି ା ଝିଅ ସୁକାନ୍ତିଙ୍କୁ ପୂର୍ବରୁ ଚାଉଳ ମିଳୁଥିବା ତେବେ ଆଧାରକାର୍ଡ ନ ଥିବାରୁ ତାଙ୍କୁ ଗତ ଦୁଇବର୍ଷ ହେଲା ଆଉ ଚାଉଳ ମିଳୁନାହିଁ ା ଏଭଳି ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି ମା’ଝିଅ।
୧ ଗୁଣ୍ଠ ସମ୍ପତ୍ତି ତାଙ୍କର ନିଜସ୍ବ ସମ୍ବଳ। ତାଙ୍କ ଘରଟି ଭାଙ୍ଗିଯିବା ପରେ ସେ ଭଡା ଘରେ ରହୁଛନ୍ତି ା ସରକାରଙ୍କ ପକ୍ଷରୁ ତାଙ୍କୁ ଇନ୍ଦିରା ଆବାସଟିଏ ମିଳିପାରିନାହିଁ। ଅପରପକ୍ଷେ ତାଙ୍କ ଜମିକୁ ପଡୋଶୀ ହାତେଇବା ପାଇଁ ଚାହୁଁଥିବାରୁ ଉଭୟ ମା’ ଓ ଝିଅ ହଇରାଣ ହେଉଥିବା ସେ କୁହନ୍ତି। ପୂର୍ବତନ ସମିତିସଭ୍ୟ କୃଷ୍ଣଚନ୍ଦ୍ର ବେହେରା କହନ୍ତି ତାଙ୍କ ନାମରେ ଘରଟିଏ ଆସିଥିଲା ା କେହି ତାଙ୍କୁ ସହଯୋଗର ହାତ ନ ବଢାଇବାରୁ ତାହା ଫେରିଯାଇଛି। ଅପରପକ୍ଷେ ତାଙ୍କ ଘରକୁ ଅନ୍ୟ ଜଣଙ୍କୁ ଦିଆଯାଇଥିବା ଅଭିଯୋଗ କରିଛନ୍ତି ରଜନୀ ା ସେ କୁହନ୍ତି, ସିମୁଳିଆ ବ୍ଲକ ଅଧୀନ ବାଉରୀପଡା ଅଞ୍ଚଳରେ ତାଙ୍କ ଶାଶୁଘର। ବିବାହର କିଛି ମାସ ପରେ ତାଙ୍କୁ ନିର୍ଯାତନା ଦିଆଯିବାରୁ ସେ ସହି ନ ପାରି ନିଜ ଗାଁକୁ ଫେରିଆସିଥିଲେ ା ସେଠାରେ ତାଙ୍କ ଝିଅ ସୁକାନ୍ତି ଜନ୍ମ ହୋଇଥିଲା ା ସୁକାନ୍ତି ଗାଁ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ। ତାଙ୍କଠାରେ ସାମାନ୍ୟ ମାନସିକ ବିକୃତି ଦେଖାଦେବାରୁ ସେ ଆଉ ପାଠ ପଢି ନ ଥିଲେ। ପେଟ ପୋଷିବା ପାଇଁ ପ୍ରତ୍ୟେକ ଦିନ ସକାଳେ ୪କି.ମି. ଚାଲି ଚାଲି ଯାଇ ରଜନୀ ଝିଅକୁ ମାର୍କୋଣା ଷ୍ଟେଶନ ବଜାରରେ ଜଣେ ବ୍ୟକ୍ତିଙ୍କ ଘରେ କାମ କରିବା ପାଇଁ ଛାଡି ଆସନ୍ତି ା ସେ ନିଜେ ଗାଁକୁ ଫେରି ଜଣେ ପଡୋଶୀଙ୍କ ଗୁହାଳ କାମ କରନ୍ତି। ପୁଣି ମଧ୍ୟାହ୍ନରେ ଝିଅକୁ ଆଣିବା ପାଇଁ ଯାଆନ୍ତି ା ସୁକାନ୍ତି ମାସିକ ହଜାରେ ଓ ରଜନୀ ମାସିକ ୩ଶହ ଟଙ୍କା ରୋଜଗାର କରନ୍ତି ା ଏଥିରେ ତାଙ୍କ ପରିବାର ଚାଲୁଥିବା ସେମାନେ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri