Categories: ଖେଳ

ମୁମ୍ବାଇକୁ ହରାଇ ରାଜସ୍ଥାନର ତୃତୀୟ ବିଜୟ

ମୁମ୍ବାଇ,୧ା୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଆଇପିଏଲ୍‌ ୨୦୨୪ର ୧୪ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬ଉଇକେଟରେ ହରାଇ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟ୍ରେଣ୍ଟ ବୋଲ୍ଟ ଓ ୟୁଜବେନ୍ଦ୍ର ଚହଲ ୩ ଉଇକେଟ ନେଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ୧୨୫/୯ରେ ସୀମିତ ରହିଥିଲା। ଜବାବରେ ରାଜସ୍ଥାନ ୧୫.୩ ଓଭରରେ ୪ ଉଇକେଟ ହରାଇ ୧୨୭ ରନ୍‌ କରି ବିଜୟୀ ହୋଇଥିଲା।

ଟସ୍‌ ହାରି ରାଜସ୍ଥାନ ପ୍ରଥମେ ବୋଲିଂ କରିଥିଲା। ପ୍ରଥମ ଓଭରରେ ଖାତା ଖୋଲିବା ଆଗରୁ ରୋହିତ ଶର୍ମା ଓ ନମନ ଧୀରଙ୍କୁ ଆଉଟ କରିଥିଲେ ବୋଲ୍ଟ। ଡଓ୍ବୋଲ୍ଡ ବ୍ରେଭିସ୍‌ ଇମ୍ପାକ୍ଟ ସବ୍‌ ଭାବରେ ଆସିଥିଲେ ମଧ୍ୟ ଖାତା ଖୋଲିବା ଆଗରୁ ବୋଲ୍ଟଙ୍କ ଶିକାର ହୋଇଥିଲେ। ଇଶାନ କିଶନ ୧୬ ରନ୍‌ ଆଉଟ ହେବାରୁ ମୁମ୍ବାଇ ୨୦ ରନ୍‌ରେ ୪ ଉଇକେଟ ହରାଇଥିଲା। ପରବର୍ତ୍ତୀ ଦୁଇ ବ୍ୟାଟର ହାର୍ଦ୍ଦିକ ପାଣ୍ଡ୍ୟା ୩୪ ଓ ତିଳକ ବର୍ମା ୩୨ ରନ କାଉଣ୍ଟର ଆଟାକ କରିଥିଲେ। ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଓ ୟୁଜବେନ୍ଦ୍ର ଚହଲ ୩ଟି ଲେଖାଏ,ନାନ୍ଦ୍ରେ ବର୍ଗର ୨ ଓ ଆଭେଶ ଖାନ୍‌ ଗୋଟିଏ ଉଇକେଟ ନେଇଥିଲେ। ୧୨୬ ରନ୍‌ର ପିଛା କରୁଥିବା ରାଜସ୍ଥାନ ପକ୍ଷରୁ ରିୟାନ ପରାଗ ଅପରାଜି ୫୪ ରନ କରିଥିଲେ। ୩୯ ବଲ୍‌ର ଇନିଂସରେ ସେ ୫ ଚୌକା ଓ ୩ ଛକା ମାରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରବିଚନ୍ଦ୍ରନ ଅଶ୍ୱିନ ୧୬, ଜୋଶ ବଟଲର ୧୩, ସଞ୍ଜୁ ସାମସନ ୧୨ ଓ ଯଶସ୍ବୀ ଜୟସ୍ବାଲ ୧୦ ରନ୍‌ କରିଥିଲେ। ମୁମ୍ବାଇ ପକ୍ଷରୁ ଆକାଶ ମଧଓ୍ବାଲ ୩ ଓ କ୍ୱେନା ମଫାକା ୧ ଉଇକେଟ ନେଇଥିଲେ।

Share