ପ୍ରକାଶ ପାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ: ସ୍ନାତକୋତ୍ତରରେ ୮୪.୮ ପ୍ରତିଶତ…

ବଲାଙ୍ଗୀର,୫।୬(ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଓ ଇଣ୍ଟ୍ରିଗେଟେଡ ବିଏଡ-ଏମଏଡ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ସ୍ନାତକୋତ୍ତରରେ ୮୪.୮ ପ୍ରତିଶତ, ସ୍ନାତକ ଶ୍ରେଣୀରେ ୪୦ ପ୍ରତିଶତ ଏବଂ ଇଣ୍ଟ୍ରିଗେଟେଡ ବିଏଡ-ଏମଏଡରେ ୯୭.୭୮ ପ୍ରତିଶତ ପାଶ କରିଛନ୍ତି। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଭୂତି ଭୂଷଣ ମଲ୍ଲିକ ପରୀକ୍ଷା ଫଳ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ରେଜିଷ୍ଟ୍ରାର ହରପ୍ରସାଦ ଭୋଇ, ପରୀକ୍ଷା ନିୟନ୍ତ୍ରକ ଚନ୍ଦ୍ରମଣି ମିର୍ଦ୍ଧା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Dharitri – Odisha’s No.1 Odia Daily

Share
Tags: Bolangir