ସମସ୍ୟା ଘେରରେ ପୂର୍ଣ୍ଣବାସୀ କଲୋନୀ ରାଜୀବ ଆବାସ

ବ୍ରହ୍ମପୁର ଅଫିସ,୨୨ା୫: ସହରର ବସ୍ତି ବାସିନ୍ଦାଙ୍କୁ ଥଇଥାନ ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ସହରର ୧୨ଟି ସ୍ଥାନରେ ରାଜୀବ ଆବାସ ଆପାର୍ଟମେଣ୍ଟ ନିର୍ମାଣ କରାଯାଇଛି। ଯେଉଁଠାରେ ବସ୍ତି ବାସିନ୍ଦାମାନେ ରହିବାର ସୁଯୋଗ ପାଇଛନ୍ତି। ସୂଚନାଥାଉ କି, ବିଇଏମସି ପକ୍ଷରୁ ସହରରେ ୨୧୬୪ଟି ରାଜୀବ ଆବାସ ଗୃହ ନିର୍ମାଣ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୧୩୨ଟି ରାଜୀବ ଆବାସ ଗୃହ ନିର୍ମାଣ ସରିଛି। ଏଥିମଧ୍ୟରୁ ବିଇଏମସିର ୨୦୨୨-୨୩ ଆର୍ଥିକ ବର୍ଷରେ ୧୬୦ଟି ରାଜୀବ ଆବାସ ଗୃହ ନିର୍ମାଣ ସରିଥିବା ସୂଚନା ମିଳିଛି। ବିଇଏମସି ପକ୍ଷରୁ ନିର୍ମିତ ହେଉଥିବା ରାଜୀବ ଆବାସ ଆପାର୍ଟମେଣ୍ଟ୍‌ ଗୁଡିକରେ ବସ୍ତି ବାସିନ୍ଦାଙ୍କ ନିମନ୍ତେ ପାନୀୟ ଜଳ, ଆଲୋକୀକରଣ, ଡ୍ରେନେଜ ଓ ସୁଗମ ରାସ୍ତାର ବ୍ୟବସ୍ଥା କରାଯାଇଛି। କିନ୍ତୁ କେତେକ ଆପାର୍ଟମେଣ୍ଟ୍‌ ଗୁଡିକରେ ଆନୁସଙ୍ଗିକ ସୁବିଧା ନ ଥିବା କାରଣରୁ ବହୁ ବାସିନ୍ଦା ଆପାର୍ଟମେଣ୍ଟରେ ରହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିମଧ୍ୟରୁ ବିଇଏମସି ୨୦ ନଂ ୱାର୍ଡ ଅନ୍ତର୍ଗତ ପୂର୍ଣ୍ଣବାସୀ କଲୋନୀ ରାଜୀବ ଆବାସ ଆପାର୍ଟମେଣ୍ଟ୍‌ରେ ବହୁ ସମସ୍ୟା ଥିବା ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ଏହି ଆପାର୍ଟମେଣ୍ଟଟି ୨ ବର୍ଷ ହେବ ନିର୍ମାଣ କାର୍ଯ୍ୟ ସରିଛି। ଏଠାରେ ୧୨୮ଟି ଘର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୯୬ଟି ଘର ନିର୍ମାଣ ସରିଛି। ବର୍ତ୍ତମାନ ଏହି ଆପାର୍ଟମେଣ୍ଟରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଆଜକୁ ୧୦ ମାସ ତଳେ ବିଇଏମସି ପକ୍ଷରୁ ଏନଜିଟି ନିୟମ ବଳରେ ପୂର୍ଣ୍ଣବାସୀ କଲୋନୀ ଉଚ୍ଛେଦ ପରେ ଏଠାକାର ବାସିନ୍ଦା ବର୍ତ୍ତମାନ ଆପାଟର୍ର୍ମେଣ୍ଟରେ ରହୁଛନ୍ତି। କିନ୍ତୁ ଆପାର୍ଟମେଣ୍ଟରେ କୌଣସି ସୁବିଧା ନ ଥାଇ ଥଇଥାନ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ରହୁଥିବା ଲୋକେ ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ମୁତାବକ, ଘର ଗୁଡିକରେ ସିମେଣ୍ଟ୍‌ ପଲସ୍ତରା ଖସିବା ସହ ଘର ଛାତରୁ ପାଣି ଝରୁଛି। ଏପରିକି ଆପାର୍ଟମେଣ୍ଟ କାନ୍ଥରେ ରହିଥିବା ପାଇପ ଲାଇନ ଗୁଡିକ ଫାଟି ଯାଇଛି। ଅନ୍ୟପଟେ ଏଠାରେ ରହିଥିବା ଡ୍ରେନେଜ ସଫେଇ ହେଉ ନ ଥିବା କାରଣରୁ ବର୍ଷା ଦିନରେ ନର୍ଦ୍ଦମା ପାଣି ଯାତାୟତ ରାସ୍ତାରେ ଭାସମାନ ହେଉଛି। ଫଳରେ ଯାତାୟତ ସମୟରେ ବାଧା ସୃଷ୍ଟି ହେଉଛି। ଦୀର୍ଘ ଦିନ ଧରି ପାଣି ଜମି ରହିବା ଫଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇ ମଶା ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ଏଥିସହ ଆପାର୍ଟମେଣ୍ଟକୁ ଆସିବା ନିମନ୍ତେ କାୈଣସି ସୁଗମ ରାସ୍ତା ନାହିଁ। ତତସହିତ ଆପାର୍ଟମେଣ୍ଟ୍‌ ବାହାରେ କାୈଣସି ଷ୍ଟ୍ରିଟ ଲାଇଟ ନ ଥିବା କାରଣରୁ ରାତ୍ରି ସମୟରେ ଆପାର୍ଟମେଣ୍ଟ୍‌ ପରିସର ଅନ୍ଧକାର ରହୁଛି। ଏ ବାବଦରେ ବିଇଏମସି କର୍ତ୍ତୃପକ୍ଷଙ୍କୁ ବହୁବାର ଅବଗତ କରାଯାଇଛି। କିନ୍ତୁ ସମସ୍ୟା ସମାଧାନ ଦିଗରେ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଆପାର୍ଟମେଣ୍ଟ୍‌ ବାସିନ୍ଦା ଦାବି କରିଛନ୍ତି। ଏ ନେଇ ବିଇଏମସି ନିର୍ବାହୀ ଯନ୍ତ୍ରୀ ନାଗେଶ୍ୱର ସୁବୁଦ୍ଧିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଆପାର୍ଟମେଣ୍ଟ କାର୍ଯ୍ୟ କରିଥିବା ସଂସ୍ଥାକୁ ପୁଣି ଥରେ ଡକାଯାଇ ମରାମତି ସାଙ୍ଗକୁ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

