Advertisement

ବିଗିଡ଼ିଲା ସ୍ବାସ୍ଥ୍ୟାବସ୍ଥା: ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ,୨୫।୧୨: ତାମିଲ ସୁପରଷ୍ଟାର ରଜନୀକାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ସକାଳେ ତାଙ୍କର ବ୍ଲଡପ୍ରେସର(ରକ୍ତଚାପ) ଦ୍ରୁତ ବେଗରେ ଉପରତଳ ହେଉଥିବାରୁ ତାଙ୍କୁ ଶୁକ୍ରବାର ସକାଳେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତ ୧୦ ଦିନ ଧରି ରଜନୀକାନ୍ତ ହାଇଦ୍ରାବାଦର ରାମୋଜି ଫିଲ୍ମସିଟିରେ ‘ଅନ୍ନାଥେ’ ଫିଲ୍ମର ଶୁଟିଂ କରୁଥିଲେ। ସେଟ୍‌ରେ ପ୍ରାୟ ଆଠଜଣ ବ୍ୟକ୍ତି କରୋନା ପଜିଟିଭ ଜଣାପଡ଼ିବା ପରେ ତାଙ୍କର ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିଲା। ହେଲେ ଡିସେମ୍ବର ୨୨ରେ କୋଭିଡ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଲକ୍ଷଣ ନ ଥିଲେ ହେଁ ସେବେଠାରୁ ସେ ଆଇସୋଲେଶନରେ ରହିଥିଲେ। ତାଙ୍କର ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଥିଲା। ମାତ୍ର ହଠାତ ତାଙ୍କର ରକ୍ତଚାପ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବା ଦେଖାଯାଇଥିଲା। ଫଳରେ ପରୀକ୍ଷା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ବାସ୍ଥାବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ଫଟୋ ଶେୟାର କଲେ ଦୀପିକା: ରଣଭୀର କହିଲେ, ବେବି ଏ କ’ଣ କରୁଛ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ସ୍ବାମୀ ରଣଭୀର ସିଂ ଇଣ୍ଡଷ୍ଟ୍ରିର ପ୍ରମୁଖ ସେଲିବ୍ରିଟି ଭାବରେ ଜଣାଶୁଣା। ଉଭୟ ଏତେ ବ୍ୟସ୍ତ ଅଛନ୍ତି ଯେ, ଦୁହେଁ...

ମିଶନ ଶକ୍ତି: ମହାକାଶରେ ଶତ୍ରୁ ପକ୍ଷ ସାଟେଲାଇଟ୍‌କୁ ଧ୍ୱଂସ କରିବ ଭାରତ

ନୂଆଦିଲ୍ଲୀ,୮।୨: ଭବିଷ୍ୟତରେ ମହାକାଶରେ ଯୁଦ୍ଧ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ପ୍ରସ୍ତୁତି ଜାରି ରଖିଛି। ଭାରତୀୟ ରକ୍ଷା ଓ ଅନୁସନ୍ଧାନ ସଂଗଠନ(ଡିଆର୍‌...

୫୦ ବର୍ଷ ଧରି ବିବାହ କଥାକୁ ଲୁଚାଇ ରଖିଥିଲେ ମୋଦି, ପରେ ଏମିତି ପଡ଼ିଥିଲା ଜଣା

ନୂଆଦିଲ୍ଲୀ,୧୭ା୯: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିବସ। ଆଜିର ଏହି ସ୍ବତନ୍ତ୍ର ଦିନରେ ଆସନ୍ତୁ ଜାଣିବା ମୋଦିଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି...

ଗଣତନ୍ତ୍ର ଦିବସର ଅତିଥି ହେବେ ଇଜିପ୍ଟ ରାଷ୍ଟ୍ରପତି…

ନୂଆଦିଲ୍ଲୀ,୨୭।୧୧ : ଏଥର ଇଜିପ୍ଟର ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବରେ ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବେ। ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗଣତନ୍ତ୍ର ଦିବସ...

ଫାଶୀରେ ଲଟକିଲେ ୫ ପରିବାର ସଦସ୍ୟ

ପଟନା,୧୩।୩: ବିହାରର ସୁପୌଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାର ୫ ଜଣ ସଦସ୍ୟ ଫାଶୀରେ ଲଟକି ଆତ୍ମହତ୍ୟା କରିଛନ୍ତି। ସ୍ତ୍ରୀ-ସ୍ବାମୀ ଏବଂ...

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ଷଡଯନ୍ତ୍ର କରୁଛି ଭାଜପା: ଶିବସେନା

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ର ବିଧାନସଭାକୁ ନେଇ ଏବେ ସବୁଠି ଚର୍ଚ୍ଚା। କୌଣସି ଦଳ ନିକଟରେ ସଂଖ୍ୟା ଗରିଷ୍ଠତା ନ ଥିବା ବେଳେ କିଛି ଦଳ ମେଣ୍ଟରେ ହିଁ...

ଏମ୍ସ ଟ୍ରମା ସେଣ୍ଟରରେ ଚିକିତ୍ସିତ ହେବେ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୩୦।୩: କୋଭିଡ-୧୯ର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିବା ପରେ ଏବେ ଦିଲ୍ଲୀର ଅଲ ଇଣ୍ଡିଆ ଅନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ର ଟ୍ରମା ସେଣ୍ଟର...

କୋହଲିଙ୍କୁ ମିସ୍‌ କରୁଛନ୍ତି ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ସ୍ବାମୀ ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବହୁତ ମିସ୍‌ କରୁଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ...

Advertisement
Archives

Model This Week