ବିଜେଡିରେ ଯୋଗଦେଲେ ରାଜନାରାୟଣ ମହାପାତ୍ର

ଭୁବନେଶ୍ୱର,୧୭ା୪(ଅନିଲ ଦାସ)- ଯାଜପୁର ଜିଲା ଅନ୍ତର୍ଗତ ବଡ଼ଚଣା ନିର୍ବାଚନମଣ୍ଡଳୀର ପିସିସି ସମ୍ପାଦକ ତଥା କ୍ୟାପ୍‌ଟେନ ରାଜନାରାୟଣ ମହାପାତ୍ରଙ୍କ ସହ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ବୁଧବାର ଶଙ୍ଖଭବନଠାରେ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଓ ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି। ଦଳରେ ସାମିଲ ହୋଇଥିବା ରାଜନାରାୟଣଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ଉଭୟ ଉପଢ଼ୌକନ ଦେଇ ଦଳକୁ ସ୍ବାଗତ କରିଛନ୍ତି ।

କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବଡ଼ଚଣା ନିର୍ବାଚନମଣ୍ଡଳୀରେ ଦଳୀୟ ସଙ୍ଗଠନ ଆହୁରି ମଜଭୁତ ହେବ ବୋଲି ସସ୍ମିତ ଓ ଜନ୍ମେଜୟ କହିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତିଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଥିବା ରାଜନାରାୟଣ କହିଛନ୍ତି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ତାକୁ ସେ ସୁଚାରୁରୂପେ ତୁଲାଇବେ । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

ଏହି ମିଶ୍ରଣ ପର୍ବରେ ଓବିସି ସେଲ୍‌ ସଭାପତି ଅଶୋକ କୁମାର ସାମଲ, ପୂର୍ବତନ ବଡ଼ଚଣା ଅଧ୍ୟକ୍ଷ ନିରଞ୍ଜନ ସାହୁ, ବ୍ଲକ ଉପସଭାପତି କିଶୋର ଚନ୍ଦ୍ର ରାଉତ, ବରଦା ପ୍ରସାଦ ରାୟ, ମଇନା ରାୟ, ସମିତିସଭ୍ୟ କୁଳମଣି ବାରିକ, ନିରଞ୍ଜନ ମହାନ୍ତି, ପୁଷ୍ପଲତା ସାମଲ, ବ୍ଲକ କଂଗ୍ରେସ ସଭାପତି ଉମେଶ ଚନ୍ଦ୍ର ଜେନା, ସଞ୍ଜୀବ ସାମଲ, ସୁଲତାନ ସୈଫୁଲ ଖାନ, ସତ୍ୟବ୍ରତ ସାମଲ, ଜାମା ଖାନ, ଧର୍ମରାଜ ମହାନ୍ତି, ପଙ୍କଜିନୀ ନାୟକ, ପ୍ରିୟଙ୍କା ମଲ୍ଲିକ, ରଞ୍ଜିତା ମଲ୍ଲିକ, କୃଷ୍ଣଚନ୍ଦ୍ର ସାହୁ, ସମୀର କୁମାର ମହାନ୍ତି, ଉମ ଦାସ, ସାରଦା ପ୍ରସନ୍ନ ବଳ, ଉତ୍କଳକେଶରୀ ସାମଲ, ଅନିଲ କୁମାର ପାଢ଼ୀ, ଜ୍ଞାନେନ୍ଦ୍ର ସାହୁ, ଦେବେନ୍ଦ୍ର ଜେନାଙ୍କ ସହ ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।