LPG ଏବଂ PNG ର ଏକ୍ସପାଏରୀ ଡେଟ୍‌ ଅଛି କି? ଜାଣନ୍ତୁ କେମିତି କରିବେ ଚେକ୍‌…

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇନ୍ଧନ ଯୋଗାଣ ନେଇ ଚିନ୍ତା ମଧ୍ୟରେ, ଭାରତର ଅନେକ ପରିବାର LPG ସିଲିଣ୍ଡର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏହା PNG…

ମୋଦିଙ୍କ ପାଇଁ ବଡ଼ କଥା କହିଦେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୮।୩: ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଶନିବାର ଦିନ କହିଛନ୍ତି ଯେ ସେ ‘ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ ଅଛନ୍ତି।’ ତାଙ୍କ…

ଥକି ପଡିଲେଣି ଇସ୍ରାଏଲୀ ସେନା? ଫସିଗଲେ କି ନେତାନ୍ୟାହୁ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଜେରୁଜେଲମ,୨୮।୩: ଇସ୍ରାଏଲୀ ସାମରିକ ବାହିନୀ ସମ୍ପର୍କରେ ଏକ ବଡ଼ ଚେତାବନୀ ସାମ୍ନାକୁ ଆସିଛି। ଦେଶର ମୁଖ୍ୟ କର୍ମଚାରୀ ଇୟାଲ ଜମିର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ଯେ…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri