ଦିବ୍ୟାଙ୍ଗ ଝିଅ ସହ ରାହା ଖୋଜୁଛନ୍ତି ରଜନୀ

ସିମୁଳିଆ, ୨୦।୬ (ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମୁରୁଣା ପଞ୍ଚାୟତ ୩ନଂ. ୱାର୍ଡ ରାଉତପଡା ଅଞ୍ଚଳର ୫୫ ବର୍ଷୀୟା ରଜନୀ ଦାସଙ୍କ ନିକଟରେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ। ୨୦ବର୍ଷୀୟା ଦିବ୍ୟାଙ୍ଗ ଝିଅଙ୍କୁ ସାଙ୍ଗରେ ଧରି ସେ ଏବେ ବାଲିକଣା ଅଞ୍ଚଳରେ ୫ଶହ ଟଙ୍କା ଭଡା ଦେଇ ରହୁଛନ୍ତି। ମାସିକ ୫ଶହ ଟଙ୍କା ସରକାରୀ ଭତ୍ତା ସହିତ ୫କି.ଗ୍ରା. ଚାଉଳ ତାଙ୍କୁ ମିଳୁଛି ା ଝିଅ ସୁକାନ୍ତିଙ୍କୁ ପୂର୍ବରୁ ଚାଉଳ ମିଳୁଥିବା ତେବେ ଆଧାରକାର୍ଡ ନ ଥିବାରୁ ତାଙ୍କୁ ଗତ ଦୁଇବର୍ଷ ହେଲା ଆଉ ଚାଉଳ ମିଳୁନାହିଁ ା ଏଭଳି ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି ମା’ଝିଅ।
୧ ଗୁଣ୍ଠ ସମ୍ପତ୍ତି ତାଙ୍କର ନିଜସ୍ବ ସମ୍ବଳ। ତାଙ୍କ ଘରଟି ଭାଙ୍ଗିଯିବା ପରେ ସେ ଭଡା ଘରେ ରହୁଛନ୍ତି ା ସରକାରଙ୍କ ପକ୍ଷରୁ ତାଙ୍କୁ ଇନ୍ଦିରା ଆବାସଟିଏ ମିଳିପାରିନାହିଁ। ଅପରପକ୍ଷେ ତାଙ୍କ ଜମିକୁ ପଡୋଶୀ ହାତେଇବା ପାଇଁ ଚାହୁଁଥିବାରୁ ଉଭୟ ମା’ ଓ ଝିଅ ହଇରାଣ ହେଉଥିବା ସେ କୁହନ୍ତି। ପୂର୍ବତନ ସମିତିସଭ୍ୟ କୃଷ୍ଣଚନ୍ଦ୍ର ବେହେରା କହନ୍ତି ତାଙ୍କ ନାମରେ ଘରଟିଏ ଆସିଥିଲା ା କେହି ତାଙ୍କୁ ସହଯୋଗର ହାତ ନ ବଢାଇବାରୁ ତାହା ଫେରିଯାଇଛି। ଅପରପକ୍ଷେ ତାଙ୍କ ଘରକୁ ଅନ୍ୟ ଜଣଙ୍କୁ ଦିଆଯାଇଥିବା ଅଭିଯୋଗ କରିଛନ୍ତି ରଜନୀ ା ସେ କୁହନ୍ତି, ସିମୁଳିଆ ବ୍ଲକ ଅଧୀନ ବାଉରୀପଡା ଅଞ୍ଚଳରେ ତାଙ୍କ ଶାଶୁଘର। ବିବାହର କିଛି ମାସ ପରେ ତାଙ୍କୁ ନିର୍ଯାତନା ଦିଆଯିବାରୁ ସେ ସହି ନ ପାରି ନିଜ ଗାଁକୁ ଫେରିଆସିଥିଲେ ା ସେଠାରେ ତାଙ୍କ ଝିଅ ସୁକାନ୍ତି ଜନ୍ମ ହୋଇଥିଲା ା ସୁକାନ୍ତି ଗାଁ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ। ତାଙ୍କଠାରେ ସାମାନ୍ୟ ମାନସିକ ବିକୃତି ଦେଖାଦେବାରୁ ସେ ଆଉ ପାଠ ପଢି ନ ଥିଲେ। ପେଟ ପୋଷିବା ପାଇଁ ପ୍ରତ୍ୟେକ ଦିନ ସକାଳେ ୪କି.ମି. ଚାଲି ଚାଲି ଯାଇ ରଜନୀ ଝିଅକୁ ମାର୍କୋଣା ଷ୍ଟେଶନ ବଜାରରେ ଜଣେ ବ୍ୟକ୍ତିଙ୍କ ଘରେ କାମ କରିବା ପାଇଁ ଛାଡି ଆସନ୍ତି ା ସେ ନିଜେ ଗାଁକୁ ଫେରି ଜଣେ ପଡୋଶୀଙ୍କ ଗୁହାଳ କାମ କରନ୍ତି। ପୁଣି ମଧ୍ୟାହ୍ନରେ ଝିଅକୁ ଆଣିବା ପାଇଁ ଯାଆନ୍ତି ା ସୁକାନ୍ତି ମାସିକ ହଜାରେ ଓ ରଜନୀ ମାସିକ ୩ଶହ ଟଙ୍କା ରୋଜଗାର କରନ୍ତି ା ଏଥିରେ ତାଙ୍କ ପରିବାର ଚାଲୁଥିବା ସେମାନେ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନୁଆଁଣିଆ ଚାଳ ଘରେ ଚାଲିଛି ସଂଘର୍ଷ: ପ୍ରୋତ୍ସାହନ ଅପେକ୍ଷାରେ ଆନ୍ତର୍ଜାତିକ ଖୋଖୋ ଖେଳାଳି

ବାଲେଶ୍ୱର ଅଫିସ, ୧୧।୮- ଟୋକିଓ ଅଲିମ୍ପିକ୍ସ ସଫଳତା ପରେ ସମଗ୍ର ଦେଶରେ କ୍ରୀଡ଼ାକୁ ନେଇ ବେଶ ଆଲୋଚନା ଚାଲିଛି। ରାଜ୍ୟ ସରକାର ମଧ୍ୟ କ୍ରୀଡ଼ାର ଭିତ୍ତିଭୂମିର...

କୂଅରେ ପଡ଼ି ଯୁବକଙ୍କ ପ୍ରାଣଗଲା

ସଜନାଗଡ଼,୮।୮(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସଜନାଗଡ଼ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ସଜନାଗଡ଼ ଛକ ନିକଟ ୧୯ ନଂ ରାଜ୍ୟ...

ବାଲେଶ୍ୱର ଷ୍ଟେଶନରେ ଅହୋରାତ୍ର ଉଡ଼ିଲା ତ୍ରିରଙ୍ଗା

ବାଲେଶ୍ୱର ଅଫିସ, ୧।୨-ବାଲେଶ୍ୱର ରେଳଷ୍ଟେଶନଠାରେ ରେଳ ବିଭାଗ ପକ୍ଷରୁ ଅହୋରାତ୍ର ତ୍ରିରଙ୍ଗା ପତକା ଉଡ଼ିବା ବ୍ୟବସ୍ଥା ଶୁକ୍ରବାରଠାରୁ କରାଯାଇଛି। ସଦର ବିଧାୟକ ମଦନମୋହନ ଦତ୍ତ ଷ୍ଟେଶନରେ...

ସ୍ବାସ୍ଥ୍ୟକେନ୍ଦ୍ର ବନ୍ଦ ଥିବାରୁ ରୋଗୀ ଫେରିଲେ ଘରକୁ

ପାଟଣା, ୧୦।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ମୁଖ୍ୟ ଫାଟକରେ ଚାବି ପଡ଼ିଥିବା ଦେଖିବାକୁ ମିଳିଥିଲା।...

ବିରଳ ନୀଳରକ୍ତ କଙ୍କଡ଼ାଙ୍କ ସୁରକ୍ଷା ଚିନ୍ତା

ବାଲେଶ୍ୱର ଅଫିସ, ୧୦।୬-ବିରଳ ନୀଳରକ୍ତ କଙ୍କଡାଙ୍କ ସୁରକ୍ଷା ଏବଂ ଏହି କଙ୍କଡାଙ୍କ ରକ୍ତରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ ଅନ୍ତର୍ଜାତୀୟ ସ୍ତରରେ ଗବେଷଣା ଜାରି ରହିଛି।...

ମହିଳାଙ୍କୁ ବଳାତ୍କାର ପରେ ହତ୍ୟା ମାମଲା: ଦୋଷୀଙ୍କୁ ୧୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୧୯।୧୨-ଜଣେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ବିଚାର କରି ଗୁରୁବାର ବାଲେଶ୍ୱର ଜିଲା ଦ୍ୱିତୀୟ ଅତିରିକ୍ତ ଜିଲା ଦୌରାଜଜ୍‌ ସୁବାଷ କୁମାର...

ସ୍ଥାୟୀ ନିଯୁକ୍ତି ଦାବିରେ ଏଡିଏମ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦୁଝର, ୧।୭(ସ୍ବ.ପ୍ର.): ସ୍ଥାୟୀ ନିଯୁକ୍ତି ଦାବିରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥାୟୀ କର୍ମଚାରୀମାନେ ସୋମବାର ସକାଳୁ ଏଡିଏମ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ରୋଗୀଙ୍କଠାରୁ...

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସୁନାବେଶ : ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବାରିପଦା ଅଫିସ,୧୨।୭ : ଦିତୀୟ ଶ୍ରୀକ୍ଷେତ୍ର ବାରିପଦାର ମାଉସୀ ମା’ ମନ୍ଦିରରେ ଶୁକ୍ରବାର ଠାକୁରମାନେ ଜନ୍ମବେଦିରେ ସୁନାବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ଆଡ଼ପମଣ୍ଡପରେ ଠାକୁରମାନଙ୍କ ସୁନାବେଶ...

Advertisement
Archives

Model This Week