ଡ୍ରିମ୍‌ଗର୍ଲ ୨ ସିନେମାରେ ସୋନପୁରର ରାଜକିଶୋର

ସୋନପୁର,୨୮।୮(ମୃତ୍ୟୁଞ୍ଜୟ ଶତପଥୀ): କଳା, ସଂସ୍କୃତିର ମାଟି ସୁବର୍ଣ୍ଣପୁରରେ ଆଉ ଜଣେ ଯୁବକ ଚଳଚ୍ଚିତ୍ର ଦୁନିଆରେ ନିଜର ପାଦ ଥାପି ସଫଳତା ପାଇଛନ୍ତି। ଚଳଚ୍ଚିତ୍ର ଦୁନିଆକୁ ଏହି ମାଟିର ସୁଯୋଗ୍ୟ ସନ୍ତାନ ସବ୍ୟସାଚୀ ମହାପାତ୍ର, ପଦ୍ମଶ୍ରୀ ନୀଳମାଧବ ପଣ୍ଡା ଓ ସୂର୍ଯ୍ୟ ଦେଓ ପ୍ରମୁଖଙ୍କ ଅବଦାନ ଅତୁଳନୀୟ। ଏବେ ସୋନପୁର ସହର ଗ୍ରୀଡ୍‌କୋ ଅଞ୍ଚଳର ଯୁବକ ରାଜକିଶୋର ହୋତା (୩୫) ହିନ୍ଦୀ ସିନେମାରେ କାର୍ଯ୍ୟ କରି ନିଜର ସ୍ବତନ୍ତ୍ର ଛାପ ଛାଡିଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ହିନ୍ଦୀ ସିନେମା ଡ୍ରିମ୍‌ଗର୍ଲ ୨ରେ ସେ ସହ ନିର୍ଦ୍ଦେଶକ ଅଛନ୍ତି। ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଏହି କମେଡି ସିନେମାଟି ବକ୍ସ ଅଫିସରେ ମଧ୍ୟ ଭଲ ନାମ କମାଇଛି। ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ରାଜକିଶୋର ସୋନପୁରରୁ ଭୁବନେଶ୍ୱରକୁ ପାଠ ପଢିବାକୁ ଆସିଥିଲେ। ଭୁବନେଶ୍ୱରରେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ କରିବା ସମୟରେ ୨୦୦୮ରେ ସେ ଅଧାରୁ ପାଠ ଛାଡିଥିଲେ। ପରେ ଚଳଚ୍ଚିତ୍ର ଦୁନିଆରେ କାମ କରିବାକୁ ମାୟାନଗରୀ ମୁମ୍ବାଇକୁ ଚାଲି ଯାଇଥିଲେ। ସେଠାରେ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ପ୍ରଥମେ କିଛି ହିନ୍ଦୀ ସିରିଏଲରେ କାମ କରିଥିଲେ। ନୀଳମାଧବ ପଣ୍ଡାଙ୍କ ଆଇ ଏମ୍‌ କାଲାମରେ ରାଜକିଶୋର ସହ ନିର୍ଦ୍ଦେଶକ ଭାବେ କାମ କରିବାକୁ ସୁଯୋଗ ପାଇଥିଲେ। ୨୦୨୧ରେ ଓଡ଼ିଶାର ୪୦୦ ଅନୁସୂଚିତ ଜନଜାତି ବର୍ଗର ବାଳିକାଙ୍କୁ ନେଇ ଦି ମାଉଣ୍ଟେନ ହକି ନାମକ ଏକ ଡକ୍ୟୁମେଣ୍ଟାରି ଫିଲ୍ମ କରିଥିଲେ। ୨୦୧୯ରୁ ଡ୍ରିମ୍‌ ଗାର୍ଲ ୨ ଶୁଟିଂ ଆରମ୍ଭ ହୋଇଥିଲା। ତେବେ କୋଭିଡ୍‌ ପାଇଁ ଶୁଟିଂ ବନ୍ଦ ରହିବା ସହ ରିଲିଜ୍‌ ହେବାକୁ ବିଳମ୍ବ ହେଲା। ଶୁଟିଂ ସେଟ୍‌ରେ ବଡ ଅଭିନେତ୍ରୀ ଓ ଅଭିନେତାଙ୍କ ସହିତ କାମ କରିବାକୁ ସୁଯୋଗ ମିଳିଲା। ଶୁଟିଂ ସମୟରେ ଭଲ ଅନୁଭୂତି ମିଳିବା ସହ ଅନେକ କିଛି ଶିକ୍ଷା ମିଳିଛି। ଆଗକୁ ଆହୁରି ବଡ ବଜେଟର ସିନେମା ଓ ସିରିଏଲ ପାଇଁ ଅଫର ରହିଛି ବୋଲି ରାଜକିଶୋର କହିଛନ୍ତି । ବାପା ଦଶରଥ ହୋତା ସ୍ପିନିଂ ମିଲ୍‌ରେ କାମ କରୁଥିଲେ। ସ୍ପିନିଂ ମିଲ୍‌ ବନ୍ଦ ହୋଇଯିବା ପରେ ବାପାଙ୍କୁ ପରିବାର ଚଳାଇବା, ଗୋଟିଏ ଝିଅ ଓ ୨ ପୁଅଙ୍କୁ ପାଠ ପଢାଇ ମଣିଷ କରିବା କଷ୍ଟକର ହୋଇଥିଲା। ଏହି ସଂଘର୍ଷ ସେ ପିଲାବେଳୁ ଦେଖିଛନ୍ତି। ତେଣୁ ଧୈର୍ଯ୍ୟହରା ନ ହୋଇ ପ୍ରାରମ୍ଭିକ ସମୟରେ ତାଙ୍କୁ ମୁମ୍ବାଇରେ ସଂଘର୍ଷ କରିବାକୁ ପଡିଥିଲା। ନିଜର ନିଷ୍ଠା ଓ ଅଧ୍ୟବସାୟ ପାଇଁ ରାଜକିଶୋରଙ୍କୁ ଏବେ ସଫଳତା ମିଳିବାରେ ଲାଗିଛି। ସେ ଏବେ ଗୋଆରେ ଚଳଚ୍ଚିତ୍ର ଶୁଟିଂ କାମରେ ବ୍ୟସ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri