Categories: ଖେଳ

ପ୍ଳେ-ଅଫ୍‌ ପାଇଁ ରାଜସ୍ଥାନର ସଂଘର୍ଷ

ଆବୁଧାବି,୨।୧୦: ଚଳିତ ଆଇପିଏଲ୍‌ର ଶନିବାର ଦ୍ୱିତୀୟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୟାଲ। ମ୍ୟାଚରେ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ। ବ୍ୟାଟିଂ କରିବାକୁ ଆସି ଚେନ୍ନାଇ ୬ ଓଭରରେ ବିନା ଉଇକେଟରେ ୪୪ ରନ୍‌ କରିଛି। ହେଲେ ଏହି ମ୍ୟାଚ ରାଜସ୍ଥାନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ମ୍ୟାଚରେ ପରାଜୟ ହେଲେ ରାଜସ୍ଥାନ ପ୍ଲ-ଅଫ ଦୌଡ ସଂଘର୍ଷ ପୂର୍ଣ୍ଣ ହୋଇପାରେ। ହେଲେ ଚେନ୍ନାଇ ବର୍ତ୍ତମାନ ସୁଦ୍ଧା ୧୮ ପଏଣ୍ଟ ସହ ପ୍ଲେ-ଅଫରେ ସ୍ଥାନ ପକ୍କା କରି ସାରିଛି। ତେଣୁ ଧୋନି ବାହିନୀକୁ  ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ କିଭଳି ଟକ୍କର ଦେଉଛି ତାହା ଦେଖିବାକୁ ବାକି ରହିଛି।

Share