ସୋସିଆଲ ମିଡିଆରେ ଚର୍ଚ୍ଚା ପାଲଟିଛି ପତ୍ରଲେଖାଙ୍କ ମଙ୍ଗଳସୂତ୍ର

ମୁମ୍ବାଇ: ଏବେ ବଲିଉଡ୍ ସେଲିବ୍ରିଟିଙ୍କ ବିବାହକୁ ନେଇ ଯେତିକି ଚର୍ଚ୍ଚା ଚାଲିଛି ସେତିକି ଚର୍ଚ୍ଚା ବି ତାଙ୍କ ବିବାହ ପରର କିଛି ଘଟଣାକୁ ନେଇ କରାଯାଉଛି । ଦୀର୍ଘ ପ୍ରାୟ ୧୧ ବର୍ଷ ରିଲେଶନଶିପରେ ରହିବା ପରେ ନଭେମ୍ବର ୧୫ରେ ବିବାହ କରିଛନ୍ତି ବଲିଉଡ୍ ଅଭିନେତା ରାଜକୁମାର ରାଓ ଓ ଅଭିନେତ୍ରୀ ପତ୍ରଲେଖା । ଏବେ ଏହି ନ୍ୟୁଲି ୱେଡ କପୁଲଙ୍କ କିଛି ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିବାହ ପରେ ନିକଟରେ ଏହି କପୁଲ ପବ୍ଲିକ ଆପିୟରାନ୍ସକୁ ଆସିଥିଲେ । ଏହି ସମୟରେ ପତ୍ରଲେଖାଙ୍କ ସହ ତାଙ୍କ ମଙ୍ଗଳସୂତ୍ର ଆସିଛି ଚର୍ଚ୍ଚାକୁ । କାରଣ ତାଙ୍କ ମଙ୍ଗଳସୂତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କେବଳ ସେତିକି ନୁହେଁ ଏହାର ଡିଜାଇନ ଓ ଦାମକୁ ନେଇ ବି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ନିକଟରେ ରାଜକୁମାର ହ୍ୱାଇଟ ଆଉଟ ଫିଟରେ ଥିବା ବେଳେ ପତ୍ରଲେଖା ଥିଲେ ରେଡ କଲର ଡ୍ରେସରେ ଯାହା ତାଙ୍କୁ ଖୁବ୍ ମାନୁଥିଲା । ପତ୍ରଲେଖା ଖୁବ୍ କମ୍ ଜୁଏଲାରୀ ପିନ୍ଧିଥିଲେ ବି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଯାଇଥିଲେ । କେବଳ ସେତିକି ନୁହେଁ ପତ୍ରଲେଖାଙ୍କ ମଙ୍ଗଳସୂତ୍ର ଏବେ ଟ୍ରେଣ୍ଡ ସେଣ୍ଟର ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ସବ୍ୟସାଚି ମୁଖାର୍ଜୀ ୧୮ କ୍ୟାରେଟ ସୁନାରେ ଏହି ମଙ୍ଗଳସୂତ୍ରର ଡିଜାଇନ କରିଛନ୍ତି । ଯେଉଁଥିରେ ଟ୍ରାଡିଶନାଲ ଓନିକ୍ସ ସହ ମୋତି ଓ ସୁନା ଚେନ ବ୍ୟବହାର କରାଯାଇଛି । ରିପୋର୍ଟ ଅନୁଯାୟୀ ତାଙ୍କ ମଙ୍ଗଳସୂତ୍ରର ଦାମ୍ ରହିଛି ୧,୬୫,୦୦୦ଟଙ୍କା ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟ ଅଭିନେତାଙ୍କୁ ଦେଖିବା ପାଇଁ ହୋଟେଲ୍‌ ଛାତକୁ ଚଢିଲେ ପ୍ରଶଂସକ

ସାଉଥ ସୁପରଷ୍ଟାର ରାମ ଚରଣ ତାଙ୍କ ଆଗାମୀ ଫିଲ୍ମର ଶୁଟିଂ ପାଇଁ ବିଶାଖାପାଟନମ୍‌ରେ ପହଞ୍ଚିଛନ୍ତି। ଏଠାରେ ପ୍ରଶଂସକମାନେ ନିଜ ପ୍ରିୟ ଅଭିନେତାଙ୍କୁ ଦେଖିବା ପାଇଁ ପ୍ରବଳ...

ସଲମାନ୍‌ଙ୍କ ସାମ୍ନାରେ ଆଣ୍ଠେଇ ଭୋ ଭୋ ହୋଇ କାନ୍ଦିଥିଲେ କରଣ

କରଣ ଜୋହରଙ୍କ ପ୍ରଥମ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ ୧୯୯୮ରେ ରିଲିଜ୍‌ ହୋଇଥିଲା। ଏଥିରେ ପ୍ରମୁଖ ଚରିତ୍ରରେ ଶାହାରୁଖ ଖାନ୍‌, କାଜଲ ଏବଂ ରାଣୀ...

ଫ୍ୟାନ୍‌ଙ୍କ ନିଦ ହଜାଉଛି ନୋରାଙ୍କ ‘ସୁଇଟ୍‌ ଡ୍ରିମ୍ସ’

ମୁମ୍ବାଇ: ବି-ଟାଉନ୍‌ ତାରକାମାନଙ୍କ ପାଇଁ ଫ୍ୟାନ୍‌ମାନଙ୍କ ସହ ଯୋଡ଼ି ହୋଇ ରହିବା ଦିଗରେ ସୋସିଆଲ ମିଡିଆ ଏକ ସହଜ ଓ ପ୍ରକୃଷ୍ଟ ମାଧ୍ୟମ ପାଲଟିଛି। ତେବେ...

ହ୍ରିତିକ୍‌ଙ୍କ ସହ ନଜର ଆସିବେ ଅନୁଷ୍କା

ଫିଲ୍ମ ‘ୱାର୍‌’ର ସଫଳତା ପରେ ଅଭିନେତା ହ୍ରିତିକ ରୋଶନ ନିଜ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ଦ୍ଦେଶକ ଫରହା ଖାନଙ୍କ ଆଗାମୀ ଫିଲ୍ମରେ...

୧୫ ଫେବୃୟାରୀରେ କରୀନାଙ୍କ ଡେଲିଭରି!

ମୁମ୍ବାଇ : ଅଭିନେତ୍ରୀ କରୀନା କପୁର ଖାନ୍‌ ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ଏବେ ତାଙ୍କ ଡେଲିଭରିକୁ ନେଇ ଚର୍ଚ୍ଚା ଚାଲିଛି। ସୋସିଆଲ ମିଡିଆରେ ତାଙ୍କ ବେବି...

ଟ୍ରୋଲ୍‌ ପରେ ଜ୍ୟାକଲିନ କହିଲେ ଏମିତି

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବୟ ଫ୍ରେଣ୍ଡ ସୁକେଶଙ୍କୁ ଇଡି ଗିରଫ କରିବା ପରେ ତାଙ୍କୁ ନେଇ ସୋସିଆଲ ମିଡିଆରେ ନାନା ପ୍ରଶ୍ନ ଉଠିଛି ।...

ବଲିଉଡ୍‌ର ଦାମୀ ଉପହାର

ଉପହାରଟିଏ ପାଇଲେ ସମସ୍ତେ ଖୁସି ହୁଅନ୍ତି। ତାହା ଛୋଟିଆ ହେଲେ ବି ମନରେ ଭରିଥାଏ ଅପାର ଆନନ୍ଦ। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ...

ନିଜଠୁ ୧୧ ବର୍ଷ ବଡ ଗର୍ଲଫ୍ରେଣ୍ଡ୍‌ଙ୍କ ପାଇଁ ଭାବପ୍ରବଣ ହେଲେ ଏହି ଅଭିନେତା

ବଲିଉଡରରେ ଏବେ ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ପ୍ରେମ ସମ୍ପର୍କକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ସେମାନଙ୍କ ସମ୍ପର୍କକୁ ନେଇ ଖୁଲାସା...

Advertisement
Archives

Model This Week